ମୋଦିଙ୍କ ମନ୍ତ୍ର: ରିଫର୍ମ, ଟ୍ରାନ୍ସଫର୍ମ ଓ ପରଫର୍ମ

ଏକସଙ୍ଗେ କୋରୋନା ଓ ଆର୍ଥିକ ଅବ୍ୟବସ୍ଥା ସହ ଲଢ଼ୁଛି ଭାରତ

ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଏବଂ କୋରୋନା ଭୂତାଣୁ ସଙ୍କଟ ଭିତରେ ବ୍ୟବସାୟ ଏବଂ ନିବେଶକୁ ନେଇ ବ୍ରିଟେନରେ ଆୟୋଜିତ ଇଣ୍ଡିଆ ଗ୍ଲୋବାଲ ୱିକ-୨୦୨୦ କାର୍ଯ୍ୟକ୍ରମରେ ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ବବାସୀଙ୍କୁ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମ ଆୟୋଜକ ମାନଙ୍କ ପ୍ରୟାସକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦି କୋରୋନା ଭୂତାଣୁ ବିଶ୍ବବ୍ୟାପୀ ଏକ ଗୁରୁତର ସଙ୍କଟ ଭାବେ ସାମ୍ନାକୁ ଆସିଥିବା କହିଛନ୍ତି। ଏହି ସଙ୍କଟ ମନୁଷ୍ୟ ଜୀବନର ପ୍ରତ୍ୟେକ ଭାଗକୁ ପ୍ରଭାବିତ କରିଛି ଏବଂ ବ୍ୟବସାୟ ଜଗତକୁ କବଳିତ କରିଛି ବୋଲି ସେ ସୂଚିତ କରାଇଛନ୍ତି। ସେ କହିଥିଲେ ଯେ ସାରା ବିଶ୍ବ ଭାରତୀୟଙ୍କ ମେଧାକୁ ଦେଖିଛି। ବିଜ୍ଞତାକୁ ପରଖିଛି। ଭାରତୀୟ ପ୍ରଯୁକ୍ତି ଉଦ୍ୟୋଗ ଏବଂ କୌଶଳ ପେସାଦାରଙ୍କୁ ଉପେକ୍ଷା କରି ବୈଶ୍ବିକ ଯୋଗଦାନ ସମ୍ଭବପର ନୁହେଁ। ଭାରତୀୟ ଉଦ୍ୟମୀ ସାରା ବିଶ୍ବକୁ ବିଗତ ଦଶନ୍ଧି ଦଶନ୍ଧି ଧରି ରାସ୍ତା ଦେଖାଇ ଆସିଛି। ଭାରତୀୟ ମେଧା ଏକ ଶକ୍ତିକେନ୍ଦ୍ର ସ୍ବରୂପ। ଏହି କେନ୍ଦ୍ର ସର୍ବଦା ବିଶ୍ବର ବିକାଶରେ ନିଜର ଯୋଗଦାନ ଦେବାରେ ତତ୍ପର ରହିଛି।

ଉଦଘାଟନୀ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଏହି କାର୍ଯ୍ୟକ୍ରମ ବିଗତ କିଛି ବର୍ଷ ମଧ୍ୟରେ ଇଣ୍ଡିଆ ଇଙ୍କ ଦ୍ବାରା କରାଯାଇଥିବା ଉତ୍କ୍‌ଷ୍ଟ କାର୍ଯ୍ୟକ୍ରମ ଗୁଡ଼ିକର ଏକ ଅଂଶ। ଏହି କାର୍ଯ୍ୟକ୍ରମ ଦ୍ବାରା ଭାରତକୁ ବିଶ୍ବର ଦର୍ଶକଙ୍କ ନିକଟରେ ପରିଚିତ କରାଇବାରେ ସହାୟତା ମିଳିପାରିବ। ବର୍ତ୍ତମାନ ସମୟରେ ପୁନରୁଦ୍ଧାର ବାବଦରେ ଚର୍ଚ୍ଚା କରିବା ସ୍ବାଭାବିକ କଥା। ଗ୍ଲୋବାଲ ରିଭାଇଭାଲ ଏବଂ ଭାରତକୁ ଯୋଡ଼ିବା ସମପରିମାଣରେ ମଧ୍ୟ ସ୍ବାଭାବିକ ଅଟେ। ଗ୍ଲୋବାଲ ରିଭାଇଭାଲର କାହାଣୀରେ ଭାରତର ଅଗ୍ରଣୀ ଭୂମିକା ରହିବ। ଭାରତର ସଂସ୍କାର ଓ କାୟାକଳ୍ପ କରିବାର କ୍ଷମତା ରହିଛି। ଏମିତି ଦେଖିବାକୁ ଗଲେ ଭାରତ ପ୍ରାକ୍‌ତିକ ସଂସ୍କାରକ। ଗୋଟିଏ ପଟରେ ଭାରତ ବିଶ୍ବ ମହାମାରୀ କୋରୋନା ବିରୋଧରେ ଏକ ସୁଦ୍‌ଢ଼ ଲଢ଼େଇ ଲଢ଼ୁଥିବା ବେଳେ ଅନ୍ୟପଟେ ଜୀବିକାର ନିଶ୍ଚିତତା ତଥା ଅର୍ଥନୀତିରେ ସ୍ଥିରତା ପାଇଁ ମଧ୍ୟ ବ୍ୟାପକ ସ୍ତରରେ ପ୍ରୟାସକୁ ଜୋରଦାର କରାଯାଇଛି। ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ସହିତ ଅର୍ଥ ବ୍ୟବସ୍ଥାର ସ୍ବାସ୍ଥ୍ୟ ଉପରେ ସମ ପରିମାଣର ଧ୍ୟାନ ଦିଆଯାଉଛି। ଭାରତର ପୁନରୁଦ୍ଧାରରେ ଦୟା, କରୁଣା ସହିତ ପରିବେଶ ଏବଂ ଅର୍ଥ ବ୍ୟବସ୍ଥା ଉଭୟ ପାଇଁ ପ୍ରୟାସ ରହିବ।

ଗ୍ଲୋବାଲ ୱିକ ୨୦୨୦କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ବିଶ୍ବବାସୀଙ୍କ କଲ୍ୟାଣ ପାଇଁ ଭାରତ ଯଥାସମ୍ଭବ ପ୍ରୟାସ କରିବ। ଆଜି ଭାରତ ରିଫର୍ମ, ଟ୍ରାନ୍ସଫର୍ମ ଏବଂ ପରଫର୍ମ ପାଇଁ ପ୍ରାଥମିକତା ଦେଉଛି। ଭାରତ ବିଶ୍ବର ସବୁଠୁ ଉନ୍ମୁକ୍ତ ଅର୍ଥ ବ୍ୟବସ୍ଥା ଗୁଡ଼ିକ ମଧ୍ୟରୁ ଅନ୍ୟତମ। ଆମେ ବିଶ୍ବର ନିବେଶକମାନଙ୍କୁ ଭାରତ ମାଟିକୁ ସ୍ବାଗତ କରୁଛୁ।

ଇଣ୍ଡିଆ ଗ୍ଲୋବାଲ ୱିକ ୨୦୨୦ ଅବସରରେ ୩୦ଟି ଦେଶରୁ ୫ ହଜାରରୁ ଊର୍ଦ୍ଧ୍ବ ଅଂଶଗ୍ରହଣକାରୀ ୭୫ଟି ବିଭିନ୍ନ ଅଧିବେଶନରେ ଯୋଗଦାନ କରିବେ। ବିଶ୍ବର ୨୫୦ରୁ ଊର୍ଦ୍ଧ୍ବ ବକ୍ତା ଏହି ଭର୍ଚୁଆଲ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ବ୍ରିଟେନର ବୈଦେଶିକ ସଚିବ ଡୋମିନିକ ରାବ, ଗ୍‌ହ ସଚିବ ପ୍ରୀତି ପଟେଲ ଏବଂ ଭାରତରେ ଆମେରିକାର ରାଷ୍ଟ୍ରଦୂତ କେନେଥ ଜଷ୍ଟର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏହି ଭର୍ଚୁଆଲ କନଫରେନ୍ସିଂର ଥିମ ରହିଛି ‘ଦ ରିଭାଇଭାଲ ଭାରତ ଏବଂ ଏକ ଉନ୍ନତ ବିଶ୍ବ।’ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନୀ ବକ୍ତ୍‌ତା ପ୍ରଦାନ କରିଛନ୍ତି। ଏଥିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର, ବାଣିଜ୍ୟ ଓ ରେଳମନ୍ତ୍ରୀ ପୀୟୁଷ ଗୋଏଲ, ଜମ୍ମୁ-କଶ୍ମୀରର ରାଜ୍ୟପାଳ ସି ମୁର୍ମୁ, ଇଶା ଫାଉଣ୍ଡେସନ ପ୍ରତିଷ୍ଠାନର ପ୍ରତିଷ୍ଠାତା ସଦଗୁରୁ ଜାଗି ବାସୁଦେବ ଏବଂ ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର ଭାଗ ନେଇଛନ୍ତି। ଏହି ଅବସରରେ ମଧୁ ନଟରାଜନଙ୍କ ‘ଆତ୍ମନିର୍ଭର ଭାରତ’ କାର୍ଯ୍ୟକ୍ରମରେ କେବେ ଦେଖା ଯାଇ ନ ଥିବା କାର୍ଯ୍ୟ ସମ୍ପାଦନା ଏବଂ ସିତାରବାଦକ ରବିଶଙ୍କରଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପାଇଁ ତାଙ୍କର ୩ ଜଣ ଶିଷ୍ୟଙ୍କ ଦ୍ବାରା ଜନ୍ମ ଶତବାର୍ଷିକୀ କନସର୍ଟ ପରିବେଷିତ ହେବ। ୨୫୦ରୁ ଅଧିକ ବ୍ୟବସାୟ ରଣନୀତିକ ବିଶେଷଜ୍ଞ ବକ୍ତା ୫ ହଜାର ବଛା ବଛା ଅଂଶଗ୍ରହଣକାରୀଙ୍କ ସହ ଚର୍ଚ୍ଚା କରିବାର କାର୍ଯ୍ୟକ୍ରମ ରହିଛି। ଗୁରୁବାର ଠାରୁ ଶନିବାର ଯାଏ ତିନି ଦିନିଆ ଏହି କାର୍ଯ୍ୟକ୍ରମ କୋରୋନା ଭୂତାଣୁ ସଂକ୍ରମଣ କାରଣରୁ ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ହେଉଛି।

ସାମାଜିକ ସମସ୍ୟା ହେଉ ଅବା ଆର୍ଥିକ ସଙ୍କଟ, ଭାରତ ପ୍ରତ୍ୟେକ ସ୍ଥିତିରେ ଆଗକୁ ଆସି କାମ କରିଛି। ଆଜି ଭାରତ କୋରୋନା ଭୂତାଣୁ ବିରୋଧରେ ଲଢ଼େଇ ଲଢ଼ୁଛି। ତା’ ସହିତ ଆର୍ଥିକ ସ୍ଥିତିକୁ ନେଇ ବି ଜାରି ରହିଛି ସଂଘର୍ଷ। ବିଶ୍ବର ଉନ୍ନତି ଏବଂ ଭଲ ପାଇଁ ଭାରତ ଟ୍ରାନ୍ସଫର୍ମ ଏବଂ ପରଫର୍ମ ଉପରେ ବିଶ୍ବାସ ରଖୁଛି ବୋଲି ମୋଦି କହିଛନ୍ତି। ଜିଏସଟି ଭଳି ପଦକ୍ଷେପ ନେବା ସହ ଭାରତ ପୁଞ୍ଜିନିବେଶର ପ୍ରକ୍‌ଷ୍ଟ କ୍ଷେତ୍ର ତିଆରି କରିଥିବା ମୋଦି କହିଥିଲେ। ସେ ସୂଚିତ କରାଇଥିଲେ କି ଭାରତ ଯେଉଁ ଔଷଧ ତିଆରି କରୁଛି, ତାହା ବିଶ୍ବର ଆବଶ୍ୟକତା ପୂରଣ କରିବ। ଟିକା ଜରିଆରେ ଭାରତର ଅଗ୍ରଣୀ ଭୂମିକା ରହିବ ଏବଂ ଆଜି ଦେଶ ଆତ୍ମନିର୍ଭରତା ଲକ୍ଷ୍ୟ ନେଇ ଆଗକୁ ଗତି କରୁଥିବା ସେ ଦର୍ଶାଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ