ଜୁଲାଇ ୩୧ ପର୍ଯ୍ୟନ୍ତ ବଢ଼ିଲା ଅନ୍ତର୍ଜାତୀୟ ବିମାନ ସେବା କଟକଣା


ନୂଆଦିଲ୍ଲୀ: ଗତ ମାର୍ଚ୍ଚ ୨୩ ତାରିଖଠାରୁ କୋରୋନା ସଂକ୍ରମଣ ରୋକିବା ସକାଶେ ଭାରତରେ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କରାଯାଇଥିବା ବେଳେ ଆସନ୍ତା ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ବୋଲି ପୂର୍ବରୁ ଦେଶର ବିମାନ ଚଳାଚଳ ନିୟାମକ ଡିଜିସିଏ ପକ୍ଷରୁ ଘୋଷଣା କରାଯାଇଥିଲା। ଗତ ଜୁନ୍ ୨୬ ତାରିଖରେ ଡିଜିସିଏ ଏହି ଘୋଷଣା କରିଥିଲେ ହେଁ ଶୁକ୍ରବାର ଏଥିରେ ସଂଶୋଧନ କରି ଦେଶରେ ଅନ୍ତର୍ଜାତୀୟ ବିମାନ ସେବା ଆସନ୍ତା ଜୁଲାଇ ୩୧ ତାରିଖ ପୂର୍ବରୁ ଆରମ୍ଭ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। କିନ୍ତୁ କେତେକ ନିର୍ଦ୍ଦିଷ୍ଟ ରୁଟ୍‌ରେ  ସ୍ଥିତି ଅନୁସାରେ ଅନ୍ତର୍ଜାତୀୟ ବିମାନ ସେବା ଆବଶ୍ୟକ ପଡ଼ିଲେ ଆରମ୍ଭ ହୋଇପାର ବୋଲି ଡିଜିସିଏ ପକ୍ଷରୁ ଶୁକ୍ରବାର ଜାରି ଏକ ବିବୃତିରେ କୁହାଯାଇଛି।

ଗତ ଗୁରୁବାର ଏ ସଂକ୍ରାନ୍ତରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ଅଧ୍ୟକ୍ଷ ଅରବିନ୍ଦ ସିଂହ କହିଥିଲେ ଯେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବା ସକାଶେ ଆମେରିକା, କାନାଡା ଓ ୟୁରୋପର ଅନ୍ୟାନ୍ୟ ଦେଶ ଏବଂ ଗଲ୍ଫ ରିଜିଅନ୍ ସରକାରଙ୍କ ସହ ଆଲୋଚନା ଚାଲିଛି। ଏହି ଦେଶଗୁଡ଼ିକ ସହ କୋରୋନା ଭୂତାଣୁ ସଂକ୍ରମଣ ରୋକିବା ସକାଶେ ପ୍ରତିଷେଧକମୂଳକ ବ୍ୟବସ୍ଥା ଅନୁସରଣ ପୂର୍ବକ ଅନ୍ତର୍ଜାତୀୟ ସେବା ଆରମ୍ଭ କରାଯିବା ଉପରେ ଆଲୋଚନା ହେଉଛି ବୋଲି ସିଂହ କହିଥିଲେ। ସେହିପରି ଗତ ଜୁନ୍ ୨୩ ତାରିଖରେ ଦେଶର ବେସାମରିକ ଜାହାଜ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଆମେରିକା, ଯୁକ୍ତରାଜ୍ୟ, ଜର୍ମାନୀ ଓ ଫ୍ରାନ୍ସ ସହ ମଧ୍ୟ ପ୍ରତିଷେଧକମୂଳକ ବ୍ୟବସ୍ଥା ଅବଲମ୍ବନ ପୂର୍ବକ ବିମାନ ସେବା ଆରମ୍ଭ ପାଇଁ ଆଲୋଚନା ହୋଇପାରେ ବୋଲି କୁହାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ