ଏସ-୪୦୦ ଟ୍ରାୟମ୍ଫ ଶୀଘ୍ର ଯୋଗାଇବାକୁ ପୁଟିନଙ୍କୁ ମୋଦିଙ୍କ ଅନୁରୋଧ


ଚୀନ ସହ ଭାରତର ଉତ୍ତେଜନା ଲାଗି ରହିଥିବାବେଳେ ପାକିସ୍ତାନ ପଟୁ ମଧ୍ୟ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ହେଉଛି। ଏହାକୁ ଦୃଷ୍ଟିରେ ରଖି ଭାରତ ନିଜ ସେନାର ଶକ୍ତି ବଢାଇବାକୁ ଚାହୁଁଛି। ଭାରତ ନିଜର ଏୟାର ଡିଫେନ୍ସ ସିଷ୍ଟମ ବା ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛି। ବିଶେଷକରି ଏହି ଜରୁରୀ ପରିସ୍ଥିତିରେ ରୁଷିଆ ନିର୍ମିତ ଏସ-୪୦୦ ଟ୍ରାୟମ୍ଫ ଏୟାର ଡିଫେନ୍ସ ସିଷ୍ଟମର ଆବଶ୍ୟକତା ବଢିଯାଇଛି। କାରଣ ଲଦାଖରେ ଥିବା ଏଲଏସି ନିକଟରେ ଚୀନ ନିଜର ଏସ-୩୦୦ ଏୟାର ଡିଫେନ୍ସ ସିଷ୍ଟମକୁ ମୁତୟନ କରିଛି। ଏହାର ମୁକାବିଲା ଲାଗି ଭାରତ ନିଜର ଏସ-୪୦୦ ଟ୍ରାୟମ୍ଫ ଏୟାର ଡିଫେନ୍ସ ସିଷ୍ଟମ ଚାହୁଁଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଟେଲିଫୋନ ଆଲୋଚନା ସମୟରେ ଏସ-୪୦୦ ଟ୍ରାୟମ୍ଫ ଯୋଗାଣ ପ୍ରସଙ୍ଗ ଉଠିଥିବା କୁହାଯାଉଛି। ଇକୋନୋମିକ ଟାଇମ୍ସର ରିପୋର୍ଟ ଅନୁସାରେ ଏସ-୪୦୦ର ଯୋଗାଣକୁ ତ୍ବରାନ୍ବିତ କରିବାକୁ ମୋଦି ପୁଟିନଙ୍କୁ ଅନୁରୋଧ କରିଛନ୍ତି।

ଗତ ସପ୍ତାହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମସ୍କୋ ଗସ୍ତ କାଳରେ ମଧ୍ୟ ଏସ-୪୦୦ର ଯୋଗାଣ ଯଥାଶୀଘ୍ର କରିବାକୁ ମଧ୍ୟ ସେ ଅନୁରୋଧ କରିଥିଲେ। ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଭାରତ ପ୍ରଥମ ପର୍ଯ୍ୟାୟ ଏସ-୪୦୦ ସିଷ୍ଟମ ପାଇବ। ଫଳରେ ଆସନ୍ତା ବର୍ଷ ଗଣତନ୍ତ୍ର ଦିବସ ପରେଡରେ ଦିଲ୍ଲୀର ରାଜପଥରେ ଦେଶବାସୀଙ୍କ ନିକଟରେ ଏହାର ପ୍ରଦର୍ଶନ କରାଯିବାର ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ ଯେ ଚୀନ ପୂର୍ବରୁ ହିଁ ରୁଷିଆଠାରୁ ଏସ-୪୦୦ ସିଷ୍ଟମ ପାଇସାରିଛି।

୨୦୧୮ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତକାଳରେ ଭାରତ ରୁଷିଆରୁ ୫ଟି ପର୍ଯ୍ୟାୟରେ ଏସ-୪୦୦ ଟ୍ରାୟମ୍ଫ କିଣିବାକୁ ୫.୪୩ ବିଲିୟନ ଡଲାର (୪୦ ହଜାର କୋଟି ଟଙ୍କା)ର ଚୁକ୍ତି କରିଥିଲା। ଏହି ଚୁକ୍ତି ଅନୁସାରେ ପ୍ରଥମ ଅଗ୍ରୀମ କିସ୍ତି (ମୋଟ ମୂଲ୍ୟର ୧୦ ପ୍ରତିଶତ) ପ୍ରଦାନ କରିବାର ୨ ବର୍ଷ ମଧ୍ୟରେ ପ୍ରଥମ ଏସ-୪୦୦ ମିଳିବ ବୋଲି କୁହାଯାଇଥିଲା। ଏହାର ଦୁଇ ବର୍ଷ ପରେ ଅନ୍ୟ ଏସ-୪୦୦ ଗୁଡିକ ଭାରତକୁ ପର୍ଯ୍ୟାୟକ୍ରମେ ମିଳିବ। କିନ୍ତୁ କୋରୋନା ମହାମାରୀ ଯୋଗୁଁ ଡେଲିଭରୀ ବିଳମ୍ବ ହେବ ବୋଲି ରୁଷିଆ ଭାରତକୁ କିଛି ମାସ ତଳେ କହିଥିଲା। କିନ୍ତୁ ଭାରତର ଅନୁରୋଧ ପରେ ଏହାକୁ ଶୀଘ୍ର ଯୋଗାଇବାକୁ ରୁଷିଆ ରାଜି ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ