ସ୍ବାସ୍ଥ୍ୟ ସହ ଦୈନନ୍ଦିନ କାର୍ଯ୍ୟ ପାଇଁ ବି ଲାଭଦାୟୀ ଗୋଲମରିଚ


ଭାରତୀୟ ରୋଷେଇ ଘରେ ଖାଦ୍ୟର ସ୍ବାଦ ବଢ଼ାଇବା ଲାଗି ଗୋଲମରିଚର ବ୍ୟବହାର କରାଯାଏ। କିନ୍ତୁ ଏହାକୁ ଆପଣ ଅନ୍ୟ କାମରେ ମଧ୍ୟ ବ୍ୟବହାର କରି ଘରକାମକୁ ସହଜ କରିପାରିବେ। ଚାଲନ୍ତୁ ଜାଣିବା ଗୋଲମରିଚକୁ ଆଉ କେଉଁ କାମରେ ବ୍ୟବହାର କରିହେବ।

କପଡ଼ାର ଚମକ ବଢ଼ାଏ

ଆପଣଙ୍କ ପୋଷାକରେ ଚମକ ଫେରାଇ ଆଣିବାକୁ ଗୋଲମରିଚ ବ୍ୟବହାର କରିପାରିବେ। ଏଥିପାଇଁ କପଡ଼ା ଧୋଇବା ସମୟରେ ମେସିନରେ ୧ ଟେବଲସ୍ପୁନ ଗୋଲମରିଚ ଗୁଣ୍ଡ ମିଶାନ୍ତୁ। ଏହାଦ୍ବାରା କପଡ଼ାର ଚମକ ଫିକା ପଡ଼ିବ ନାହିଁ।

ଗଛରେ ପୋକ ଲାଗିବ ନାହିଁ
ଗୋଲମରିଚ ଓ ଅଟାକୁ ମିଶାଇ ଗଛ ଉପରେ ସିଞ୍ଚନ୍ତୁ ଏହାର ଗନ୍ଧ ଗଛରେ ଲାଗିଥିବା ପୋକକୁ ଦୂର କରିଦିଏ। ଏହାଦ୍ବାରା ଗଛ ଭଲ ବଢ଼ିଥାଏ ମଧ୍ୟ।

ପିମ୍ପୁଡ଼ି ଦୂରରେ ରହିବେ

ଗୁଡ଼, ଚିନି କିମ୍ବା ଅଟା ଡବାରେ ପିମ୍ପୁଡ଼ି ଲାଗିଯାଇଥାନ୍ତି ଏଥିରେ ଗୋଲମରିଚ ପକାଇ ଦିଅନ୍ତୁ। ଏହାବ୍ୟତୀତ ଘରର ଯେଉଁ ସ୍ଥାନରେ ପିମ୍ପୁଡ଼ି ବସା ରହିଛି, ସେଠାରେ ମଧ୍ୟ ଗୋଲମରିଚ ଗୁଣ୍ଡ ସିଞ୍ଚନ୍ତୁ। ଆପଣଙ୍କ ସମସ୍ୟା ଦୂର ହୋଇଯିବ।

ମୂଷା ତାର କାଟିବେ ନାହିଁ
ବିଜୁଳି ତାର ଉପରେ ଗୋଲମରିଚ ସ୍ପ୍ରେ କରନ୍ତୁ। ଯେଉଁ ସ୍ଥାନରେ ଅଧିକ ମାତ୍ରାରେ ମୂଷା ବୁଲୁଛନ୍ତି, ସେଠାରେ ମଧ୍ୟ ଗୋଲମରିଚ ସିଞ୍ଚନ୍ତୁ ଏହାଦ୍ବାରା ସେଠାରୁ ମୂଷା ଦୂର ହୋଇଯିବେ।

ଆଘାତ ସ୍ଥାନରେ ଆରାମ ମିଳିଥାଏ
କାମ କରିବା ସମୟରେ ଛୋଟମୋଟ ଆଘାତ ଲାଗିଥାଏ। ତେବେ ଏଠାରେ ଆପଣ ଗୋଲମରିଚ ଗୁଣ୍ଡ ଲଗାଇପାରିବେ। ଏଥିରେ ଥିବା ଆଣ୍ଟିସେପଟିକ ଓ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଆଘାତକୁ ଶୀଘ୍ର ଠିକ୍ କରି ଦେଇଥାଏ।

ଧୂମପାନ ଛଡ଼ାଇବାରେ କରେ ସାହାଯ୍ୟ
ଗୋଲମରିଚ ତେଲର ବାସ୍ନା ଶୁଙ୍ଘିବା ଫଳରେ ସ୍ମୋକିଂ କ୍ରେଭିଂ ହୋଇ ନ ଥାଏ। ଯଦି ଆପଣ ମଧ୍ୟ ଧୂମପାନ ଅଭ୍ୟାସ ପାଇଁ ବ୍ୟସ୍ତ ବିବ୍ରତ ହୋଇଗଲେଣି, ତେବେ ପ୍ରତ୍ୟେକ ଦିନ ଏହାର ଗୋଟିଏ ବୁନ୍ଦା ନିହାତି ଭାବେ ଶୁଙ୍ଘନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ