ଜାଣନ୍ତୁ କେଉଁଥି ପାଇଁ ଆମୀରଙ୍କ ଝିଅଙ୍କର ହୋଇଥିଲା ବ୍ରେକ୍ଅପ୍


ଆମୀର ଖାନଙ୍କ ଝିଅ ଇରା ଖାନ ବେଶ୍ ବିନ୍ଦାସ ମିଜାଜର ଝିଅ। ସେ ଏକ ଖୋଲା ବହି ସଦୃଶ। ସେ ଯେମିତ ପବ୍ଲିକରେ ଦେଖାଯାଆନ୍ତି, ବାସ୍ତବରେ ମଧ୍ୟ ଠିକ୍ ସେମିତି। ଏହି ଷ୍ଟାରକିଡ୍ ନିଜ ସୋସାଲ ମିଡିଆ ଆକାଉଣ୍ଟକୁ ମଧ୍ୟ ରିଅଲିଷ୍ଟିକ୍ ରଖିବାକୁ ଚେଷ୍ଟା କରନ୍ତି। ଏହି କାରଣରୁ କିଛି ଦିନ ପୂର୍ବରୁ କିଛି ଫଟୋ ମାଧ୍ୟମରେ ମିଶାଲ କୃପାଲାନୀଙ୍କ ସହ ନିଜ ରିଲେସନଶିପକୁ ସ୍ବୀକାର କରିଥିଲେ। ସେମାନଙ୍କର ଫଟୋ ଦେଖି ଲାଗୁଥିଲା ଏହି କପଲ ପରସ୍ପର ସହ ବେଶ୍ ଖୁସି ଅଛନ୍ତି। ଯଦିଓ ପରେ ସେମାନଙ୍କ ରାସ୍ତା ଅଲଗା ହୋଇଯାଇଥିଲା। ଏହାର ଅନେକ ଗୁଡ଼ିଏ କାରଣ ଅଛି ବୋଲି କୁହାଯାଉଛି।

ରିପୋର୍ଟ ଅନୁସାରେ ଇରା ନିଜ କ୍ୟାରିଅର ଓ କାମକୁ ନେଇ ବହୁତ ବ୍ୟସ୍ତ ରହିଥାନ୍ତି, ଯାହା ସେମାନଙ୍କର ସମ୍ପର୍କ ଭାଙ୍ଗିବାର କାରଣ ପାଲଟିଛି। ବ୍ୟସ୍ତ ରହୁଥିବା କାରଣରୁ ଉଭୟଙ୍କ ମଧ୍ୟରେ ଦୂରତା ଆସିଯାଇଥିଲା ଓ ସେମାନେ ଅଲଗା ହେବାକୁ ଠିକ୍ ଭାବିଲେ। ଯଦିଓ ଇରା ସେମାନଙ୍କ ସମ୍ପର୍କ ଭାଙ୍ଗିବା ବିଷୟରେ କୌଣସି ଜିନିଷ ପବ୍ଲିକିଲି ଜଣାଇ ନ ଥିଲେ, କିନ୍ତୁ ତାଙ୍କ ସୋସାଲ ମିଡିଆ ପୋଷ୍ଟ ଦେଖିବା ପରେ ଲୋକେ ଏହା ସଙ୍ଗେ ସଙ୍ଗେ ଅନ୍ଦାଜ ଲଗାଇ ଦେଇଥିଲେ। ତେବେ ଏହି କାରଣ କେତେ ସତ, କେତେ ମିଛ ତାହା କେବଳ ଇରା ଓ ମିଶାଲ ଜାଣିଥିବେ। କିନ୍ତୁ ଏକଥା ସତ ଯେ ଜଣେ ମାତ୍ରାଧିକ ବ୍ୟସ୍ତ ରହିଲେ, ସମ୍ପର୍କ ନିହାତି ଭାଙ୍ଗି ଯାଇଥାଏ।

ସାଥୀଙ୍କ ପାଇଁ ସମୟ ବାହାର ନ କରିପାରିବା
ସାଧାରଣତଃ କାମ ପ୍ରତି ପ୍ୟାସନେଟ୍ ଲୋକେ ରିଲେସନଶିପରେ ପଡ଼ିଯାଆନ୍ତି ସତ, କିନ୍ତୁ ଦୁଇଟିଯାକ କଥାକୁ ଠିକ୍ ଭାବେ ମ୍ୟାନେଜ୍ କରିପାରନ୍ତି ନାହିଁ। ପ୍ରଥମେ ପ୍ରଥମେ ସେମାନେ ସମ୍ପର୍କକୁ ଯେତିକି ଗୁରୁତ୍ବ ଦେଇଥାନ୍ତି, ତାହା ଧୀରେ ଧୀରେ କମ୍ ହେବାରେ ଲାଗେ। କାରଣ ସେମାନେ ରିଲେସନଶିପକୁ ହାଲୁକାରେ ନେବା ସହିତ କ୍ୟାରିଅରକୁ ଅଧିକ ଧ୍ୟାନ ଦେଇଥାନ୍ତି। ଏପରିସ୍ଥଳେ ନିଜ ପାର୍ଟନରଙ୍କ ସହିତ କଥା ହେବା, ଦେଖା କରିବା ଆଦି ପାଇଁ ବହୁତ କଷ୍ଟରେ ସମୟ ବାହାର କରିପାରନ୍ତି, ଯାହା ସେମାନଙ୍କ ଭିତରେ ଦୂରତା ଆଣିଦିଏ।

ଏକୁଟିଆ ପଣ ଓ ଭୁଲ୍ ବୁଝାମଣା
ସମୟ ବାହାର କରି ନ ପାରିବା ଓ କମ୍ୟୁନିକେସନ ଗ୍ୟାପ୍ କାରଣରୁ ସାଥୀଙ୍କୁ ଏକୁଟିଆ ଅନୁଭବ ହୁଏ। ସାଥୀ ତାଙ୍କର ଓ ତାଙ୍କ ସମ୍ପର୍କର ପରୁଆ କରୁ ନାହାନ୍ତି ବୋଲି ସେ ଭାବିବାରେ ଲାଗନ୍ତି। ଏପରିସ୍ଥଳେ ଭୁଲ୍ ବୁଝାମଣା ଧୀରେ ଧୀରେ ସେମାନଙ୍କ ସମ୍ପର୍କରେ ଘର କରିବାରେ ଲାଗେ। ଫଳରେ ଝଗଡ଼ା ହେବା ସାଧାରଣ କଥା। ଏହି ସ୍ଥିତିରେ ସମ୍ପର୍କରେ ପ୍ରେମ କମ୍ ନେଗେଟିଭିଟି ଅଧିକ ହେବାରେ ଲାଗେ। ଯାହାର ଶେଷ ସମ୍ପର୍କକୁ ମଧ୍ୟ ଭାଙ୍ଗିଦିଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ