୬ ସହରରୁ ବିମାନକୁ ବାରଣ କଲା ବେଙ୍ଗଲ


କୋଲକାତା: କୋରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ଲକ୍ଷ୍ୟରେ ବେଙ୍ଗଲ ସରକାର ୬ଟି ସହରରୁ ବିମାନ ଆସିବା ଉପରେ ରୋକ ଲଗାଇଛନ୍ତି। ଦିଲ୍ଲୀ, ମୁମ୍ବାଇ, ପୁଣେ, ନାଗପୁର, ଚେନ୍ନାଇ ଓ ଅହମଦାବାଦରୁ ଆସୁଥିବା ବିମାନକୁ ଜୁଲାଇ ୬ରୁ ଜୁଲାଇ ୧୯ ମଧ୍ୟରେ ଅନୁମତି ମିଳବ ନାହିଁ ବୋଲି କହିଛନ୍ତି। ବେଙ୍ଗଲ ସରକାର ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଜଣାଇବା ପରେ ଏନେଇ କୋକଲାତା ବିମାନବନ୍ଦର କତ୍ତୃପକ୍ଷଙ୍କ ପାଖକୁ ନିର୍ଦେଶନାମା ଆସିଛି। କୋଲାକାତା ବିମାନବନ୍ଦର କତ୍ତୃପକ୍ଷଙ୍କ ସୂଚନାନୁସାରେ ଜୁଲାଇ ୬ରୁ ଜୁଲାଇ ୧୯ ମଧ୍ୟରେ ଉପରୋକ୍ତ ୬ଟି ସହରରୁ ବିମାନ ଆସିବା ନେଇ ଅନୁମତି ରଦ୍ଦ କରାଯାଇଛି। ମାତ୍ର ଯେଉଁସବୁ ଏୟାରଲାଇନର ବିମାନ ଆସିବାକୁ ବାରଣ କରାଯାଇଛି, ସେହିସବୁ ଏୟାରଲାଇନର ବିମାନ କୋଲାକାତା ବିମାନବନ୍ଦରରୁ ଯାତ୍ରା କରିବ ନା ନାହିଁ ତାହା ସମ୍ପୃକ୍ତ ଏୟାରଲାଇନ ଉପରେ ନିର୍ଭର କରେ ବୋଲି କୁହାଯାଇଛି।

ସୂଚନାନୁସାରେ ଦିଲ୍ଲୀରୁ ପ୍ରତିଦିନ ୧୦ଟି, ମୁମ୍ବାଇ ଓ ଚେନ୍ନାଇରୁ ୫ଟି ଲେଖାଏଁ, ଅହମଦାବାଦ ଓ ପୁଣେରୁ ୨ଟି ଲେଖାଏଁ, ନାଗୁପରୁରୁ ଗୋଟିଏ ବିମାନ କୋଲକାତା ଆସିଥାଏ। ତେଣୁ ମୋଟାମୋଟି  ଭାବେ ଏହି ୬ଟି ସହରରୁ ଦୈନିକ ୨୫ଟି ବିମାନ କୋଲକାତାକୁ ଆସିଥାଏ। କୋଲକାତା ବିମାନବନ୍ଦରକୁ ପ୍ରତିଦିନ ପ୍ରାୟ ୬୦ରୁ ୬୫ ବିମାନ ଆସୁଥିଲା ବେଳେ ବେଙ୍ଗଲ ସରକାର ଏଥିରେ ରୋକ ଲଗାଇଛନ୍ତି। ରାଜ୍ୟ ସରକାରଙ୍କ ଏହି ନିର୍ଦେଶ ଜୁଲାଇ ୧୯ ପର୍ଯ୍ୟନ୍ତ ବଳବତ୍ତର ରହିବ କି ରାଜ୍ୟ ସରକାର ଏହାକୁ ଆଗୁଆ ଉଠାଇବେ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ଏପରି ସ୍ଥିତିରେ ଆଗୁଆ ଟିକେଟ କରିଥିବା ଯାତ୍ରୀ ସେମାନଙ୍କ ଟିକେଟ ବାବଦ ଅର୍ଥ ଫେରି ପାଇବେ ନା ଭବିଷ୍ୟତ ଯାତ୍ରା ବେଳେ ଏହାକୁ ଆଡଜଷ୍ଟ କରାଯିବ, ତାହା ଏୟାରଲାଇନ୍ସ ସ୍ଥିର କରିବେ ବୋଲି କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ