ଗଲୱାନ ଘାଟି ଉପରେ ଫିଲ୍ମ ନିର୍ମାଣ ପାଇଁ ଅଜୟଙ୍କ ଘୋଷଣା, ଟ୍ରୋଲ ହେଲେ ଅକ୍ଷୟ


ବଲିଉଡ୍ ଅଭିନେତା ଅଜୟ ଦେବଗନ ଗଲୱାନ ଘାଟିରେ ଶହୀଦ ହୋଇଥିବା ଭାରତର ୨୦ ଯବାନଙ୍କ ଶୌର୍ଯ୍ୟ ଓ ବୀରତ୍ବ ଉପରେ ଫିଲ୍ମ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ଶନିବାର ଟ୍ରେଡ୍ ଆନାଲିଷ୍ଟ ତରନ ଆଦର୍ଶ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

ତରନ ଟ୍ବିଟ୍ କରି ଲେଖିଛନ୍ତି ଯେ ଅଜୟ ଦେବଗନ ଗଲୱାନ ଘାଟିରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଫିଲ୍ମର ଟାଇଟଲ ଏ ପର୍ଯ୍ୟନ୍ତ ଫାଇନାଲ ହୋଇ ନାହିଁ। ଫିଲ୍ମରେ ଉକ୍ତ ୨୦ ଶହୀଦ ଯବାନଙ୍କ କାହାଣୀ ଦେଖିବାକୁ ମିଳିବ, ଯେଉଁମାନେ ନିର୍ଭୀକ ଭାବେ ଚୀନ ସେନାର ମୁକାବିଲା କରିଥିଲେ। ଫିଲ୍ମର କାହାଣୀ ମଧ୍ୟ ଏ ପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ। ଅଜୟଙ୍କ ସମ୍ପର୍କରେ ଏହି ଖବର ଶୁଣି ତାଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି। କିନ୍ତୁ ସୋସାଲ ମିଡିଆରେ ମିମର୍ସମାନେ ମିମ୍ କରିବାର ସୁଯୋଗ ମିଳିଯାଇଛି। ଅନେକ ୟୁଜର୍ସ ଅଜୟ ଓ ଅକ୍ଷୟଙ୍କୁ ପରିହାସ କରିବାରେ ଲାଗିଛନ୍ତି। କାରଣ ଦେଶର ଅଧିକାଂଶ ବଡ଼ ପ୍ରସଙ୍ଗରେ ଅକ୍ଷୟ କୁମାର ଫିଲ୍ମ ତିଆରି କରନ୍ତି। ସାମାଜିକ ପ୍ରସଙ୍ଗ ହେଉ ବା ଦେଶଭକ୍ତି, ପ୍ରତ୍ୟେକ ବିଷୟରେ ଅକ୍ଷୟ ସର୍ବପ୍ରଥମେ ଫିଲ୍ମ ତିଆରି କରିବାକୁ ପ୍ରସ୍ତୁତ ରହିଥାନ୍ତି। ଏଥିସହିତ ଭାରତୀୟ ସେନାଙ୍କ ଉପରେ ମଧ୍ୟ ଫିଲ୍ମ ନିର୍ମାଣ କରିବାକୁ ଅକ୍ଷୟ ପସନ୍ଦ କରନ୍ତି। ଏବେ ଅଜୟଙ୍କ ଏହି ଘୋଷଣା ପରେ ଲୋକେ ଅକ୍ଷୟଙ୍କ ଉପରେ ଜୋକ୍ କରିବାରେ ଲାଗିଛନ୍ତି। ଜଣେ ୟୁଜର ଲେଖିଛନ୍ତି ଅକ୍ଷୟଙ୍କ ସିନେମା ଅଜୟ ଛଡ଼ାଇ ନେଇଛନ୍ତି। ଏଥିସହିତ ଅଜୟଙ୍କ ଏହି ଘୋଷଣା ପରେ ଅକ୍ଷୟ କାନ୍ଦୁଥିବେ ବୋଲି ମିମର୍ସମାନେ ମିମ୍ କରୁଥିବା ଦେଖିବାକୁ ମିଳିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ