ଗୋଗ୍ରା ଓ ହଟ୍ ସ୍ପ୍ରିଙ୍ଗ୍ସ ଅଞ୍ଚଳରୁ ସୈନ୍ୟ ଅପସାରଣ କଲା ଚୀନ୍


ଚୀନ୍ ଓ ଭାରତ ମଧ୍ୟରେ ଲଦାଖସ୍ଥିତ ଲାଇନ୍ ଅଫ୍ ଆକଚୁଆଲ୍ କେଣ୍ଟରାଲ୍ (ଏଲ୍ଏସି) ନିକଟରେ ସୈନ୍ୟ ମୁତୟନ ନେଇ ଲାଗିରହିଥିବା ବିବାଦ ଗତ ମାସ ୧୫ ତାରିଖ ରାତିରେ ଚରମ ସୀମାରେ ପହଞ୍ଚିଥିଲା। ତେବେ ଏହାପରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ ସ୍ତରରେ ଆଲୋଚନା ଜାରି ରହିଛି ଇତିମଧ୍ୟରେ ଚୀନ୍ର ପିପଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ପକ୍ଷରୁ ଏଲ୍ଏସିଠାରୁ ପାଖାପାଖି ଦେଢ଼ କିମି ଦୂରକୁ ତା’ର ସୈନ୍ୟକୁ ପ୍ରତ୍ୟାହାର କରିନିଆଯାଇଥିବା ରିପୋର୍ଟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏବେ ଗୁରୁବାର ପିଏଲ୍ଏ ପକ୍ଷରୁ ପୂର୍ବ ଲଦାଖର ଗୋଗ୍ରା ଓ ହଟ୍ ସ୍ପ୍ରିଙ୍ଗ୍ସ ଅଞ୍ଚଳରୁ ମଧ୍ୟ ସୈନ୍ୟକୁ ହଟାଇ ନିଆଯାଇଥିବା ନିର୍ଦ୍ଦିଷ୍ଟ ସୂତ୍ରରୁ ଜଣାପଡ଼ିଛି। ଏଥିସହ ଦୁଇ ଦେଶ ମଧ୍ୟରେ ଲଦାଖରେ ଜାରି ରହିଥିବା ଉଜେନା ହ୍ରାସ କରିବା ସକାଶେ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଜାରି ରହିବ ବୋଲି କୁହାଯାଉଛି।

ମିଳିଥିବା ସୂଚନାନୁସାରେ, ଗଲଓ୍ୱାନ୍ ଉପତ୍ୟକା, ଗୋଗ୍ରା ଓ ହଟ୍ ସ୍ପ୍ରିଙ୍ଗ୍ସ ଅଞ୍ଚଳରେ ତିନି କିମି ମଧ୍ୟରେ ଅସ୍ଥାୟୀ ପଦକ୍ଷେପ ସ୍ବରୂପ ଉଭୟ ପକ୍ଷ ବଫର୍ ଜୋନ୍ ତିଆରି କରିବ। ଏହାଦ୍ୱାରା ଉଭୟ ପକ୍ଷ ସୈନ୍ୟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତିକୁ ଏଡ଼ାଯାଇପାରିବ ବୋଲି ଆଶା ରହିଛି। ଗୁରୁବାର ପିଏଲ୍ଏ ଗୋଗ୍ରାସ୍ଥିତ ପାଟ୍ରୋଲିଂ ପଏଣ୍ଟ୍‌ ୧୭ରୁ ସମ୍ପୂର୍ଣ୍ଣ ଭାବେ ତା’ର ସୈନ୍ୟଙ୍କୁ ଅପସାରଣ କରିନେଇଛି। ଏଥିସହ ଉଭୟ ଭାରତ ଓ ଚୀନ୍ ଉଜେନା ହ୍ରାସ କରିବା ଦିଗରେ ପ୍ରଥମ ପଦକ୍ଷେପ ଗ୍ରହଣ କରିଛନ୍ତି। ତେଣୁ ର୍ବମାନ ପାନଗୋଙ୍ଗ୍ ଟିସୋ ଅଞ୍ଚଳ ଉପରେ ନଜର ରହିଛି। ଫିଙ୍ଗର୍ ଏରିଆ ୪ରୁ ୮ ମଧ୍ୟରେ ଚୀନର କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କୋରୋନା ନେଗେଟିଭ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କୋରୋନା ନେଗେଟିଭ କୌଣସି ସୈନ୍ୟ ମୁତୟନ ନ ରହିବା ପାଇଁ ଭାରତ ଦାବି କରିଆସୁଥିବା ବେଳେ ପାଟ୍ରୋଲିଂ ପଏଣ୍ଟ୍‌ ୧୭ ପରି ପିଏଲ୍ଏ କେବେ ପାନଗୋଙ୍ଗ୍ ଟିସୋ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରୁଛି, ତାହା ଉପରେ ନଜର ରହିଛି। ଏଥିସହ ଦୁଇ ଦେଶ ମଧ୍ୟରେ କମାଣ୍ଡର୍ ସ୍ତରୀୟ ଆଲୋଚନା ଦୁଇ-ତିନି ଦିନ ଭିତରେ ଅନୁଷ୍ଠିତ ହେବା ନେଇ ମଧ୍ୟ ଆଶା ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ