ବଢ଼ୁଛି ପ୍ରଭାସଙ୍କ ‘ରାଧେ ଶ୍ୟାମ’ର କ୍ରେଜ


ସୁପରଷ୍ଟାର ପ୍ରଭାସଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଦୀର୍ଘଦିନ ପରେ ତାଙ୍କର ରିଲିଜ୍ ହେବାକୁ ଯାଉଥିବା ସିନେମାର ନାମ ଓ ଫାଷ୍ଟ ଲୁକ୍ ରିଲିଜ୍ କରି ଦିଆଯାଇଛି। ଏହାକୁ ତାଙ୍କ ପ୍ରଶଂସକମାନେ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି।

ପ୍ରଭାସଙ୍କ ଆଗାମୀ ସିନେମାର ନାମ ହେଉଛି ‘ରାଧେ ଶ୍ୟାମ’। ଏହା ଏକ ରୋମାଣ୍ଟିକ୍ ଡ୍ରାମା ସିନେମା। ପୋଷ୍ଟରରେ ପ୍ରଭାସଙ୍କ ସହିତ ପୂଜା ହେଗଡେ ନଜର ଆସୁଛନ୍ତି। ଦୁଇଜଣଙ୍କ କେମେଷ୍ଟ୍ରି ଜମିଯାଉଛି। ଫିଲ୍ମରେ ଭାଗ୍ୟଶ୍ରୀ, ମୁରଲୀ ଶର୍ମା, ସଚିନ ଖେଡକର, ପ୍ରିୟଦର୍ଶୀ, ସାଶା ଛେତ୍ରୀ, କୁନାଲ ରୟ କପୁରଙ୍କ ଭଳି କଳାକାର ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ଏହି ସିନେମାର ନାମ ‘ପ୍ରଭାସ ୨୦’ ବୋଲି କୁହାଯାଉଥିଲା।

‘ରାଧେ ଶ୍ୟାମ’ ସିନେମାର ଫାଷ୍ଟ ଲୁକ୍ ଶେୟାର କରି ପ୍ରଭାସ ଲେଖିଛନ୍ତି ଯେ ଏହା ତୁମମାନଙ୍କ ପାଇଁ। ମୋ ପ୍ରଶଂସକ ଆପଣମାନଙ୍କୁ ନିହାତି ଭାବେ ଏହା ପସନ୍ଦ ଆସିବ। ସୂଚନାଯୋଗ୍ୟ ଯେ ଏହି ଫିଲ୍ମର ନିର୍ଦେଶନା କେ କେ ରାଧାକୃଷ୍ଣ କୁମାର ଦେଉଛନ୍ତି। ଏହି ଫିଲ୍ମକୁ ହିନ୍ଦୀ, ତାମିଲ, ତେଲୁଗୁ, ମଲୟାଲମ ଭଳି ଭାଷାରେ ରିଲିଜ୍ କରାଯିବ ବୋଲି ଜଣାପଡ଼ିଛି। ପୋଷ୍ଟରରୁ ଜଣାପଡ଼ୁଛି ଯେ ‘ରାଧେ ଶ୍ୟାମ’ ସିନେମାକୁ ଫିଲ୍ମ ନିର୍ମାତା ୨୦୨୧ରେ ରିଲିଜ୍ କରିବାକୁ ଯୋଜନା କରୁଛନ୍ତି। ତେବେ ଏହାର ରିଲିଜ୍ ଡେଟ୍ ଏବେ ସ୍ପଷ୍ଟ କରାଯାଇ ନାହିଁ। କୁହାଯାଉଛି ଏହି ସିନେମାରେ ବହୁତ ଭଲ ଆକ୍ସନ ମଧ୍ୟ ରହିଛି। ଏହି ଫିଲ୍ମର ଶୁଟିଂ ଜର୍ଜିଆ ଓ ୟୁରୋପରେ କରାଯିବାକୁ ଯୋଜନା ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ