ସିଙ୍ଗାପୁରରେ କ୍ଷମତା ବଜାୟ ରଖିଲା ପିଏପି, ଶକ୍ତି ବଢ଼ାଇଲେ ବିରୋଧୀ


କୋରୋନା ମହାମାରୀ ଭିତରେ ସିଙ୍ଗାପୁରରେ ଜାତୀୟ ନିର୍ବାଚନ ଶେଷ ହୋଇ ପ୍ରଳ ପ୍ରକାଶ ପାଇଛି। ଶାସନ କ୍ଷମତାରେ ଥିବା ପିପଲ୍ସ ଆକ୍ସନ ପାର୍ଟି (ପିଏପି) ପୁଣି ଥରେ ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତା ବଜାୟ ରଖିବାରେ ସଫଳ ହୋଇଛି। ଦୀର୍ଘ ୫୫ ବର୍ଷ ହେଲା ନିରବଚ୍ଛିନ୍ନ ଭାବେ କ୍ଷମତା ବଜାୟ ରଖିଥିବା ପିଏପି ୮୩ଟି ଆସନ ପାଇ କ୍ଷମତା ବଜାୟ ରଖିଛି। ବିରୋଧୀଦଳ ୱାର୍କସ ପାର୍ଟି ୧୦ଟି ଆସନ ପାଇ ତା’ର ଶକ୍ତି ବଢ଼ାଇବାରେ ସଫଳ ହୋଇଛି। ଏଯାବତ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଶାସନ କ୍ଷମତାରେ ଥିବା ପିଏପି ୯୩ ପ୍ରତିଶତରୁ ଅଧିକ ଭୋଟ ପାଇ ଆସୁଥିଲା ବେଳେ ଏଥର ଭୋଟ ୮୯ ପ୍ରତିଶତକୁ କମି ଆସିଛି।

୧୯୬୫ରେ ସିଙ୍ଗାପୁର ସ୍ବଧୀନତା ପାଇବା ପରଠାରୁ ପିଏପି ଦେଶର ଶସନଭାର ସମ୍ଭାଳି ଆସିଛି। ଶାସନରେ ଥିବା ଦଳକୁ ଦେଶର ଜନସାଧାରଣ ସର୍ବଦା ସମର୍ଥନ କରି ଆସିଛନ୍ତି। ଫଳରେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ଅନୁଷ୍ଠିତ ହେଉଥିଲେ ବି ଏଯାବତ ଦେଶରେ ଶାସନଭାର ପରିବର୍ତ୍ତନ ହୋଇନି। ବିଶ୍ବର ଏକ ବିତ୍ତଶାଳୀ ରାଷ୍ଟ୍ର ଭାବେ ସିଙ୍ଗାପୁରକୁ ଶାସନ କ୍ଷମତାରେ ଥିବା ଦଳ ଆଗେଇ ନେବାରେ ସଫଳ ହୋଇଛି। ମାତ୍ର ଏଥର ଭୋଟ ପ୍ରତିଶତ କମିଥିବାରୁ ପ୍ରଧାନମନ୍ତ୍ରୀ ପଦରେ ଥିବା ଲି ସେନ୍ ଲୁଙ୍ଗ ପୁଣି ଦାୟିତ୍ବରେ ରହିବେ ନା ସିଙ୍ଗାପୁରବାସୀ ଆଉ ଜଣଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ ଦେଖିବେ, ତାହା ସ୍ପଷ୍ଟ ହୋଇନି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ