ପିଲାଙ୍କୁ ଖୁଆନ୍ତୁ ଚିଜ୍ ହର୍ବ ପଟାଟୋ ଭେଜ୍‌ସ


ପିଲାଙ୍କୁ କିଛି ସ୍ବାସ୍ଥ୍ୟକର ଓ ସ୍ବାଦିଷ୍ଟ ଖୁଆଇବାକୁ ଚାହୁଥିଲେ ଘରେ ତିଆରି କରିପାରିବେ ଚିଜ୍ ହର୍ବ ପଟାଟୋ ଭେଜ୍‌ସ। କିଛି ମିନିଟରେ ତିଆରି ହୋଇପାରୁଥିବା ଏହି ଡିଶକୁ ପିଲାମାନେ ଖାଇବାକୁ ଖୁବ୍ ପସନ୍ଦ କରିଥାନ୍ତି। ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର

୩ରୁ ୪ଟି ଆଳୁ, ୩ରୁ ୪ ଚାମଚ ଅଲିଭ୍ ଅଏଲ, ସ୍ବାଦାନୁସାରେ ଲୁଣ, ୧ ଚାମଚ ରୋଜମେରି, ୧ ଚାମଚ ଓରେଗାନୋ, ଅଧ ଚାମଚ ଥାଇମ୍, ୧ ଚାମଚ ଗୋଲମରିଚ ଗୁଣ୍ଡ, ୧ ଚାମଚ ଚିଲି ଫ୍ଲେକ୍ସ, ଏକ ତୃତୀୟାଂଶ କପ୍ ଚିଜ୍।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଓଭାନକୁ ୪୫୦ ଡିଗ୍ରୀରେ ପ୍ରିହିଟ୍ କରିଦିଅନ୍ତୁ। ଏବେ ଏକ ପ୍ଲେଟରେ ଆଳୁଗୁଡ଼ିକୁ ଧୋଇ ଲମ୍ବା ଓ ପତଳା କରି କାଟନ୍ତୁ। କୁକିଂ ସିଟରେ ଆଳୁ ରଖି ଅଲିଭ୍ ଅଏଲ୍ ଗୋଳାନ୍ତୁ। ଏହାପରେ ସମସ୍ତ ହର୍ବ ଓ ମସଲା ପକାଇ ଭଲ ଭାବେ ମିଶାନ୍ତୁ। ଏହାକୁ ପାଖାପାଖି ୩୦ରୁ ୪୦ ମିନିଟ୍ ଯାଏ ଓଭାନରେ ବେକ୍ ହେବାକୁ ଛାଡ଼ି ଦିଅନ୍ତୁ। ଏବେ ସ୍ପାଇସି ଚିଜ୍ ସସ୍ ତିଆରି କରିବା ପାଇଁ ଏକ ଗିନାରେ ରେଡ୍ ଚିଲି ଫ୍ଲେକ୍ସ, ହର୍ବ, ଚିଜ୍ ପକାଇ ମିଶାନ୍ତୁ। ନିର୍ଦ୍ଦିଷ୍ଟ ସମୟ ପରେ ଓଭାନରୁ ବେକ୍ ଆଳୁ ବାହାର କରି ସ୍ପାଇସି ଚିଜ୍ ସସରେ ସଜାଇ ପରଷନ୍ତୁ। ଦେଖିବେ ଆପଣଙ୍କ ପିଲା ଏହାକୁ ବହୁତ ପସନ୍ଦ କରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ