ୟେସ୍ ବ୍ୟାଙ୍କ୍ ଦୁର୍ନୀତି ମାମଲା: ୨୫୦୦ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କଲା ଇଡି


ବହୁଚର୍ଚ୍ଚିତ ୟେସ୍ ବ୍ୟାଙ୍କ୍ ଦୁର୍ନୀତି ମାମଲାରେ ଗୁରୁବାର ପ୍ରବର୍ତ୍ତନ ନିର୍ଦେଶାଳୟ ୨୫ ଶହ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି। ଏହା ୟେସ୍ ବ୍ୟାଙ୍କ୍ ଦୁର୍ନୀତି ମାମଲାରେ ତିନି ମୁଖ୍ୟ ଅଭିଯୁକ୍ତ ବ୍ୟାଙ୍କ୍‌ର ପ୍ରତିଷ୍ଠାତା ସଦସ୍ୟ ରାଣା କପୁର ଓ ଦିଓ୍ୱାନ୍ ହାଉସିଂ ଫାଇନାନ୍ସ ଲିମିଟେଡ୍ (ଡିଏଚ୍ଏଫ୍ଏଲ୍) ପ୍ରମୋଟର୍ କପିଲ ଓ ଧୀରଜ୍ ଓ୍ୱଧାଓ୍ୱନ୍‌ଙ୍କ ସମ୍ପତ୍ତି ବୋଲି ଜଣାପଡ଼ିଛି। ଏହା ମଧ୍ୟରେ ମୁମ୍ବାଇ, ଦିଲ୍ଲୀ, ଲଣ୍ଡନ ଓ ନ୍ୟୁୟର୍କରେ ରାଣା କପୁର ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ୧୧ ଶହ କୋଟି ଟଙ୍କାର ସମ୍ପତ୍ତି ରହିଛି। ସେହିପରି ଏହି ଅର୍ଥନୈତିକ ଅନିୟମିତତା ମାମଲାର ତଦନ୍ତକାରୀ ସଂସ୍ଥା ଓ୍ୱଧାଓ୍ୱନ୍ ଭ୍ରାତାଙ୍କ ମୁମ୍ବାଇ, ଅଷ୍ଟ୍ରେଲିଆ, ଲଣ୍ଡନ ଓ ପୁଣେଠାରେ ଥିବା ୧୪୧୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ମଧ୍ୟ ଆଟାଚ୍ କରିଛି।

ରାଣା କପୁରଙ୍କ ୧୧ ଶହ କୋଟି ଟଙ୍କାର ସମ୍ପତ୍ତି ମଧ୍ୟରେ ମୁମ୍ବାଇର ପେଡାର୍ ରୋଡ୍‌ରେ ଥିବା ଏକ ବଙ୍ଗଳା, ଦିଲ୍ଲୀର ଅମ୍ରିତା ଶେରଗି୍ ମାର୍ଗରେ ଥିବା ୪୮ କୋଟି ଟଙ୍କାର ସମ୍ପତ୍ତି, ଅଷ୍ଟ୍ରେଲିଆରେ ଥିବା ଗୋଟିଏ କମର୍ସିଆଲ୍  ସମ୍ପତ୍ତି ସହ ୫ଟି ବିଳାସପୂର୍ଣ୍ଣ କାର୍, ଲଣ୍ଡନରେ ଦୁଇଟି ସମ୍ପତ୍ତି ଓ ନ୍ୟୁୟର୍କରେ ଥିବା ଗୋଟିଏ ସମ୍ପତ୍ତି ସାମିଲ୍। ଏଥିସହ ଇଡି ପକ୍ଷରୁ ଖୁବ୍‌ଶୀଘ୍ର ଏହି ମାମଲାରେ ଦ୍ୱିତୀୟ ଚାର୍ଜଶିଟ୍ ଦାଖଲ କରାଯିବାର ସଙ୍କେତ ମିଳିଛି। ଗତ ମେ’ରେ ଇଡି ପକ୍ଷରୁ ୟେସ୍ ବ୍ୟାଙ୍କ୍ ଦୁର୍ନୀତି ମାମଲାରେ ରାଣା କପୁର, ତାଙ୍କ ପତ୍ନୀ ବିନ୍ଦୁ କପୁର ଓ କନ୍ୟା ରୋଶନି, ରାକ୍ଷୀ ଓ ରାଧାଙ୍କ ବିରୋଧରେ ପ୍ରାଥମିକ ଚାର୍ଜଶିଟ୍ ଦାଖଲ କରାଯାଇଛି ଏହି ଚାର୍ଜଶିଟ୍‌ରେ ରାଣା କପୁର ଓ ତାଙ୍କ ପରିବାରର ସଦସ୍ୟାମାନେ ଡିଏଚ୍ଏଫ୍ଏଲ୍ ସହ ଏକାଧିକ ସଂସ୍ଥାକୁ ଅଯାଚିତ ଭାବେ ଋଣ ଯୋଗାଇଦେବାକୁ ସୁପାରିସ୍ କରିଥିବା ଦର୍ଶାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ