ପାୱାରଫୁଲ ପୁଟିନ: ପାଲଟିଛନ୍ତି ରୁଷୀୟଙ୍କ ପ୍ରଥମ ପସନ୍ଦ

୨୦୩୬ ଯାଏ ରାଷ୍ଟ୍ରପତି ପଦ ସମ୍ଭାଳିବାର କୌଶଳ ଚତୁର ପୁଟିନଙ୍କୁ ଦେଇଛି ଲାଇଫଟାଇମ ରାଷ୍ଟ୍ରପତିର ଆଖ୍ୟା

ରୁଷର ମତଲବ ପୁଟିନ ଏବଂ ପୁଟିନର ମତଲବ ରୁଷ। କେବଳ ରୁଷ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ନୁହେଁ, କ୍ରେମଲିନର ଡେପୁଟି ଚିଫ ଅଫ ଷ୍ଟାଫ ନୁହେଁ, ଅପରନ୍ତୁ ବିଗତ କିଛି ବର୍ଷର ନିର୍ବାଚନରୁ ଥରକୁ ଥର ଲକ୍ଷ ଲକ୍ଷ ରୁଷୀୟ ନାଗରିକ ଭ୍ଲାଦିମିର ପୁଟିନଙ୍କୁ ଦେଶର ରାଷ୍ଟ୍ରପତି ଭାବେ ନଚେତ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହିଁଥିବା ପ୍ରମାଣସିଦ୍ଧ ହୋଇଯାଇଛି। ଜୁଲାଇରେ ଏ ଭରସା ପୁଣି ଆଉଥରେ ସୁଦ୍‌ଢ଼ ହୋଇଗଲା। ଯେତେବେଳେ ରୁଷ ସମ୍ବିଧାନରେ ପରିବର୍ତ୍ତନ କରିବାର ଏକ ପ୍ରସ୍ତାବ ଉପରେ ଜନମତ ସଂଗ୍ରହ କରାଗଲା। ସମ୍ବିଧାନର ଏହି ସଂଶୋଧନ ପରେ ପୁଟିନ ନିର୍ବାଚନ ନ ଲଢ଼ି ମଧ୍ୟ ଦୁଇଥର ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ରୁଷରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଛଅବର୍ଷ। ୬୭ ବର୍ଷୀୟ ପୁଟିନଙ୍କ ବର୍ତ୍ତମାନର କାର୍ଯ୍ୟକାଳ ୨୦୨୪ରେ ଶେଷ ହେଉଥଲା। ଏହାପରେ ସେ ନିର୍ବାଚନ ଲଢ଼ିବାକୁ ମଧ୍ୟ ମନା କରି ନ ଥିଲେ। ସେ ଏବେ ଦୁଇଥର ରାଷ୍ଟ୍ରପତି ପଦରେ ରହିବା ନିଶ୍ଚିତ ହୋଇଯାଇଛି। ସେ ୨୦୩୬ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ରହିବେ।

ବୁଧବାର ମସ୍କୋର ରେଡ ସ୍କୋୟାରରେ ୭୫ତମ ବିଜୟ ପରେଡର ଗୋଟିଏ ଦିନ ପରେ ଦେଶରେ ଜନମତ ପୁଟିନଙ୍କ ସପକ୍ଷରେ ଆସିଥିଲା। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ପ୍ରାୟ ୮୭ ପ୍ରତିଶତ ମତଦାନ ଗଣତି ସୁଦ୍ଧା ୭୭ ପ୍ରତିଶତ ମତ ସମ୍ବିଧାନର ସଂଶୋଧନ ସମର୍ଥନରେ ପଡ଼ିଥିଲା। ଏହି ସଂଶୋଧନ ଅନୁଯାୟୀ ୨୦୨୪ରୁ ପୁଟିନଙ୍କ ବିନା ରାଷ୍ଟ୍ରପତି କାର୍ଯ୍ୟକାଳ ସୀମା ଶୂନ୍ୟ ହୋଇଯିବ। ଏହାର ଅର୍ଥ ପୁଟିନ ଛଅ ଛଅ ବର୍ଷର ଦୁଇଟି ଅବଧି ରାଷ୍ଟ୍ରପତି ପଦଭାର ସମ୍ଭାଳିବେ। ବିରୋଧୀଙ୍କ ଅଭିଯୋଗ ଯେ ପୁଟିନ ଆଜୀବନ ରାଷ୍ଟ୍ରପତି ପାଇଁ ବାଟ ବାହାର କରିଛନ୍ତି। କିନ୍ତୁ ପୁଟିନ ନିଜେ ଏହାକୁ ଖଣ୍ଡନ କରିଛନ୍ତି।

ପୁଟିନଙ୍କ ଯୋଜନା କଣ?
ବିଂଶ ଶତାବ୍ଦୀରେ ରୁଷର ବଡ଼ ନେତା ଭାବେ ଭ୍ଲାଦିମିର ପୁଟିନ ସାମ୍ନାକୁ ଆସିଥିଲେ। ୧୯୯୯ରେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା। ଏହାପରେ ସେ ୨୦୦୦ରୁ ୨୦୦୮ ଯାଏ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚିତ ହୋଇଥିଲେ। ପୁଣି ୨୦୦୮ରୁ ୨୦୧୨ ଯାଏ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୧୨ରୁ ଅଦ୍ୟାବଧି ରାଷ୍ଟ୍ରପତି ଥିବା ପୁଟିନ ଦେଶର ସବୁଠୁ ବଡ଼ ଚେହେରା ଭାବେ ନିଜର ଛବି ଅକ୍ଷୁଣ୍ଣ ରଖିଛନ୍ତି। ୨୦୧୮ରେ ହୋଇଥିବା ନିର୍ବାଚନରେ ପୁଟିନ ୭୬ ପ୍ରତିଶତରୁ ଅଧିକ ଭୋଟ ହାସଲ କରି ନିଜର ସ୍ଥିତି ସୁଦ୍‌ଢ଼ କରିଛନ୍ତି।

ଗୋଟିଏ ପଟେ ରୁଷ ଏବଂ ପଶ୍ଚିମୀ ଦେଶ ଗୁଡ଼ିକ ମଧ୍ୟରେ ଜାରି ଶୀତଳ ଯୁଦ୍ଧ ଶେଷ ହେବା ପର୍ଯ୍ୟାୟରେ ଥିଲା। ଅନ୍ୟପଟେ ଭାଗ୍ୟ ପୁଟିନଙ୍କୁ କ୍ଷମତାର ଅଳିନ୍ଦକୁ ଟାଣିବାକୁ ଲାଗିଥିଲା। ୧୯୮୯ ବିପ୍ଳବ ସମୟରେ ପୁଟିନ ଡ୍ରେସଡେନରେ ରୁଷୀୟ ଗୁଇନ୍ଦା ସଂସ୍ଥା କେଜିବିର ଏଜେଣ୍ଟ ଭାବେ ମୁତୟନ ଥିଲେ। ଏ ଜାଗାଟି ଜର୍ମାନୀର ସେହି ଭାଗରେ ଥିଲା, ଯେଉଁଠି ସେତେବେଳେ କମ୍ୟୁନିଷ୍ଟ ପୂର୍ବ ଜର୍ମାନୀର ନାମରେ ଜଣାଯାଉଥିଲା। ଏହି ସମୟରେ ଏଠାରେ ବଡ଼ ମାତ୍ରାରେ ବିରୋଧ ପ୍ରଦର୍ଶନ ହେଉଥିଲା। ବିକ୍ଷୋଭକାରୀମାନେ ବର୍ଲିନର ପାଚେରି ଏବଂ ଲୁହା କର୍ଡନକୁ ଭାଙ୍ଗି ଦେଇଥିଲେ। ଏହି ସମୟରେ ସୋଭିଏତ ରୁଷର ବିଭାଜନ ମଧ୍ୟ ହେଉଥିଲା। ଯାହାର ଫଳସ୍ବରୂପ ରୁଷରେ କ୍ଷମତାର ଅଳିନ୍ଦରେ ନେତ୍‌ତ୍ବର ଅଭାବ ଏକ ବିରାଟ ଶୂନ୍ୟସ୍ଥାନ ସ୍‌ଷ୍ଟି କଲା ପରି ମନେହେଉଥିଲା। ଏ ସମସ୍ତ ମାମଲା ଉପରେ ତୀକ୍ଷ୍‌ଣ ନଜର ରଖିଥିବା ଯୁବକ ପୁଟିନଙ୍କୁ ଜନତାଙ୍କ ଶକ୍ତି ମାଲୁମ ଥିଲା। ୧୯୮୯ରେ ପୁଟିନ ଏ ଘଟଣା ବାବଦରେ ସ୍ବୟଂ ବିସ୍ତ୍‌ତ ଭାବେ ସୂଚିତ କରିଛନ୍ତି। ସେଥିରେ ସେ କହିଛନ୍ତି ଯେତେବେଳେ ଡ୍ରେସଡେନରେ କେଜିବିର ମୁଖ୍ୟାଳୟକୁ ବିକ୍ଷୋଭକାରୀମାନେ ଘେରିଗଲେ ଏବଂ ମସ୍କୋର ହସ୍ତକ୍ଷେପ ଲୋଡ଼ିଲେ, ସେତେବେଳେ ତତ୍କାଳୀନ ସୋଭିଏ ନେତା ମିଖାଇଲ ଗୋର୍ବାଚେଭ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ବିକ୍ଷୋଭକାରୀମାନେ ମୁଖ୍ୟାଳୟରେ ମହଜୁଦ ରିପୋର୍ଟକୁ ଜଳାଇବାରେ ଲାଗିଲେ। ଏତେ ରିପୋର୍ଟ ଜଳାଇ ଦିଆଗଲା ଯେ ଫର୍ଣ୍ଣେସ ବି ଫାଟିଯାଇଥିଲା। ପୁଟିନଙ୍କ ଜୀବନୀ ଲେଖିଥିବା ଜର୍ମାନୀ ନାଗରିକ ବୋରିସ ରିନୁଷ୍ଟରଙ୍କ ସୂଚନା ଅନୁଯାୟୀ ଯଦି ପୁଟିନ କେବେ ପୂର୍ବ ଜର୍ମାନୀ ଯାଇ ନ ଥାନ୍ତେ ତେବେ ଆମେ ଆଜି ଅଲଗା ଏକ ପୁଟିନ ଏବଂ ଭିନ୍ନ ଏକ ରୁଷ ଦେଖୁଥାନ୍ତୁ। ନିଜ ଘର ଲେଲିନଗାର୍ଡ ଫେରିବା ପରେ ପୁଟିନ ଏଠାର ନୂଆ ମେୟର ଆନତୋଲି ସୋଚଙ୍କ ପ୍ରିୟ ବନ୍ଧୁ ପାଲଟିଗଲେ। ପୂର୍ବ ଜର୍ମାନୀରେ ପୁଟିନ ସେହି ନେଟୱାର୍କର ଅଂଶୀଦାର ରହିଥିଲେ ଯିଏ ଏବେ ରୁଷରେ ରାଜନୈତିକ କ୍ଷେତ୍ରରେ କାୟା ବିସ୍ତାର କରି ଆଗକୁ ଆଗକୁ ଅଗ୍ରସର ହେଉଛନ୍ତି। ପୁଟିନ ମସ୍କୋ ଫେରି ଆସିଲେ ଏବଂ ଏଫଏସବିରେ ଯୋଗଦେଲେ। ଏଠାରୁ ସେ କ୍ରେମଲିନ ପାଇଁ କାମରେ ଲାଗିପଡ଼ିଲେ। ସେହି ସମୟରେ ବୋରିସ ୟେଲସିନ ରୁଷ ଫେଡେରେସନର ରାଷ୍ଟ୍ରପତି ଥିଲେ। ୟେଲସିନଙ୍କ ପ୍ରମୁଖ ସମର୍ଥକ ମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ବ୍ୟବସାୟୀ ବୋରିସ ବେରେଜୋକ୍ସି। ସେ ନିର୍ବାଚନ ସମୟରେ ଲୋକଙ୍କୁ ଯଥେଷ୍ଟ ମାତ୍ରାରେ ପ୍ରଭାବିତ କରିବା ଭଳି ବ୍ୟକ୍ତିତ୍ବ ଥିଲେ। ପୂର୍ବତନ ସାମ୍ବାଦିକ ଭାଲେଣ୍ଟିନ ୟୁମାଗେବ ବୋରିସଙ୍କ ସବୁଠୁ ବିଶ୍ବସ୍ତ ସହଯୋଗୀ ଥିଲେ। ତାଙ୍କର ବିବାହ ୟେଲସିନଙ୍କ ଝିଅ ତାନ୍ୟାତା ସହିତ ହୋଇଥିଲା। ୧୯୯୭ରେ ୟେଲସିନ ଚିଫ ଅଫ ଷ୍ଟାଫ ଭାବେ କ୍ରେମଲିନରୁ କାମ କରିବା ଆରମ୍ଭ କରିଥିଲେ। ୧୯୯୯ ଅଗଷ୍ଟରେ ବୋରିସ ୟେଲସିନ ଭ୍ଲାଦିମିର ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କଲେ। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ୟେଲସିନ ଦେଶର ନେତ୍‌ତ୍ବ ପାଇଁ ପୁଟିନଙ୍କୁ ହିଁ ତିଆରି କରିଥିଲେ।

ୟେଲସିନ ନିଜ ପଦ ଛାଡ଼ିବା ପାଇଁ ବର୍ଷେ ବାକି ଥାଏ। କିନ୍ତୁ ୧୯୯୯ ଡିସେମ୍ବରରେ ସେ ଅଚାନକ ପଦ ତ୍ୟାଗ କରିବାର ଘୋଷଣା କରିଦେଲେ। ନୂଆ ରାଷ୍ଟ୍ରପତି ଭାବେ ପୁଟିନ ଗ୍ରହଣୀୟ ହେଲେ। କ୍ଷମତା ହାସଲ କରିବାର ତିନିମାସ ମଧ୍ୟରେ ପୁଟିନ ମିଡିଆକୁ କବଜା କରିନେଲେ ଏବଂ ଏହାପରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସହ ସମ୍ପର୍କ ରଖିଥିବା ଉଦ୍ୟୋଗପତିମାନେ ଧୀରେ ଧୀରେ ରାଜନୀତିରୁ ଗାଏବ ହେବାରେ ଲାଗିଲେ। ପୁଟିନଙ୍କ କାମ କରିବାର କୌଶଳ କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଲା।

ବିରୋଧୀଙ୍କୁ ଦମନ

ମିଡିଆକୁ କବଜା କରିବା ପରେ ଦୁଇଟି ଲାଭ ହେଲା। ପ୍ରଥମତଃ ବିରୋଧୀଦଳଙ୍କ ସ୍ବରକୁ ଚପାଇ ରଖିବା ସହଜ ହେଲା ଏବଂ ଦ୍ବିତୀୟରେ ଲୋକଙ୍କ ନିକଟକୁ ପହଞ୍ଚୁଥିବା ଖବର ଗୁଡ଼ିକ ମଧ୍ୟ ତାଙ୍କୁ ସୁହାଇଲା ଭଳି ଢଙ୍ଗରେ ପ୍ରକାଶିତ ହେଲା। ଚେଚନ୍ୟାର ଯୁଦ୍ଧ ଠାରୁ ମସ୍କୋ ଆତଙ୍କବାଦୀ ଆକ୍ରମଣ ଯାଏ ସେ ନିଜର ପକ୍ଷ ରଖିପାରିଲେ। ରାଷ୍ଟ୍ରପତି ପୁଟିନଙ୍କ ଇଚ୍ଛାନୁଯାୟୀ ଖବର ପ୍ରକାଶ ପାଇଲା। ରୁଷରେ ପ୍ରାୟ ୩ ହଜାର ଟିଭି ଚାନେଲ। କିନ୍ତୁ ଅଧିକାଂଶ ଚାନେଲରେ ଖବର ପ୍ରକାଶ ପାଏନା। ଯଦି ଚାନେଲ ଗୁଡ଼ିକ ରାଜନୀତି ସହିତ ଜଡ଼ିତ ଖବର ପ୍ରକାଶ ପାଇଁ ଚାହାନ୍ତି, ତେବେ ସେମାନଙ୍କୁ ସରକାରଙ୍କୁ ପଚାରି କରିବାକୁ ହେବ। ପୁଟିନ ଧୀରେ ଧୀରେ ନିଜର ବିଶ୍ବସ୍ତ ଲୋକଙ୍କୁ ରାଜ୍ୟପାଳ କରାଇଲେ। ୮୩ଟି ଅଞ୍ଚଳ ଉପରେ ନିଜର ନିୟନ୍ତ୍ରଣ ନିଶ୍ଚିତ କରାଇଲେ। ୨୦୦୪ରେ ରାଜ୍ୟପାଳଙ୍କ ପାଇଁ ହେବାକୁ ଥିବା ଆଞ୍ଚଳିକ ନିର୍ବାଚନ ବି ରଦ୍ଦ କରିଦେଲେ ଏବଂ ନିଜ ପସନ୍ଦର ତିନିଜଣ ବିଧାୟକଙ୍କୁ ପ୍ରାର୍ଥୀ କରାଇଲେ। ଗଣତନ୍ତ୍ରକୁ ପୁଟିନ ହତ୍ୟା କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି ସତ, ମାତ୍ର ତାଙ୍କର ଏଭଳି ରଣନୀତି କାରଣରୁ ଚେଚନ୍ୟା ଭଳି ଅଞ୍ଚଳ ଗୁଡ଼ିକରେ ଲାଭ ହୋଇଛି। ଆଖପାଖ କେତେକ ଦେଶରେ ପରିବର୍ତ୍ତନ ଦେଖିବା ପରେ ପୁଟିନ ନିଜ କାମ କରିବାର କୌଶଳକୁ ବଦଳାଇବା ସହିତ ଉଦାରବାଦୀ ନୀତିକୁ ଗ୍ରହଣ କରିଥିବା ମଧ୍ୟ ଦେଖାଗଲା। ରାଜନୈତିକ ବିକେନ୍ଦ୍ରୀକରଣ କଥା କହିଥିଲେ ଏବଂ ପ୍ରତ୍ୟେକ ଅଞ୍ଚଳକୁ ନିଜ ଅର୍ଥ ବ୍ୟବସ୍ଥା ଉପରେ ଅଧିକ ନିୟନ୍ତ୍ରଣ ପାଇଁ କ୍ଷମତା ଦିଆଯିବାର ପ୍ରତିଶ୍ରୁତି ଦେଇଥିଲେ।

୨୦୧୪ରେ କ୍ରମିଆକୁ କବଜା କରିବାରେ ସେ ସକ୍ଷମ ହୋଇଥିଲେ। ପଶ୍ଚିମ ପାଇଁ ଏହା ଏକ ବଡ଼ ଝଟକା ଥିଲା। ନିଜ କୌଶଳରେ କାମ କରିବାକୁ ହେଲେ ରୁଷକୁ ସୁପର ପାୱାର ହେବାର ଆବଶ୍ୟକତା ନାହିଁ ବୋଲି ପୁଟିନ ମନେକରି ଆସିଛନ୍ତି। ପୁଟିନ ଏବେ ଶକ୍ତିଶାଳୀ ହୋଇଗଲେ ବି ସେ ପଶ୍ଚିମୀ ଦେଶ ଏବଂ ନାଟୋ ସହିତ ରୁଷର ସମ୍ପର୍କକୁ ପରିଭାଷିତ କରି ନେତ୍‌ତ୍ବ କିଭଳି ନେଇ ହେବ ତାହା ଦେଖାଇଦେଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ