ଜାପାନୀଙ୍କ ଦୀର୍ଘାୟୁର ରହସ୍ୟ ‘ହରା ହଚି ବୁ ଡାଏଟ୍’


ଓଜନ କମ୍ କରିବା ପାଇଁ ଲୋକେ ପ୍ରଥମେ କୌଣସି ଭଲ ଡାଏଟ୍ ପ୍ଲାନ୍ ଖୋଜିଥାନ୍ତି। ଏଠାରେ ଏମିତି ଏକ ଡାଏଟ୍ ପ୍ଲାନ୍ ସମ୍ପର୍କରେ କୁହାଯାଇଛି, ଯାହାକୁ ଜାପାନୀମାନେ ଦୀର୍ଘ ଦିନ ଧରି ଅନୁସରଣ କରିବାରେ ଲାଗିଛନ୍ତି। ଜାପାନର ଓକିନାୱା ଦ୍ବୀପର ଲୋକେ ବିଶ୍ବରେ ନିଜର ଲମ୍ବା ଆୟୁଷ ପାଇଁ ଲୋକପ୍ରିୟ। କାରଣ ସେମାନେ ଅତିକମରେ ୧୦୦ ବର୍ଷ ଜୀବିତ ରହିଥାନ୍ତି। ତେବେ ସେମାନଙ୍କର ଏହି ଲମ୍ବା ଆୟୁଷର ରହସ୍ୟ ହେଉଛି ହରା ହଚି ବୁ ଡାଏଟ୍। ଚାଲନ୍ତୁ ଜାଣିବା ଏହି ଡାଏଟ୍ କ’ଣ ଓ ଏହାକୁ କିପରି ଅନୁସରଣ କରିବେ।

ହରା ହଚି ବୁ ଡାଏଟ୍ କ’ଣ

ହରା ହଚି ବୁ ଡାଏଟର ଅର୍ଥ ହେଉଛି କେବଳ ୮୦ ପ୍ରତିଶତ ଯାଏ ପେଟ ଭରିବା। ପ୍ରାଚୀନ ଜୀବନଶେଳୀ ମୁତାବକ ପ୍ରତ୍ୟେକ ବ୍ୟକ୍ତିଙ୍କୁ କେବେ ବି ୧୦୦ ପ୍ରତିଶତ ଭୋଜନ କରିବା ଉଚିତ ନୁହେଁ। କାରଣ ଏହାଦ୍ବାରା ପାଚନ କ୍ରିୟା ଧିମା ହୋଇଯାଏ। ପେଟପୂରା ଭୋଜନ ହଜମ ହୋଇ ନ ଥାଏ। କମ୍ ଖାଇବା ଫଳରେ ଶରୀରରେ ଅକ୍ସିଡେସନ ପ୍ରକ୍ରିୟା ଦ୍ରୁତ ବେଗରେ ହୋଇଥାଏ। ଯାହାଫଳରେ ଖାଦ୍ୟ ଶୀଘ୍ର ହଜମ ହୋଇଯାଏ ଓ ଦୀର୍ଘ ସମୟ ଯାଏ ସୁସ୍ଥ ମଧ୍ୟ ରହିଥାନ୍ତି।

ଓଜନ ହ୍ରାସ କରିବାରେ କିପରି କରେ ସାହାଯ୍ୟ
ପେଟ ଖାଲି ହେବା କାରଣରୁ ଚର୍ବି ଜମା ହେବାରେ ଲାଗିଥାଏ ଓ ମୋଟାପଣର କାରଣ ପାଲଟି ଥାଏ। କିନ୍ତୁ ଯେତେବେଳେ ଆପଣ ମାତ୍ର ୮୦ ପ୍ରତିଶତ ଭୋଜନ କରନ୍ତି, ପାଚନ କ୍ରିୟା ତେଜ୍ ହୋଇଯାଏ। ଏଥିସହିତ ଏହାର ପ୍ରଭାବ ମେଟାବଲିଜମ୍ ଉପରେ ମଧ୍ୟ ପଡ଼ିଥାଏ ଓ ଆପଣ ଓଭରଇଟିଂରୁ ବଞ୍ଚିଯାଆନ୍ତି। ଏହାଦ୍ବାରା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ ମିଳିଥାଏ।

ଅନ୍ତନଳୀ ସଫା ହୋଇଥାଏ

ଖାଦ ଭଲ ଭାବେ ହଜମ ହେବା ଫଳରେ ଶରୀର ଡିଟକ୍ସିଫାଇ ହୋଇଥାଏ। ଯାହାଫଳରେ ଅନ୍ତନଳୀ ଠିକ୍ ଭାବେ କାମ କରିଥାଏ। ଏହାଦ୍ବାରା ଆପଣ ଅନେକ ରୋଗରୁ ରକ୍ଷା ପାଇପାରନ୍ତି। ଏଥିସହିତ ଏହା ମେଟାବଲିକ୍ ଡିଜଅର୍ଡର, ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ ଓ ଏସିଡ୍ ରିଫ୍ଲକ୍ସ ଭଳି ସମସ୍ୟା ଦୂର କରିଥାଏ।

କମ୍ କ୍ୟାଲୋରୀ ଜରୁରୀ

କମ୍ ଭୋଜନ କରିବାବେଳ ଧ୍ୟାନରେ ରଖନ୍ତୁ ଆପଣ ଡାଏଟରେ ଲୋକ୍ୟାଲୋରୀ ଫୁଡ୍ସ ସାମିଲ୍ କରିବା ଉଚିତ। ଏହାଦ୍ବାରା ଓଜନ ମଧ୍ୟ ନିୟନ୍ତ୍ରଣରେ ରହିବ ଓ ଶରୀରରେ ସାରା ଦିନ ଏନର୍ଜି ରହିବ। ସୂଚନାଯୋଗ୍ୟ ଯେ ଜାପାନୀମାନେ ପ୍ରତ୍ୟେକ ଦିନ ୧୮୦୦ରୁ ୧୯୦୦ କ୍ୟାଲୋରୀ ଗ୍ରହଣ କରିଥାନ୍ତି।

ଖାଇବା ଅଭ୍ୟାସ ବଦଳାନ୍ତୁ
ଦିନରେ ଥରେ କିମ୍ବା ଦୁଇଥର ପେଟ ପୂରାଇ ଖାଇବା ବଦଳରେ ଅଳ୍ପ ଅଳ୍ପ ଖାଇବା ଅଭ୍ୟାସ କରନ୍ତୁ। ଏଥିସହିତ ପ୍ରୋଟିନଯୁକ୍ତ ଜିନିଷ ଅଧିକ ସେବନ କରିବାକୁ ଚେଷ୍ଟା କରନ୍ତୁ। ଯାହାଫଳରେ ପେଟ ଅଧିକ ସମୟ ଯାଏ ପୂରି ରହିବ ଓ ଆପଣ ଓଭର ଇଟିଂରୁ ରକ୍ଷା ପାଇଯିବେ।

ଧୀରେ ଧୀରେ ଖାଆନ୍ତୁ
ଶୀଘ୍ର ଶୀଘ୍ର ଖାଆନ୍ତୁ ନାହିଁ। ସବୁବେଳେ ଧୀରେ ଧୀରେ ଶାନ୍ତିର ସହ ଖାଦ୍ୟ ଚୋବାଇ ଖାଆନ୍ତୁ। ଏହାଦ୍ବାରା ଖାଦ୍ୟ ଶୀଘ୍ର ହଜମ ହୋଇଯାଏ ଓ ବାରମ୍ବାର ଫୁଡ୍ କ୍ରେଭିଂ ହୋଇ ନ ଥାଏ।

ପନିପରିବା ଓ ସାଲାଡ଼ ଅଧିକ ଖାଆନ୍ତୁ
ମଧ୍ୟାହ୍ନ ଓ ରାତି ଭୋଜନ ସହିତ ପନିପରିବା ଓ ସାଲାଡ଼ ନିହାତି ସେବନ କରନ୍ତୁ। ଏଥିରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍ ଓ ଆଣ୍ଟିଅକ୍ସିଡାଣ୍ଟ ଭଳି ତତ୍ତ୍ବ ରହିଛି ଯାହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ
ଯେତେବେଳେ ବି ଆପଣ ଖାଦ୍ୟ ଖାଉଛନ୍ତି, ଟିଭି, କମ୍ପ୍ୟୁଟର, ମୋବାଇଲ୍ ବନ୍ଦ କରିଦିଅନ୍ତୁ। ଭୋଜନ କରିବା ସମୟରେ କେବଳ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଏହାଦ୍ବାରା ଆପଣ ଖାଦ୍ୟର ସ୍ବାଦ ଉପଭୋଗ କରିପାରିବେ। ଆପଣ ଜାପାନୀମାନଙ୍କ ଖାଦ୍ୟାଭାସ ତ ଜାଣିଲେ ଯଦି ଆପଣ ମଧ୍ୟ ସୁସ୍ଥ ରହିବାକୁ ଚାହୁଛନ୍ତି ତେବେ ଆଜି ହିଁ ନିଜ ଅଭ୍ୟାସ ବଦଳାନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ