ଜାଣନ୍ତୁ ଉଜ୍ଜୟିନୀର ରାଜା ମହାକାଳଙ୍କ ସହ ଜଡ଼ିତ ରୋଚକ କଥା


ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ପବିତ୍ର ମାସ କୁହଯାଇଥାଏ। ଚଳିତ ବର୍ଷ ଜୁଲାଇ ମାସରେ ଶ୍ରାବଣ ମାସ ଆରମ୍ଭ ହୋଇଛି। ଚଳିତ ବର୍ଷ କୋରୋନା ଭାଇରସ କାରଣରୁ ଭୋଳାବାବାଙ୍କ ଭକ୍ତ ହୁଏତ ତାଙ୍କ ମନ୍ଦିରକୁ ଦର୍ଶନ କରିବାକୁ ଯାଇ ନ ପାରନ୍ତି, କିନ୍ତୁ ଘରେ ରହି ପୂରା ନିଷ୍ଠାର ସହ ଏହା ନିହାତି ଭାବେ ପାଳନ କରିବେ। ଶ୍ରାବଣ ମାସରେ ଭୋଳାବାବାଙ୍କ ବିଷୟରେ କଥା କିପରି ବା ନ ହେବା? ଚାଲନ୍ତୁ ଜାଣିବା ବିଶ୍ବ ପ୍ରସିଦ୍ଧ ମହାକାଳେଶ୍ବର ମନ୍ଦିର ସହିତ ଜଡ଼ିତ କେତେକ ରୋଚକ କଥା। ଏହା ମଧ୍ୟ ପ୍ରଦେଶର ଉଜ୍ଜୟିନୀରେ ଅବସ୍ଥିତ। ଏହି ମନ୍ଦିରରେ ଶିବଙ୍କୁ ଦର୍ଶନ କରିବା ପରେ ମୋକ୍ଷ ପ୍ରାପ୍ତ ହୋଇଯାଏ ବୋଲି ମାନ୍ୟତା ରହିଛି।

ଏକମାତ୍ର ଦକ୍ଷିଣମୁଖୀ ଶିବଲିଙ୍ଗ

ଯଦି ଆପଣ ତନ୍ତ୍ରମନ୍ତ୍ର ବିଦ୍ୟାକୁ ମାନନ୍ତି, ତେବେ ଏହି ମନ୍ଦିରର ବହୁତ ମାନ୍ୟତା ରହିଛି। ଏହା ବିଶ୍ବର ଏକମାତ୍ର ଦକ୍ଷିଣମୁଖୀ ଶିବଲିଙ୍ଗ।

ଦର୍ଶନ ମାତ୍ରେ ମିଳିଥାଏ ମୋକ୍ଷପ୍ରାପ୍ତି
ଯାହାଙ୍କ ନାମ ଭୋଳା, ସେ ବା କେମିତି ନିଜ ଭକ୍ତଙ୍କ ମନୋକାମନା ପୂରା କରିବେ ନାହିଁ? କୁହାଯାଏ, ଯେଉଁମାନେ ଏଠାରେ ଭଗବାନ ଶିବଙ୍କୁ ଦର୍ଶନ କରନ୍ତି, ସେମାନେ ମୋକ୍ଷପ୍ରାପ୍ତି ହୁଅନ୍ତି।

ବାବା ମହାକାଳଙ୍କୁ ଦିଆଯାଏ ଗାର୍ଡ ଅଫ୍ ଅନର
ସୋମବାର ଶିବଙ୍କ ବାର ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଏଠାରେ ଶ୍ରାବଣ ମାସର ଅଲଗା ଏକ ମାନ୍ୟତା ରହିଛି। ଏଠାରେ ଶ୍ରାବଣ ମାସର ପ୍ରତ୍ୟେକ ସୋମବାରକୁ ଏକ ରାଜକୀୟ ସବାରି ପରିଭ୍ରମଣ କରାଯିବା ସହିତ ଭୋଳାବାବାଙ୍କୁ ଗାର୍ଡ ଅଫ୍ ଅନର ମଧ୍ୟ ଦିଆଯାଏ।

ଭସ୍ମ ସହିତ କରାଯାଏ ଆଳତି

ଭଗବାନ ଶିବଙ୍କ ଶୃଙ୍ଗାର ବହୁତ ସୁନ୍ଦର ଭାବେ କରାଯାଏ। ପ୍ରତ୍ୟେକ ଦିନ ସକାଳେ ଭୋଳାବାବାଙ୍କ ଭସ୍ମ ସହିତ ଆଳତି କରାଯାଏ। କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ମହାକାଳଙ୍କ ଶୃଙ୍ଗାର ଶବର ତାଜା ଭସ୍ମ ସହାୟତାରେ କରାଯାଏ। କିନ୍ତୁ ଆଜିକାଲି ଏହା ବଦଳରେ ଗୋବର ଘସିର ଭସ୍ମ ବ୍ୟବହାର କରାଯାଉଛି।

ନାଗ ଚନ୍ଦ୍ରେଶ୍ବର ମହାଦେବଙ୍କ ମନ୍ଦିରର ବି ରହିଛି ମାନ୍ୟତା
ଏହି ମନ୍ଦିରର ଉପର ମହଲାରେ ଆଉ ଏକ ମନ୍ଦିର ରହିଛି। ଏହାର ନାମ ନାଗଚନ୍ଦ୍ରେଶ୍ବର ମହାଦେବ ମନ୍ଦିର। ଏହା କେବଳ ନାଗପଞ୍ଚମୀ ଦିନ ହିଁ ବର୍ଷକରେ ଥରେ ଖୋଲା ହୋଇଥାଏ।

ଏଠାରେ କୌଣସି ରାଜା ନିବାସ କରନ୍ତିନି
ପେରାଣିକ କଥା ଅନୁସାରେ ଏଠାରେ କୌଣସି ରାଜା ନିବାସ କରନ୍ତିନି। କାରଣ ଉଜ୍ଜୟିନୀର ଜଣେ ମାତ୍ର ରାଜା ହେଉଛନ୍ତି ମହାକାଳ।

ଏଭଳି ହୋଇଥିଲେ ପ୍ରକଟ
ମହାକାଳଙ୍କ ପ୍ରକଟକୁ ନେଇ ଏକ କିମ୍ବଦନ୍ତୀ ରହିଛି। ମାନ୍ୟତା ଅନୁସାରେ ଦୂଷଣ ନାମକ ଏକ ଅସୁର କବଳରୁ ଲୋକଙ୍କୁ ରକ୍ଷା କରିବା ଲାଗି ଏଠାରେ ମହାକାଳ ପ୍ରକଟ ହୋଇଥିଲେ।

ଭସ୍ମ ଆଳତିର ରହିଛି ବିଶେଷତ୍ବ
ଭୋଳାବାବାଙ୍କ ଭସ୍ମ ଆଳତି ଦେଖିବା ଯାହା ଭାଗ୍ୟରେ ଜୁଟିଲା, ତାଙ୍କର ସମସ୍ତ କଷ୍ଟ ଲାଘବ ହୋଇଯାଏ। ଏହି ଭସ୍ମକୁ ଗ୍ରହଣ କଲେ ମଧ୍ୟ ମନୁଷ୍ୟର ସମସ୍ତ କଷ୍ଟ ଦୂର ହୋଇଯାଏ ବୋଲି କୁହାଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ