୨୦୨୧ ଜୁନ ପର୍ଯ୍ୟନ୍ତ ଏସିଆ କପ୍ କ୍ରିକେଟ ସ୍ଥଗିତ


କୋରୋନା ମହାମାରୀ ପାଇଁ ଏସିଆ କପ କ୍ରିକେଟକୁ ୨୦୨୧ ଜୁନ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ଏସୀୟ କ୍ରିକେଟ ପରିଷଦ ବୈଠକରେ ବିଧିବଦ୍ଧ ଭାବେ ଏସିଆ କପ୍ ସ୍ଥଗିତ ରଖିବା ପାଇଁ ପ୍ରସ୍ଥାବ ପାରିତ ହୋଇଛି। ଆସନ୍ତା ସେପ୍ଟେମ୍ବରରେ ଏସିଆ କପ୍ ଆୟୋଜନ କରିବା ନେଇ ଖେଳସୂଚୀ ସ୍ଥିର ହୋଇଥିଲା। ମାତ୍ର ବର୍ତ୍ତମାନ ସ୍ଥିତିରେ କୋରୋନା ଯେଉଁପରି ଭାବେ କାୟା ମେଲାଇ ଚାଲିଛି, ଏହି ସ୍ଥିତିରେ ଏସିଆ କପ୍ ଆୟୋଜନ ସମ୍ଭବ ନୁହେଁ ବୋଲି ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ବିମାନ ଯାତ୍ରା କଟକଣା, କ୍ବାରେଣ୍ଟାଇନ ବ୍ୟବସ୍ଥା, କୋରୋନା ସଂକ୍ରମଣ ଆଶଙ୍କା ଏସିଆ କପ ସ୍ଥଗିତ କରିବା ପାଇଁ ଏକପ୍ରକାର ବାଧ୍ୟ କରିଛି ବୋଲି କୁହାଯାଇଛି।

ଏଥରର ଏସିଆ କପ୍ ଆୟୋଜନ ଅଧିକାର ପାକିସ୍ତାନକୁ ମିଳିଥିଲା। ମାତ୍ର ସୁରକ୍ଷା କାରଣରୁ ଭାରତ ସମେତ ଅନ୍ୟ ରାଷ୍ଟ୍ର ପାକିସ୍ତାନ ଗସ୍ତ କରିବାକୁ ରୋକଠୋକ ମନା କରିବା ପରେ ଏସିଆ କପକୁ ଆୟୋଜନ କରିବା ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଆଗ୍ରହ ପ୍ରକାଶ କରିଥିଲା। ମାତ୍ର ୨୦୨୧ ଜୁନରେ ଏସିଆ କପ କେଉଁ ରାଷ୍ଟ୍ର ଆୟୋଜନ କରିବ, ସେନେଇ ଏସୀୟ କ୍ରିକେଟ ପରିଷଦ ବୈଠକରେ କିଛି ସ୍ଥିର କରାଯାଇ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ