କୋରୋନାର କୋକୁଆ ଭୟ: ମାରୁଛି ମାନସିକ ଚାପ


କୋରୋନା ସଂକ୍ରମଣର ମୁକାବିଲା ପାଇଁ ଦେଶରେ ଜାରି ରହିଛି ଲକଡାଉନ ଓ ଶଟଡାଉନ। ଘରୁ ବାହାରିବା ଉପରେ ରହିଛି କଟକଣା। ବାହାରକୁ ଗଲେ ମାନିବାକୁ ହେଉଛି ସାମାଜିକ ଦୂରତ୍ବ। ସର୍ବସାଧାରଣ ସେବା ମଧ୍ୟ ସୀମିତ ହୋଇଯାଇଛି। ବଦଳି ଯାଇଛି ନିତିଦିନିଆ ରୁଟିନ। ବୋର୍ଡିଂ ହାଉସ ଓ ରେଣ୍ଟେଡ ଆପାର୍ଟମେଣ୍ଟରେ ୱିଦାଉଟ ୱାର୍କ ମନକୁ ଆନ୍ଦୋଳିତ କରିଛି। କୋରୋନା ଡର ଘାରିଛି। ନିଦ ଲାଗୁନି କି ଭୋକ ବି ହେଉନି। ଏଭଳି ସ୍ଥିତି ସ୍‌ଷ୍ଟି କରୁଛି ଅବସାଦ। କୋରୋନା କାଳରେ ଅନେକେ ଏଭଳି ଅବସାଦକୁ ନେଇ କରୁଛନ୍ତି ଆତ୍ମହତ୍ୟା। ଭୂତାଣୁ ସଂକ୍ରମଣରେ ଜୀବନ ଯାଉଥିବା ବେଳେ ଦୁଶ୍ଚିନ୍ତାରେ ଗଡ଼ୁଛି ମୁଣ୍ଡ। ମାନସିକ ଚାପରେ ଗୋଟିଏ ପରେ ଗୋଟିଏ ଜୀବନ ଝଡ଼ିପଡ଼ୁଛି। ତେବେ କାହିଁକି ହେଉଛି କୋରୋନା କାଳରେ ଅଧିକ ଆତ୍ମହତ୍ୟା? ଅବସାଦ ଓ ଦୁଶ୍ଚିନ୍ତାର ବ୍ୟୁହରୁ ଆମେ କ’ଣ ମୁକ୍ତି ପାଇପାରିବା ନାହିଁ? ଘର, ପରିବାର, ସମାଜ ଓ ସରକାରଙ୍କ କ’ଣ ରହିଛି ଦାୟିତ୍ବ? ଏହାକୁ ନେଇ ସ୍ବତନ୍ତ୍ର ପ୍ରସଙ୍ଗରେ ଆମର ଏ ପ୍ରତିବେଦନ।

ଗଞ୍ଜାମ ଜିଲା ବୁଗୁଡ଼ା ଆକ୍ସିସ ବ୍ୟାଙ୍କ ଶାଖାର ଲୋନ ଅଫିସର ୨୮ ବର୍ଷ ବୟସ୍କ ଶାଶ୍ବତ ଦାଶଙ୍କ ଝୁଲନ୍ତା ଶବ ତାଙ୍କର ସ୍ଥାନୀୟ ଏକ ଭଡ଼ାଘରୁ ଉଦ୍ଧାର କରାଯାଇଛି। ୧୦ ମାସ ତଳେ ତାଙ୍କ ମା’ଙ୍କ ମ୍‌ତ୍ୟୁ ହୋଇଥିଲା। ତାଙ୍କ ଭାଇ କୋଲକାତାରେ ଚାକିରି କରୁଥିବା ବେଳେ ବାପା ଭୁବନେଶ୍ବରରେ ଏକାକୀ ରହୁଥିଲେ। ଶାଶ୍ବତଙ୍କ ମ୍‌ତ୍ୟୁ ଆତ୍ମହତ୍ୟା ଜନିତ ବୋଲି ପୋଲିସ କହିଛି। ସେହିପରି କନ୍ଧମାଳ ଜିଲା ଲାଇନପଡ଼ା ଫାଣ୍ଡି ଅନ୍ତର୍ଗତ ମଲିକ ଗାଁର ସୌରଭ ସୁମନ ଭୋଇ ନାମକ ଜଣେ ଯୁବକ ଗାଁ ସନ୍ନିକଟ ଜଙ୍ଗଲରେ ଏକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ପୋଲିସ ସୂତ୍ରରୁ ଜଣାପଡ଼ିଛି। ସୌରଭ ବିଗତ କିଛିଦିନ ନିଃସଙ୍ଗତାକୁ ପସନ୍ଦ କରୁଥିବା ବେଳେ ଚିଡ଼ଚିଡ଼ା ସ୍ବଭାବର ହୋଇଯାଇଥିବା ନେଇ ଶୁଣିବାକୁ ମିଳୁଛି। ଆହୁରି ଏକ ମର୍ମନ୍ତୁଦ ଖବର ଆସିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଅଞ୍ଚଳରୁ। କୋରୋନା ଯୋଦ୍ଧା ଭାବେ କାମ କରୁଥିବା ଶିକ୍ଷକ ପୁଅର ମ୍‌ତ୍ୟୁ ଖବର ପାଇ ପିତାମାତା ଆତ୍ମହତ୍ୟାର ପଥ ବାଛିନେବା ଭଳି ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି। କୋରୋନାରେ ପୁଅ ଆଖିବୁଜିବା ପରେ ଆତ୍ମହତ୍ୟା କରିଛନ୍ତି ବାପାମାଆ। ସ୍ନେହ ପାଇଁ ମ୍‌ତ୍ୟୁର ଫାଶରେ ଜୀବନ ଟଙ୍ଗାଇ ଦେବା ପରେ ନିଶ୍ଚିହ୍ନ ହୋଇଯାଇଛି ପୂରା ପରିବାର।

କୋରୋନା ସଂକ୍ରମଣ ବଢ଼ୁଛି ଏବଂ ମ୍‌ତ୍ୟୁ ବି ବଢ଼ିଚାଲିଛି। ଭୂତାଣୁ ବଢ଼ାଇଛି ମାନସିକ ଅବସାଦ। କେତେବେଳେ ସାମାଜିକ ବାସନ୍ଦ ଭୟ ତ କେତେବେଳେ ଆତ୍ମୀୟଙ୍କୁ ହରାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି ସମ୍ପର୍କୀୟ। ଜଗତସିଂହପୁର ମେଡିକାଲ ଆଇସୋଲେସନ ୱାର୍ଡରେ ସ୍ବାମୀଙ୍କ ମ୍‌ତ୍ୟୁ ପରେ ଆତ୍ମହତ୍ୟା କରିଥିଲେ ସ୍ତ୍ରୀ। ହସ୍ପିଟାଲ ପକ୍ଷରୁ ସ୍ବାମୀଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ କରି ଜୀବନ ହାରି ଦେଇଥିବା ନେଇ ଏକ ଅଡିଓ ମେସେଜ ମଧ୍ୟ ସାମ୍ନାକୁ ଆସିଛି।

କୋରୋନା ପ୍ରକୋପ ବଢ଼ିଚାଲିଥିବା ବେଳେ ଏପରି ଖବର ଆସିବାରେ ଲାଗିଛି। କୋରୋନା ଆକ୍ରାନ୍ତ ହସ୍ପିଟାଲରୁ ଭଲ ହୋଇ ଫେରିବା ପରେ ମଧ୍ୟ ସମାଜ ଗ୍ରହଣ କରୁ ନ ଥିବା ଦେଖିବାକୁ ମିଳୁଛି। କେବଳ ଯେ କରୋନା କାଳରେ ଓଡ଼ିଶାରେ ଏଭଳି ଆତ୍ମହତ୍ୟା ଘଟଣା ଦେଖିବାକୁ ମିଳୁଛି, ତାହା ନୁହେଁ। ପଞ୍ଜାବର ଅମ୍‌ତସରରେ କୋରୋନା ଆକ୍ରମଣ କରିଥିବାର ଆଶଙ୍କାରେ ଏକ ଦମ୍ପତି ଆତ୍ମହତ୍ୟା କରିଥିବା ବେଳେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଜଣେ ଯୁବକ ଆତ୍ମହତ୍ୟାର ରାସ୍ତା ବାଛିନେଇଛନ୍ତି। ସବୁଠୁ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ। ଦିଲ୍ଲୀରେ ଜଣେ ଆଇଆରଏସ ଅଧିକାରୀ ନିଜକୁ କୋରୋନା ସଂକ୍ରମିତ ଆଶଙ୍କା କରି ଟେଷ୍ଟ କରାଇଥିଲେ। ଡରରେ ସେ ଆତ୍ମହତ୍ୟା କଲେ। ପରେ ତାଙ୍କର ରିପୋର୍ଟ ନେଗେଟିଭ ଆସିଲା। ଏଭଳି ଭାବରେ ସାରା ଭାରତରେ ଏବେ ଆତ୍ମହତ୍ୟାର ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିଛି। କୋରୋନା କାଳରେ ଲୋକଙ୍କ ଦୈନନ୍ଦିନ ରୁଟିନ ବଦଳିଛି। ବୋର୍ଡିଂ ହାଉସ ଓ ରେଣ୍ଟେଡ ଆପାର୍ଟମେଣ୍ଟ ସେଣ୍ଟରରେ କାମ ବିନା ଶୋଇ ଶୋଇ ଦିନ କଟୁଛି। ଲଣ୍ଡ୍ରି ସର୍ଭିସ, ସିକ୍ୟୁରିଟି ଗାର୍ଡ, ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥାର କର୍ମଚାରୀ, ସିନେମା ହଲ କର୍ମଚାରୀ ଓ ଗାର୍ଡମେନଙ୍କ ଚାକିରି ଚାଲିଯାଇଛି। ଅପ୍ରତ୍ୟାଶିତ ଚାକିରି ଚାଲିଯିବା ଏବଂ ଆର୍ଥିକ ବୋଝ ବଢ଼ିଯିବାରୁ ଏକାକୀ ରହୁଥିବା ଲୋକ, ଗରିବ ଏବଂ ରୁଗଣ ମାନସିକତା ଥିବା ବ୍ୟକ୍ତିଙ୍କ ମଧ୍ୟରେ ଅବସାଦ ଉଗ୍ର ହେବାରେ ଲାଗିଛି। କୋରୋନାରେ ନିଜ ଜୀବନ ଚାଲିଯିବାର ଡର, ନିଜ ପ୍ରିୟଜନଙ୍କୁ ହରାଇବାର ଆଶଙ୍କା, ଘରୁ ବାହାରି ନ ପାରିବାର ଅନିଶ୍ଚିତତା ଓ ଆର୍ଥିକ ଅଭାବ ସବୁ ମିଶି ଆତ୍ମବିଶ୍ବାସ ଉପରେ ପ୍ରହାର କରୁଛି। ଏଭଳି ସ୍ଥିତିରେ ଅନେକ ଲୋକ ମାନସିକ ସନ୍ତୁଳନ ହରାଇ ବସୁଥିବା ବେଳେ ଆଉ କେତେକ ଆତ୍ମହତ୍ୟାର ରାସ୍ତାରେ ଗୋଡ଼ ବଢ଼ାଉଛନ୍ତି।

ମାନସିକ ଅବସାଦରେ ଥିବା ବ୍ୟକ୍ତିଙ୍କ ଦୈନନ୍ଦିନ ରୁଟିନ ପ୍ରାୟତଃ ବାଧାପ୍ରାପ୍ତ ହୋଇଥାଏ। ସେମାନେ ଠିକ ସମୟରେ ଖାଆନ୍ତିନି କି ଶୁଅନ୍ତିନି। କେବେ ଅଧିକ ଭୋଜନ କରନ୍ତି ତ କେବେ ଆଦୌ ଖାଇ ନ ଥାନ୍ତି। ଏକାକୀ ରହିବାକୁ ପସନ୍ଦ କରନ୍ତି। ଦୁଇ ସପ୍ତାହରୁ ଅଧିକ ସମୟ ଏଭଳି ସ୍ଥିତିରେ ରହିଲେ ମାନସିକ ଦୁଶ୍ଚିନ୍ତାଗ୍ରସ୍ତ ହୋଇଛନ୍ତି ବୋଲି କୁହାଯିବ। ସେଭଳି କ୍ଷେତ୍ରରେ ଦୁଶ୍ଚିନ୍ତାରେ ଥିବା ବ୍ୟକ୍ତିଟିର କଥା ଶୁଣିବାକୁ ହେବ। ତାଙ୍କ ସହ ସ୍ନେହପୂର୍ଣ୍ଣ ବ୍ୟବହାର କରନ୍ତୁ। ତାଙ୍କୁ ପ୍ରଶଂସା କରନ୍ତୁ। ଗୀତ ଶୁଣାନ୍ତୁ। ତାଙ୍କ ପସନ୍ଦର କାମ ତାଙ୍କୁ ଦିଅନ୍ତୁ। ଘରେ ଛୋଟ ବଡ଼ କାମରେ ତାଙ୍କୁ ନିୟୋଜିତ ରଖି ଆତ୍ମବିଶ୍ବାସ ବଢ଼ାଇବାରେ ସହଯୋଗ କରନ୍ତୁ। ତେବେ ଯାଇ ଆମେ ଆମର ପ୍ରିୟ ପରିଜନଙ୍କୁ ଆମ ସାଥୀରେ ରଖିପାରିବା ଓ କୋରୋନା ଲଢ଼େଇରେ ବିଜୟୀ ହୋଇପାରିବା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ