ଜାଣନ୍ତୁ କେମିତି ୧୦ କେଜି ଓଜନ କମାଇଲେ ଭାରତୀ ସିଂ


ବଲିଉଡର ଲୋକପ୍ରିୟ ଷ୍ଟାଣ୍ଡଅପ କମେଡ଼ି କ୍ବୀନ୍ ଭାରତୀ ସିଂ ୩ ଜୁଲାଇରେ ନିଜର ୩୬ତମ ଜନ୍ମଦିନ ପାଳନ କରିଛନ୍ତି। ନିଜ କମେଡ଼ି ଓ ଜୋକ୍‌ସ ମାଧ୍ୟମରେ ହସାଉଥିବା ଭାରତୀ ଦିନେ ନିଜ ଓଜନ ପାଇଁ ଟ୍ରୋଲର ଶିକାର ହେଉଥିଲେ। କିନ୍ତୁ ଏହି ଟ୍ରୋଲକୁ ସେ ସକାରାତ୍ମକ ଭାବେ ଗ୍ରହଣ କରି ଆଗକୁ ବଢ଼ିଚାଲିଲେ। ଫଳରେ ଲେଖକ ହର୍ଷ ଲିମ୍ବାଚିଆଙ୍କୁ ବିବାହ କରିବା ପୂର୍ବରୁ ସେ ପାଖାପାଖି ୧୦ କେଜି ଓଜନ କମାଇ ଦେଇଥିଲେ।

ଭାରତୀ ନେଉଥିଲେ ଷ୍ଟ୍ରିକ୍ଟ ଡାଏଟ୍

ପଞ୍ଜାବୀ ପରିବାରରେ ଜନ୍ମ ହୋଇଥିବା ଭାରତୀ ବେଶ୍‌ ଖାଦ୍ୟପ୍ରିୟ। କିନ୍ତୁ ଓଜନ କମ୍ କରିବା ଲାଗି ସେ ସବୁକିଛି ଖାଇବା ଛାଡ଼ି ଦେଇଥିଲେ। ଓଜନ ହ୍ରାସ କରିବା ଲାଗି ସେ ଷ୍ଟ୍ରିକ୍ଟ ଡାଏଟ୍ ପ୍ଲାନ୍ ଅନୁସରଣ କରିଥିଲେ। ସେ ଦିନକୁ ଗୋଟିଏ କିମ୍ବା ଦୁଇଟି ରୁଟି ଖାଇ ତରଳ ଡାଏଟ୍ ଅଧିକ ସେବନ କରୁଥିଲେ।

ଗ୍ରୀନ୍ ଟି’ ଓ ସୁପ୍

ଓଜନ କମ୍ କରିବା ଲାଗି ଭାରତୀ ଡାଏଟରେ ଅଧିକ ସୁପ୍, ଜୁସ୍ ଓ ଦିନରେ ୨ ଥର ଗ୍ରୀନ୍ ଟି ସେବନ କରୁଥିଲେ। ଏହାବ୍ୟତୀତ ସେ ସାଲାଡ଼ ନିହାତି ଖାଉଥିଲେ। ଏଥିରେ ଫାଇବର ଥିବାରୁ ଭୋକ ନିୟନ୍ତ୍ରଣରେ ରହିଥାଏ ଓ ଓଜନ ହ୍ରାସ ହେବାରେ ସାହାଯ୍ୟ ମିଳିଥାଏ।

ୱାର୍କଆଉଟ୍ ରୁଟିନ୍

ଓଜନ ହ୍ରାସ କରିବା ଲାଗି ଭାରତୀ ଜିମରେ ୨୦ ମିନିଟ୍ କାର୍ଡିଓ, ୨୦ ମିନିଟ୍ ସାଇକ୍ଲିଂ ଓ ହାର୍ଡକୋର ଏକ୍ସରସାଇଜ୍ କରୁଥିଲେ। ଏହାବ୍ୟତୀତ ସେ ଖାଇବା ପରେ କିଛି ସମୟ ଚଲାବୁଲା କରନ୍ତି। ୬ ଘଣ୍ଟା ରିହର୍ସଲ ପାଇଁ ସେ ୧୦ କେଜି ଓଜନ କମାଇ ପାରିଛନ୍ତି ବୋଲି ଭାରତୀ କହିଛନ୍ତି।

ଡ୍ୟାନ୍ସ

ବ୍ୟାୟାମ କରିବା ସହିତ ସେ ପ୍ରତ୍ୟେକ ଦିନ ଡ୍ୟାନ୍ସ ମଧ୍ୟ କରନ୍ତି। ଭାରତୀଙ୍କ କହିବାନୁସାରେ ଡ୍ୟାନ୍ସ ଦ୍ବାରା ଆପଣ ବିନା ବୋର୍ ହୋଇ ଓଜନ କମାଇପାରିବେ। ଡ୍ୟାନ୍ସ କେବଳ ଫିଟନେସ ନୁହେଁ, ବରଂ ଚେହେରାରେ ମଧ୍ୟ ଗ୍ଲୋ ଆଣିଥାଏ। ଏହାବ୍ୟତୀତ ଫିଟ୍ ରହିବା ପାଇଁ ଭାରତୀ ଯୋଗ ମଧ୍ୟ କରନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ