ଆମ୍ବ ମାଲପୁଆ ଟ୍ରାଏ କରନ୍ତୁ


ଏହି ଋତୁରେ ଆମ୍ବରେ ତିଆରି ଚଟଣୀ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ ଆପଣ କେବେ ଆମ୍ବରେ ତିଆରି ମାଲପୁଆ ଟ୍ରାଏ କରିଛନ୍ତି କି? ଯଦି ନୁହେଁ, ତେବେ ଏଠାରେ ମ୍ୟାଙ୍ଗୋ ମାଲପୁଆ ରେସିପି ଦିଆଯାଇଛି, ଯାହା ଆପଣ ସହଜରେ ଘରେ ତିଆରି କରିପାରିବେ। ଚାଲନ୍ତୁ ମ୍ୟାଙ୍ଗୋ ମାଲପୁଆର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୧ କପ୍ ଅଟା, ଅଧ କପ୍ କ୍ଷୀର, ୨ ଚାମଚ ମହୁ, ଅଧ କପ୍ ଚିନି, ଆମ୍ବ ରସ, ଅଧ କପ୍ ଘିଅ, ଅଧ ଚାମଚ ଗୁଜୁରାତି ଗୁଣ୍ଡ, ୨ ଚାମଚ ଛୋଟ ଛୋଟ କଟା ଯାଇଥିବା ନଡ଼ିଆ, ଛୋଟ ଛୋଟ କଟାଯାଇଥିବା ବାଦାମ ଓ କାଜୁ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ବାସନରେ ଅଟା ଓ କ୍ଷୀର ମିଶାଇ ଘଣ୍ଟାଏ ଅଲଗା ଛାଡ଼ି ଦିଅନ୍ତୁ। ଘଣ୍ଟାଏ ପରେ ଏଥିରେ ଆମ୍ବ ରସ, ମହୁ, ନଡ଼ିଆ, ଚିନି ଓ ଗୁଜରାତି ଗୁଣ୍ଡ ପକାଇ ମିଶାନ୍ତୁ ଅଳ୍ପ ପାଣି ମିଶାଇ ଏହି ଘୋଳକୁ ଗାଢ଼ କରନ୍ତୁ। ଏହାପରେ ଏକ ପ୍ୟାନରେ ଘିଅ ପକାଇ ତାହାକୁ ଧିମା ଆଞ୍ଚରେ ଗରମ କରନ୍ତୁ। ଘିଅ ଗରମ ହୋଇଗଲା ପରେ ବ୍ୟାଟରରୁ ଅଳ୍ପ ପ୍ୟାନରେ ପକାଇ ଗୋଲ କରନ୍ତୁ। ଏହା ଉପରେ ଘିଅ ପକାଇ ଗୋଲ୍ଡେନ୍ ହେଲା ଯାଏ ସେକନ୍ତୁ। ଏବେ ଏକ ପ୍ଲେଟରେ ମାଲପୁଆ ରଖି ଉପରେ ବାଦାମ, ପିସ୍ତା, କାଜୁ କିସମିସ ସଜାଇ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ