ସିନ୍ଦିଆଙ୍କୁ କମଲ ନାଥଙ୍କ କଟାକ୍ଷ: କେଉଁ ବାଘ, କାଗଜ ନା ସର୍କସ ?


ସେଲନା: ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଅତୀତର ବିରୋଧୀ ତଥା ବର୍ତ୍ତମାନର ବିଜେପି ସାଂସଦ ଜୋତିରାଦିତ୍ୟଙ୍କୁ ‘ଟାଇଗର ଅଭୀ ଜିନ୍ଦା ହୈ’ ମନ୍ତବ୍ୟ ପାଇଁ କଟାକ୍ଷ କରିଛନ୍ତି। ରତଲାମ ଜିଲ୍ଲାର ଏକ କାର୍ଯ୍ୟକ୍ରମରେ ଭାଗ ନେବା ଅବସରରେ କମଲନାଇ କହିଛନ୍ତି ଯେ ଏବେ କେଉଁ ବାଘ ବଞ୍ଚିଛି? କାଗଜ ବାଘ ନା ସର୍କସ ବାଘ ? ସେ ଏହା  ଜୋତିରାଦିତ୍ୟଙ୍କ ଉଦ୍ଦେଶ୍ୟରେ କହିଥିବା ଦେଖିବାକୁ ମିଳିଛି। ଏଥିସହ କମଲ ନାଥ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ସମାଲୋଚନା କରି ମନ୍ତବ୍ୟ ଦେଇଛନ୍ତି। କମଲ ନାଥ କହିଛନ୍ତି ଯେ ସେ ‘ମହାରାଜ’ ନୁହନ୍ତି କି ‘ମାମା’ ନୁହନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ରାଜ ପରିବାରରେ ଜନ୍ମିତ ଜୋତିରାଦିତ୍ୟଙ୍କୁ ଅନେକ ମହାରାଜ ବୋଲି କହୁଥିଲା ବେଳେ ଶିବରାଜଙ୍କୁ ମଧ୍ୟ ପ୍ରଦେଶ ଲୋକେ ‘ମାମା’(ଅଙ୍କଲ) ବୋଲି ସମ୍ବୋଧନ କରିଥାନ୍ତି। ମୋଦିଙ୍କୁ ସମାଲୋଚନା କରି କମଲ ନାଥ କହିଛନ୍ତି ଯେ ମୁଁ କେବେ ଚାହା ବିକିନି, ମୁଁ କେବଳ କମଲ ନାଥ। କେତେକ ଲୋକ ନିଜକୁ ଟାଇଗର ବୋଲି କହୁଛନ୍ତି। ମୁଁ ବାଘ ନୁହେଁ କି କାଗଜ ବାଘ ମଧ୍ୟ ନୁହେଁ। ତେଣୁ ରାଜ୍ୟର ଲୋକେ ବିଚାର କରିବେ କିଏ କ’ଣ ବୋଲି କମଲ ନାଥ କହିଛନ୍ତି। ଶିବରାଜ କ୍ଷମତାକୁ ଆସିବା ବେଳେ ସବୁ ଅଜାଡ଼ି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆମେ ଏହି ଲକଡାଉନ ବେଳେ ଦେଖିଲୁ ଯେ ଲୋକେ ଡହଳ ବିକଳ ହୋଇ ଏଣେ ତେଣେ ବୁଲୁଛନ୍ତି, କେହି କିଛି ପାଉ ନାହାନ୍ତି।

ଶିବରାଜଙ୍କ ମନ୍ତ୍ରିମଣ୍ତଳ ସମ୍ପ୍ରସାରଣ ଉପରେ ମନ୍ତବ୍ୟ ଦେଇ କମଲ ନାଥ କହିଛନ୍ତି ଯେ ଏହା ଏକ ମୂଲଚାଲ ମନ୍ତ୍ରିମଣ୍ଡଳ। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ସଦସ୍ୟଙ୍କ ମଧ୍ୟରୁ ୧୪ ଜଣ ବିଧାନସଭାର ସଦସ୍ୟ ନୁହନ୍ତି। ତେଣୁ ସେମାନେ କିପରି ଭାବେ ମୂଲଚାଲ କରି ମନ୍ତ୍ରୀ ପରିଷଦରେ ସ୍ଥାନ ପାଇଛନ୍ତି, ତାହା ଆପଣମାନେ ବିଚାର କରନ୍ତୁ। ଯାହା କେବେ ମଧ୍ୟ ପ୍ରଦେଶ ରାଜନୀତିରେ ହୋଇ ନ ଥିଲା, ତାହା ଏଥର ହୋଇଛି। ଏହା ମଧ୍ୟ ପ୍ରଦେଶବାସୀଙ୍କ ପାଇଁ ଅପମାନ ବୋଲି କମଲ ନାଥ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ