ସୁଶାନ୍ତଙ୍କ ଆତ୍ମହତ୍ୟାର ସିବିଆଇ ଯାଞ୍ଚ ଦାବି କଲେ ସୁବ୍ରମଣ୍ୟମ ସ୍ବାମୀ


ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ପାଖାପାଖି ଏକ ମାସ ହେବାକୁ ଯାଉଛି। ତାଙ୍କ ପ୍ରଶଂସକମାନେ ସବୁବେଳେ ତାଙ୍କ ଆତ୍ମହତ୍ୟା ମାମଲାର ସିବିଆଇ ଯାଞ୍ଚ ପାଇଁ ଦାବି କରି ଚାଲିଛନ୍ତି। ଇତିମଧ୍ୟରେ ବିଜେପିର ସାଂସଦ ସୁବ୍ରମଣ୍ୟମ ସ୍ବାମୀଙ୍କ ଦ୍ବାରା କରାଯାଇଥିବା ଟ୍ବିଟ୍ ପରେ ଏହି ମାମଲାର ସିବିଆଇ ତଦନ୍ତ ହେବ ବୋଲି ଜଣାପଡ଼ୁଛି। ସୁବ୍ରମଣ୍ୟମ ସ୍ବାମୀ ଗୁରୁବାର ଟ୍ବିଟ୍ କରି ଲେଖିଥିଲେ ଯେ ସୁଶାନ୍ତଙ୍କ ମାମଲାର ସିବିଆଇ ଯାଞ୍ଚ ପାଇଁ ଆବଶ୍ୟକ ସମସ୍ତ ଦସ୍ତାବିଜ ପ୍ରସ୍ତୁତ କରିବା ପାଇଁ ଇଶକରନ ନାମକ ଜଣେ ଓକିଲ ନିଯୁକ୍ତ କରିଛନ୍ତି। ଏହାପରେ ଶୁକ୍ରବାର ସେ ଆଉ ଏକ ଟ୍ବିଟ୍ କରିଛନ୍ତି।

ସ୍ବାମୀ ଶୁକ୍ରବାର ଟ୍ବିଟ୍ କରି ଲେଖିଛନ୍ତି ଯେ ଏବେ ଇଶକରନ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ଏହି ମାମଲାରେ ଆର୍ଟିକିଲ ୨୧ ସହିତ ଆଇପିସିର ଧାରା ୩୦୬ କିମ୍ବା ୩୦୮ ଲାଗୁ ହେଉଛି କି ନାହିଁ। ପୋଲିସର ଭର୍ସନ ସ୍ବୀକାର କରାଗଲେ ପୋଲିସ ମୁତାବକ ଏହା ଏକ ଆତ୍ମହତ୍ୟା କିମ୍ବା ଅଭିନେତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି। ସୂଚନାଯୋଗ୍ୟ ଯେ ସୁବ୍ରମଣ୍ୟମ ସ୍ବାମୀ ଗୁରୁବାର ଟ୍ବିଟ୍ କରିଥିଲେ ଯେ ସେ ଇଶକରନଙ୍କୁ  ସୁଶାନ୍ତ ସିଂ ରାଜପୁତଙ୍କ କଥିତ ଆତ୍ମହତ୍ୟା ମାମଲାରେ ସମ୍ଭାବିତ ସିବିଆଇ ଯାଞ୍ଚ କିମ୍ବା ପିଆଇଏଲ୍ କିମ୍ବା ଅପରାଧିକ ଅଭିଯୋଗ ପାଇଁ ପ୍ରୋସେସ୍ ଆରମ୍ଭ କରିବା ପାଇଁ କହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ