କେରଳ ସୁନା ଚୋରା ଚାଲାଣର ତଦନ୍ତ ପାଇଁ ଏନଆଇଏକୁ ନିର୍ଦେଶ


ଜୁଲାଇ ୫ରେ ତିରୁବନନ୍ତପୁରମ ବିମାନବନ୍ଦରରେ ୟୁଏଇରୁ ଆସିଥିବା ଏକ ଏୟାର କାର୍ଗୋରୁ ୩୦ କେଜି ସୁନା ଜବତ ଘଟଣାର ଏନଆଇଏ ତଦନ୍ତ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରାଳୟ ନିର୍ଦେଶ ଦେଇଛି। ଏତେ ପରିମାଣର ସୁନା ଧରାପଡ଼ିବା ପରେ ଏହାର ତଦନ୍ତ ପାଇଁ କେରଳ ମୁଖ୍ୟମନ୍ତ୍ରୀ ବିଜୟନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏକ ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା ତଦନ୍ତ କରିବା ପାଇଁ କହିଥିଲେ। କେରଳ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଆଧାରରେ ପ୍ରଧାନମନ୍ତ୍ରୀ ସ୍ବରାଷ୍ଟ୍ର ମନ୍ତ୍ରାଳୟକୁ ଅବଗତ କରିବା ପରେ ଏହି ରାକେଟକୁ ଧରିବା ପାଇଁ ଏନଆଇଏ ତଦନ୍ତ କରିବ ବୋଲି ସ୍ପଷ୍ଟ କରିଛି।

ଏତେ ପରିମାଣର ସୁନା ଚୋରା ଚାଲାଣ ଦ୍ବାରା ଜାତୀୟ ସୁରକ୍ଷା ବିପନ୍ନ ହେବାର ଆଶଙ୍କା କରାଯାଉଛି। କାରଣ ଏହା ପଛରେ ଏକ ବଡ଼ ଅନ୍ତର୍ଜାତୀୟ ରାକେଟ କାମ କରୁଥିବା ସନ୍ଦେହ କରାଯାଉଛି। ଏହାର ମୂଳକୁ ଖୋଜି ବାହାର କରିବାକୁ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ୟୁଏରୁ କିପରି ଭାବେ ଏତେ ପରିମାଣର ସୁନା ତିରୁବନନ୍ତପୁରମ ବିମାନବନ୍ଦର ପର୍ଯନ୍ତ ଏକ କାର୍ଗୋ ବିମାନରେ ଆସିଲା, ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅତୀତରେ କେତେକ ଅପରାଧ ପ୍ରବଣ ଲୋକ ଅଳ୍ପ କିଛି ସୁନା ଲୁଚାଇ ଆଣି କଷ୍ଟମ୍ସ ଅଧିକାରୀଙ୍କ ଦ୍ବାରା ଧରାପଡ଼ି ଦଣ୍ଡିତ ହୋଇଛନ୍ତି। ମାତ୍ର ଏକାଥରେ ୩୦ କେଜି ସୁନା କାର୍ଗୋ ବିମାନରେ ଆସିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହି ଘଟଣାରେ ସନ୍ଦେହ ଘେରକୁ ଆସିଥିବା ସ୍ବପ୍ନା ସୁରେଶ ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ କହିଛନ୍ତି ଯେ ଏହା ଏକ ଗୁରୁତର ପ୍ରସଙ୍ଗ। ଏହାର ମୂଳ କେଉଁଠି ରହିଛି, ତାହାକୁ ନିଶ୍ଚିତରେ ଖୋଜି ବାହାର କରାଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ