କିଚେନ୍‌ରେ ଏସବୁ ମାନନ୍ତୁ ଗୃହିଣୀ, ଘରେ ରହିବ ସୁଖ ଓ ଶାନ୍ତି


ବାସ୍ତୁଶାସ୍ତ୍ର ଅନୁସାରେ ଘରର ରୋଷେଇ ଘର ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ଠିକ୍ ଦିଗରେ ହେବା ନିହାତି ଦରକାର। ଏହାବ୍ୟତୀତ କିଚେନ୍‌ରେ କାମ କରିବାବେଳେ ଗୃହିଣୀମାନଙ୍କୁ ବିଶେଷ ଧ୍ୟାନ ଦେବା ଉଚିତ୍‌। ଏପରି ନ କଲେ ଆର୍ଥିକ ସମସ୍ୟା ସହିତ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଚାଲନ୍ତୁ ଜାଣିବା ରୋଷେଇ ଘରେ କାମ କରିବା ସମୟରେ କେଉଁ ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ୍‌।

ଉପଯୁକ୍ତ ଦିଗ

ଘରର କିଚେନ୍ ସବୁବେଳେ ପୂର୍ବ ଦିଗରେ ହେବା ଉଚିତ୍‌। ଏପରି କରିବା ଦ୍ୱାରା ମାନସିକ ଓ ଶାରୀରିକ ସମସ୍ୟାରୁ ମୁକ୍ତି ମିଳିଥାଏ।

ଚପଲ ବାହାରେ ରଖନ୍ତୁ
ରୋଷେଇ ଘରକୁ ସବୁବେଳେ ପବିତ୍ର ଭାବେ ଗ୍ରହଣ କରାଯାଏ। ତେଣୁ କିଚେନ୍‌କୁ ଯିବା ପୂର୍ବରୁ ଚପଲକୁ ସବୁବେଳେ ବାହାର ରଖି ଭିତରକୁ ଯାଆନ୍ତୁ। ନଚେତ୍‌ ଆର୍ଥିକ ସମସ୍ୟାରେ ପଡ଼ିପାରନ୍ତି। ଏହାବ୍ୟତୀତ ଏଠାରେ ଛୁରି, କଇଁଚି ଭଳି ତିକ୍ଷ୍ନ ଜିନିଷ ରଖିବା କିମ୍ବା କାନ୍ଥରେ ଟାଙ୍ଗିବା ଉଚିତ୍‌ ନୁହେଁ।

ପ୍ରଥମ ରୁଟି ଗାଈକୁ ଦିଅନ୍ତୁ

ରୋଷେଇ କରିବା ବେଳେ ସର୍ବପ୍ରଥମେ ଯେଉଁ ରୁଟି ତିଆରି କରୁଛନ୍ତି, ତାହାକୁ ଗାଈକୁ ଖୁଆଇବା ଉଚିତ୍‌। ହିନ୍ଦୁ ଧର୍ମରେ ଗାଈକୁ ମାତା ବୋଲି କୁହାଯାଏ। ଏଥିସହିତ ଗୋମାତା ଦେହରେ ଦେବଦେବୀ ବାସ କରନ୍ତି। ତେଣୁ ପ୍ରତ୍ୟେକ ଦିନ ସକାଳର ପ୍ରଥମ ରୁଟି ଗୋମାତାଙ୍କୁ ଅର୍ପଣ କରିବା ପରେ ଭୋଜନ କରିବା ଉଚିତ୍‌। ଏପରି କରିବା ଦ୍ୱାରା ଘରକୁ ଧନର ଆଗମନ ହେବା ସହିତ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ।

ଏମିତି ରଖନ୍ତୁ କ୍ଷୀର
ରୋଷେଇ ଘରେ କେବେ ବି କ୍ଷୀର ବାସନକୁ ଖୋଲା ଛାଡ଼ିବା ଉଚିତ ନୁହେଁ। ଏହାକୁ ସବୁବେଳେ କିଛି ଘୋଡ଼ାଇ ରଖନ୍ତୁ। ନଚେତ୍‌ ଘର ପରିବାରରେ କଳି ଝଗଡ଼ା ହୋଇପାରେ। ଏହିପରି ଆର୍ଥିକ, ଶାରୀରିକ ଭାବେ ଓ ମାନସିକ ଭାବେ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ।

ଭୋଜନ କରିବାର ଉପଯୁକ୍ତ ଦିଗ
ବାସ୍ତୁ ମୁତାବକ ରୋଷେଇ ଘରେ ଭୋଜନ କରିବା ଦ୍ୱାରା ଅନେକ ପ୍ରକାରର ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ। କିନ୍ତୁ ଏଥିପାଇଁ ଉପଯୁକ୍ତ ଦିଗରେ ଭୋଜନ କରିବା ବହୁତ ଜରୁରୀ। ଭୋଜନ କରିବା ପାଇଁ ମୁହଁ କେବେ ବି କିଚେନ୍‌ରେ ପଶ୍ଚିମ ଓ ଦକ୍ଷିଣ ଦିଗ ଆଡ଼କୁ ହେବା ଉଚିତ ନୁହେଁ। ଏହି କ୍ରମରେ ଖାଇବା ପ୍ଲେଟ୍ ଦକ୍ଷିଣ ପୂର୍ବ ଦିଗକୁ ଓ ମୁହଁ ପୂର୍ବ ଦିଗ ଆଡ଼କୁ ହେବା ଉଚିତ୍‌। ଏପରି କରିବା ଦ୍ୱାରା ଶରୀରରେ ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ।

ଗ୍ୟାସ୍ ରଖିବାର ଜାଗା
କିଚେନ୍‌ରେ ଗ୍ୟାସ୍ ସବୁବେଳେ ଏପରି ସ୍ଥାନକୁ ରଖିବା ଉଚିତ, ଯାହା ବାହାରକୁ ଦେଖାଯିବା ଉଚିତ ନୁହେଁ ଏପରି କରିବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ