ପ୍ରବାସୀ ଶ୍ରମିକଙ୍କୁ ଭୁବନେଶ୍ବର ମନା


ଭୁବନେଶ୍ବର: ଭୁବନେଶ୍ବରରେ ବଢ଼ୁଥିବା କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ବାହାରର କୌଣସି ଶ୍ରମିକ ଏବେ ଭୁବନେଶ୍ବର ଆସିପାରିବେ ନାହିଁ। ଯଦି କୌଣସି ସଂସ୍ଥା ସେମାନଙ୍କୁ କାମ କରିବାକୁ ଭୁବନେଶ୍ବର ଆଣନ୍ତି, ତେବେ ପ୍ରଥମେ ସେମାନଙ୍କୁ ୧୪ ଦିନ ପାଇଁ ବାଧ୍ୟାତମୂଳକ କ୍ବାରେଣ୍ଟାଇନ୍‌ରେ ରଖି କୋଭିଡ୍‌ ଟେଷ୍ଟ୍‌ କରିବାକୁ ପଡ଼ିବ। ଏହାପରେ ଯଦି ସେମାନଙ୍କ ନମୁନା ନେଗେଟିଭ୍‌ ଆସେ, ତାପରେ ସେମାନଙ୍କୁ କାମରେ ନିୟୋଜିତ କରାଯାଇପାରିବ। ଜୁଲାଇ ୩୧ ଯାଏଁ ଏହାକୁ କାର୍ଯ୍ୟକାରୀ କରିବାକୁ ସମସ୍ତ ସରକାରୀ ଓ ଘରୋଇ ଠିକାଦାରମାନଙ୍କୁ ନିର୍ଦେଶ ଦିଆଯାଇଛି।

ବିଏମ୍‌ସି ପକ୍ଷରୁ କୁହାଯାଇଛି, ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ ଓ କୋଭିଡ୍‌-୧୯ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳ ମଧ୍ୟକୁ ବାହାର ରାଜ୍ୟରୁ ଶ୍ରମଜୀବୀମାନଙ୍କୁ ଆଣି କାମ କରିବାକୁ ଅନୁମତି ଦିଆଯିବ ନାହିଁ। ଉଭୟ ସରକାରୀ ଏବଂ ଘରୋଇ ଶିଳ୍ପ ସଂସ୍ଥା, ନିର୍ମାଣକାରୀ ସଂସ୍ଥା, ହୋଟେଲ୍‌ ଆଦିରେ କାର୍ଯ୍ୟ କରୁଥିବା ଠିକାଦାରମାନେ ସ୍ଥାନୀୟ ଶ୍ରମଜୀବୀମାନଙ୍କୁ ନେଇ କାର୍ଯ୍ୟ ଜାରି ରଖିବେ। ଯଦି କୌଣସି ସଂସ୍ଥା ଦ୍ୱାରା ଇତି ମଧ୍ୟରେ ବାହାର ରାଜ୍ୟରୁ ଶ୍ରମଜୀବୀମାନଙ୍କୁ ଅଣାଯାଇ ଥାଏ, ତେବେ ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ ନିଶ୍ଚିତ ଭାବେ କ୍ବାରେଣ୍ଟାଇନ୍‌ରେ ରଖିବେ। ଏହି ଶ୍ରମଜୀବୀଙ୍କ ମଧ୍ୟରୁ ଯଦି କାହାର କୋଭିଡ୍‌ ଲକ୍ଷଣ ପ୍ରକାଶ ପାଏ, ତେବେ ସମ୍ପୃକ୍ତ ସଂସ୍ଥା ନିଜ ଖର୍ଚ୍ଚରେ ଶ୍ରମଜୀବୀଙ୍କ କୋଭିଡ୍‌ ଟେଷ୍ଟ କରି ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଅବଗତ କରିବେ। ଭୁବନେଶ୍ୱର ମହାନଗର ନିଗମର କମିଶନର ଶୁକ୍ରବାର ଏ ସମ୍ପର୍କିତ ନିର୍ଦେଶନାମା ଜାରି କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ