ନିଜାମୁଦ୍ଦିନ୍ ମର୍କଜ ମାମଲାରେ ୬୦ ମାଲେସୀୟଙ୍କୁ ଜାମିନ୍


ନୂଆଦିଲ୍ଲୀ: ଗତ ମାର୍ଚ୍ଚରେ ଦକ୍ଷିଣ ଦିଲ୍ଲୀର ନିଜାମୁଦ୍ଦିନ୍‌ ମରକଜରେ ଆୟୋଜିତ ଧର୍ମସଭାରେ ମାଲେସିଆ ପରି ଏକାଧିକ ବିଦେଶୀ ମୁସଲିମ୍ ଧର୍ମାବଲମ୍ବୀ ଯୋଗଦେଇଥିଲେ। ଏହି ମରକଜ ଆୟୋଜନ କାରଣରୁ ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିଥିବା ଅଭିଯୋଗ ହୋଇଥିଲା। କଟକଣା ସତ୍ତ୍ବେ ଧର୍ମସଭା ଆୟୋଜନ କରିଥିବାରୁ ମରକଜ୍ ମୁଖ୍ୟ ମୌଲାନା ସାଦ୍‌ଙ୍କ ବିରୋଧରେ ଦେଶଦ୍ରୋହ ମାମଲା ମଧ୍ୟ ରୁଜୁ କରାଯାଇଛି। ତେବେ ଏହି ମରକଜରେ ଯୋଗଦେଇଥିବା ମାଲେସୀୟମାନଙ୍କ ବିରୋଧରେ ଭିସା ଓ ସରକାରୀ ନିୟମ ଉଲ୍ଲଙ୍ଘନ ନେଇ ମାମଲା ରୁଜୁ ହୋଇଥିବା ବେଳେ ଗୁରୁବାର ୬୦ ଜଣ ମାଲେସୀୟଙ୍କୁ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଜାମିନ୍ ପ୍ରଦାନ କରାଯାଇଛି। ତେବେ ଏହି ଜାମିନ୍ ପାଇଁ ଜଣପିଛା ମାତ୍ର ୭ ହଜାର ଟଙ୍କା ଲେଖାଏଁ ପଇଠ କରିବାକୁ କୁହାଯାଇଥିବା ଜଣାପଡ଼ିଛି।

ପୂର୍ବରୁ ଗତ ମଙ୍ଗଳବାର ମଧ୍ୟ ହାଇକୋର୍ଟ ୧୨୨ ଜଣ ମାଲେସୀୟଙ୍କୁ ମଧ୍ୟ ଜାମିନ ଦିଆଯାଇଛି। ଦିଲ୍ଲୀ ପୋଲିସ୍‌ର କ୍ରାଇମ୍ ବ୍ରାଞ୍ଚ୍‌ ବିଭାଗ ପକ୍ଷରୁ ୪୮ଟି ଭିନ୍ନ ଓ ୧୧ଟି ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଏଥିରେ ତବଲିଗି ମରକଜରେ ଅଂଶଗ୍ରହଣ କରିଥିବା ୩୬ଟି ଦେଶର ୯୫୬ ଜଣ ବିଦେଶୀ ନାଗରିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ସେମାନଙ୍କ ବିରୋଧରେ ମହାମାରୀ ଆଇନ, ବିପର୍ଯ୍ୟୟ ପରିଚାଳନା ଆଇନ୍ ଓ ଆଇପିସିର ଧାରାରେ ମାମଲା ରୁଜୁ କରାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ