ଧମାଲ କରୁଛି ‘ଦିଲ୍ ବେଚାରା’ର ଟାଇଟଲ ଟ୍ରାକ୍


ଦିବଗଂତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ସିନେମା ‘ଦିଲ୍ ବେଚାରା’ର ଟାଇଟଲ ଟ୍ରାକ୍ ଶୁକ୍ରବାର ରିଲିଜ୍ ହେବା ମାତ୍ରେ ସୋସାଲ ମିଡିଆରେ ଭାଇରାଲ ହୋଇଯାଇଛି। ମାତ୍ର ୨୪ ଘଣ୍ଟାରେ ଏହି ଟାଇଟଲ ଟ୍ରାକ୍ ଭିଡ଼ିଓକୁ ୧ କୋଟି ୭୫ ଲକ୍ଷରୁ ଊର୍ଦ୍ଧ୍ବ ଥର ଦେଖାଯାଇସାରିଛି। କେବଳ ଏତିକି ନୁହେଁ, ୩୫ ଲକ୍ଷ ଲୋକ ଏହାକୁ ଲାଇକ୍ ମଧ୍ୟ କରିଛନ୍ତି। ଇତିମଧ୍ୟରେ ଏହି ଭିଡ଼ିଓ ଉପରେ ଏକ ଲକ୍ଷ ୩୭ ହଜାର କମେଣ୍ଟ ମଧ୍ୟ ମିଳିସାରିଛି।

ସୂଚନାଯୋଗ୍ୟ ଯେ ସୁଶାନ୍ତଙ୍କ ପ୍ରଶଂସକମାନେ ଏହି ଗୀତକୁ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ପ୍ରଶଂସକମାନେ କମେଣ୍ଟ କରି କହୁଛନ୍ତି ଯେ ଏହି ଗୀତକୁ ଦେଖିବା ପରେ ସେମାନେ ବିଶ୍ବାସ କରିପାରୁ ନାହାନ୍ତି ଯେ ସୁଶାନ୍ତ ଏବେ ଆଉ ତାଙ୍କ ଗହଣରେ ନାହାନ୍ତି। ଏହି ଗୀତରେ ସୁଶାନ୍ତଙ୍କ ଡ୍ୟାନ୍ସ ମଧ୍ୟ ବହୁତ ଭଲ ହୋଇଛି। ସେହିପରି ସଞ୍ଜନା ସାଂଘିଙ୍କ ସହିତ ତାଙ୍କ ରୋମାଣ୍ଟିକ୍ କେମେଷ୍ଟ୍ରୀ ଦେଖିବା ଭଳି ହୋଇଛି। ଏ ଆର୍ ରହମାନ ସ୍ବର ଦେଇଛନ୍ତି। ସେହିପରି ଲିରିକ୍ସ ଅମିତାଭ ଭଟ୍ଟାଚାର୍ଯ୍ୟ କରିଛନ୍ତି। ଏହି ଗୀତକୁ ଫାରା ଖାନ କୋରିଓଗ୍ରାଫି କରିଛନ୍ତି, ଯିଏ ପ୍ରଥମ ଦିନ ରିହର୍ସଲ କରିବା ପରେ ଦ୍ବିତୀୟ ଦିନ ଗୋଟିଏ ଶଟରେ ଏହି ଗୀତକୁ ଶେଷ କରିଥିଲେ। ଫାରା ଏହି ସିନେମା ପାଇଁ କୌଣସି ଶୁଳ୍କ ନେଇ ନ ଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ