ପ୍ରିୟଙ୍କାଙ୍କ ଏହି ଘଡ଼ିର ଦାମରେ କିଣିହେବ ୧ବିଏଚକେ ଫ୍ଲାଟ୍


ପ୍ରିୟଙ୍କା ଏବେ ଆମାଜନ ପ୍ରାଇମ୍ ସହିତ ନିଜର ବଡ଼ ଧରଣର ଡିଲ୍ ପାଇଁ ଚର୍ଚ୍ଚାରେ ରହିଛନ୍ତି। ସେ ଟଙ୍କା ପାଇଁ ଯେତିକି ପରିଶ୍ରମ କରନ୍ତି, ଖର୍ଚ୍ଚ ମଧ୍ୟ ସେହପରି କରନ୍ତି। ଏକଥା ସେ ନିଜେ ଏକ ସାକ୍ଷାତକାରରେ ସ୍ବୀକାର ମଧ୍ୟ କରିଛନ୍ତି। ଏହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ଯେତେବେଳେ ପ୍ରିୟଙ୍କାଙ୍କୁ ତାଙ୍କ ପତି ନିକ୍ ଜୋନସଙ୍କ ସହିତ ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା, ସେ ହାତରେ ଏକ ଏତେ ମହଙ୍ଗା ଘଡ଼ି ପିନ୍ଧିଥିଲେ, ଯାହାର ଦାମରେ ଏକ ୧ବିଏଚକେ ଫ୍ଲାଟ୍ ମଧ୍ୟ କିଣାଯାଇ ପାରିବ।

୨୦୧୯ରେ ପ୍ରିୟଙ୍କା ଯେତେବେଳେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିଥିଲେ, ତାହା ପୂର୍ବରୁ ନିକଙ୍କ ସହିତ ସେ ଡିନର ଡେଟ୍ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲେ। ଏହି ଡେଟ୍ ପାଇଁ ପ୍ରିୟଙ୍କା ଅଲ୍ ହ୍ବାଇଟ୍ କ୍ଲଥ୍ ଚୟନ କରିଥିଲେ। ସେ ଶିମରି ହ୍ବାଇଟ୍ ସ୍କର୍ଟ ପିନ୍ଧିଥିଲେ, ଯାହା ପେନସିଲ ସ୍କଟ୍ ଡିଜାଇନର ଥିଲା। ଏଥିରେ ଗୋଟିଏ ଲେଗରେ ସ୍ଲିଟ୍ ଥିଲା, ଯାହା ସେଥିରେ ସେକ୍ସି ଟଚ୍ ଦେଉଥିଲା।

ଫିଗର ହ୍ୟାଙ୍ଗିଙ୍ଗ ସ୍କର୍ଟ ସହିତ ପ୍ରିୟଙ୍କା ହ୍ବାଇଟ୍ ବ୍ଲେଜର ଜ୍ୟାକେଟ୍ ପିନ୍ଧିଥିଲେ। ଯାହା ତାଙ୍କ କର୍ବସ ଉପରେ ପୂରାପୂରି ଫିଟ୍ ହେଉଥିଲା। ଏଥିରେ ଫ୍ରଣ୍ଟରେ ଭି ନେକ୍ ଲାଇନ୍ ଡିଜାଇନ୍ ଥିଲା। ପ୍ରିୟଙ୍କା ଏହି ଡ୍ରେସ୍ ସହିତ ପମ୍ପସ୍ ହିଲ୍ ପିନ୍ଧିଥିଲେ। ହାତରେ ମ୍ୟାଚିଂ ହ୍ବାଇଟ୍ ପର୍ସ ଥିଲା। ଏହି ପୂରା ଲୁକରେ ତାଙ୍କ ରୋଜ୍ ଗୋଲ୍ଡ ୱାଚ୍ ସବୁଠାରୁ ଅଧିକ ସାଇନ୍ କରୁଥିଲା। ଏହାଛଡ଼ା ହାତରେ ତାଙ୍କର ଆଉ କିଛି ଜୁଏଲାରୀ ନ ଥିଲା। ଏହାପରେ ସେ ତାଙ୍କ ଇନଷ୍ଟାଗ୍ରାମରେ ଏହି ଘଡ଼ିର ଏକ କ୍ଲୋଜ୍ ଲୁକ୍ ମଧ୍ୟ ଶେୟାର କରିଥିଲେ। ଏଥିରୁ ଜଣାପଡ଼ିଥିଲା ଏହି ଘଣ୍ଟା ଚୋପାର୍ଡ ବ୍ରାଣ୍ଡର ଥିଲା। ଏହା ସ୍ବିସ୍ କମ୍ପାନୀର ଲଗଜୁରୀ ଘଣ୍ଟା ତିଆରି କରୁଥିବା ନେଇ ଜଣାଶୁଣା। ପ୍ରିୟଙ୍କାଙ୍କ ଏହି ଘଣ୍ଟାକୁ ୧୮ କ୍ୟାରେଟ୍ ରୋଜ ଗୋଲ୍ଡରେ ତିଆରି କରାଯାଇଥିଲା। ଏହାର ସିଲଭର ଡାଏଲ୍ ଉପରେ ଡାଏମଣ୍ଡ ଲଗାଯାଇଛି। ଏହି ଘଣ୍ଟାର ବିଶେଷତ୍ବ ହେଉଛି ଏଥିରେ ମୁଭିଂ ଡାଏମଣ୍ଡ ରହିଛି। ଯାହା ଚୋପର୍ ୱାର୍ଡ ୱାଚର ସିଗନେଚର ଡିଜାଇନ୍। ଏହାର ଦାମ୍ ସ୍ବିସ୍ କରେନ୍ସିରେ ୩୮୦୦୦ ଅଟେ। ଯାହା ଭାରତୀୟ ମୁଦ୍ରାରେ ପାଖାପାଖି ୩୦ ଲକ୍ଷ ଟଙ୍କା ସହିତ ସମାନ। ଏହି ଟଙ୍କାରେ ଆପଣ କ’ଣ କ’ଣ କିଣିପାରିବେ, ଆପଣ ନିଜେ ଜାଣିପାରୁଥିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ