ଫୁସ୍‌ଫୁସ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଡାଏଟ୍‌ରେ ସାମିଲ୍ କରନ୍ତୁ ଏସବୁ


କୋରୋନା ଭାଇରସ ସଂକ୍ରମଣରୁ ବଞ୍ଚିବା ଲାଗି ସମସ୍ତଙ୍କୁ ନିଜ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ପରାମର୍ଶ ଦିଆଯାଉଛି। ଏଥିସହିତ ଏହି ଭାଇରସ ଫୁସ୍‌ଫୁସ୍‌କୁ ଶୀଘ୍ର ଆକ୍ରମଣ କରୁଥିବାରୁ ଫୁସ୍‌ଫୁସ୍‌ର ବିଶେଷ ଧ୍ୟାନ ଦେବା ଜରୁରୀ। ଫୁସ୍‌ଫୁସ୍‌ରେ ସଂକ୍ରମଣ ହେବା ଫଳରେ ନିଶ୍ୱାସ ପ୍ରଶ୍ୱାସ ନେବା ଆଣିବାରେ ସମସ୍ୟା ହୋଇଥାଏ। ତେଣୁ ଶ୍ୱାସ ପ୍ରକ୍ରିୟା ସହିତ ଜଡ଼ିତ ରୋଗ ହେବାର ଆଶଙ୍କା ବଢ଼ିଯାଏ। ଏଥିରୁ ରକ୍ଷା ପାଇବା ଲାଗି ଡାଏଟ୍‌ରେ କିଛି ଜିନିଷ ସାମିଲ୍ କରିବା ଉଚିତ୍‌। ଯାହାଫଳରେ ଫୁସ୍‌ଫୁସ୍‌ ସୁସ୍ଥ ରହିପାରିବ। ଏଠାରେ ଏପରି କେତେକ ସୁପରଫୁଡ୍ ସମ୍ପର୍କରେ ସୂଚନା ଦିଆଯାଇଛି, ଯାହାକୁ ସେବନ କରିବା ଦ୍ୱାରା ଆପଣଙ୍କ ଫୁସ୍‌ଫୁସ୍‌ ସୁସ୍ଥ ରହିବା ସହିତ ସଂକ୍ରମଣ ଓ ରୋଗ ହେବା ଆଶଙ୍କା କମ୍ ହୋଇପାରିବ।

ସେଓ
ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ସେଓ ଖାଇବା ଉଚିତ ବୋଲି ଆପଣ ଶୁଣିଥିବେ। ସେଓରେ ଆଣ୍ଟିଅକ୍ସିଡାଣ୍ଟ୍‌, ଆଣ୍ଟିବ୍ୟାକ୍ଟେରିଆଲ୍‌ ଆଦି ଗୁଣ ରହିଛି। ପ୍ରତ୍ୟେକ ଦିନ ଗୋଟିଏ ସେଓ ସେବନ କରିବା ଦ୍ୱାରା ଭଲ ଭାବେ ଫୁସ୍‌ଫୁସ୍‌ ସୁସ୍ଥ ରହିଥାଏ। ବିଶେଷଜ୍ଞଙ୍କ ମୁତାବକ ସପ୍ତାହରେ ଅତିକମ୍‌ରେ ୫ଟି ସେଓ ଖାଇବା ଉଚିତ୍‌। ଏହାଦ୍ୱାରା ଫୁସ୍‌ଫୁସ୍‌ ସମ୍ବନ୍ଧିତ ରୋଗ ହେବା ଆଶଙ୍କା ମଧ୍ୟ କମ୍ ରହିଥାଏ। ଏଥିସହିତ ଏହା ଶରୀରରେ କ୍ୟାନ୍‌ସର କୋଷିକା ବଢ଼ିବାକୁ ମଧ୍ୟ ରୋକିଥାଏ। ଏହିଭଳି ଭାବେ ଆସ୍ଥମା ଓ ଫୁସ୍‌ଫୁସ୍‌ କ୍ୟାନସର ହେବାରୁ ରକ୍ଷା ମିଳିଥାଏ। ଏହାବ୍ୟତୀତ ଶରୀରରେ କୋଷିକାର ଅଭାବକୁ ପୂରା କରିବାରେ ମଧ୍ୟ ସାହାଯ୍ୟ ମିଳିଥାଏ।

କଖାରୁ
କଖାରୁରେ ପୋଷକତ୍ବ ଭରପୂର ମାତ୍ରାରେ ରହିଛି। ଏଥିରେ ଭିଟାମିନ୍, କ୍ୟାଲ୍‌ସିୟମ, ବିଟା କ୍ୟାରୋଟିନ୍, ଲ୍ୟୁଟିନ୍, ଆଣ୍ଟିଅକ୍ସିଡାଣ୍ଟ୍‌, ଆଣ୍ଟିଇନ୍‌ଫ୍ଲେମେଟୋରୀ ଗୁଣ ଫୁସ୍‌ଫୁସ୍‌କୁ ସୁସ୍ଥ ରଖିଥାଏ। ଏପରିସ୍ଥଳେ ଫୁସ୍‌ଫୁସ୍‌ ସହିତ ଜଡ଼ିତ ରୋଗ ହେବାର ଆଶଙ୍କା ଦୂର ହୋଇଥାଏ। ଏଥିସହିତ ଯେଉଁ ଲୋକମାନେ ସିଗାରେଟ୍, ଆଲକହଲ ସେବନ କରନ୍ତି, ସେମାନଙ୍କ ଫୁସ୍‌ଫୁସ୍‌ ଶୀଘ୍ର ଖରାପ ହୋଇଯାଏ। ତେଣୁ ଏହି ଲୋକମାନେ ବିଶେଷକରି ନିଜ ଡାଏଟରେ କଖାରୁ ସାମିଲ୍ କରିବା ଉଚିତ୍‌।

ହଳଦୀ
ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟିଭାଇରାଲ, ଆଣ୍ଟିଇନ୍‌ଫ୍ଲେମେଟୋରୀ ଗୁଣରେ ଭରପୂର ହଳଦୀ ସେବନ କରିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏପରିସ୍ଥଳେ ସଂକ୍ରମଣ, ଋତୁକାଳୀନ ଥଣ୍ଡା କାଶ, ଜ୍ୱର ହେବାରୁ ରକ୍ଷା କରଥାଏ। ଏଥିରେ ଥିବା ଆଣ୍ଟ୍‌ଇକ୍ସିଡାଣ୍ଟ୍‌ ତତ୍ତ୍ବ ଫୁସ୍‌ଫୁସ୍‌କୁ ସୁଚାରୁ ରୂପେ କାମ କରିବାରେ ସାହାଯ୍ୟ କରିଥାଏ। ଗବେଷଣା ମୁତାବକ ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବା ପାଇଁ ହଳଦୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆପଣ ହଳଦୀକୁ ମସଲା ଭାବେ ବ୍ୟବହାର କରିବା ସହିତ ପ୍ରତ୍ୟେକ ଦିନ ଗରମ କ୍ଷୀରରେ ପକାଇ ମଧ୍ୟ ସେବନ କରିପାରିବେ।

ଟମାଟୋ
ତରକାରୀରେ କିମ୍ବା ସାଲାଡ଼ ଭାବେ ବ୍ୟବହାର କରାଯାଉଥିବା ଟମାଟୋ ଫୁସ୍‌ଫୁସ୍‌କୁ ଶକ୍ତ ରଖିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଲାଇକୋପିନ ନାମକ ତତ୍ତ୍ବ ରହିଛି, ଯାହା ଏକ ପ୍ରକାରର ଆଣ୍ଟ୍‌ଇକ୍ସିଡାଣ୍ଟ୍‌ ଫୁସ୍‌ଫୁସ୍‌କୁ ଠିକ୍ ଭାବେ କାମ କରିବାରେ ସାହାଯ୍ୟ କରିଥାଏ।  ବିଶେଷଜ୍ଞଙ୍କ ଅନୁସାରେ ନିୟମିତ ରୂପରେ ଟମାଟୋ ସେବନ କରିବା ଦ୍ୱାରା ଶ୍ୱାସ ସମ୍ପନ୍ଧିତ ସମସ୍ୟା କମ୍ ହୋଇଥାଏ ଏହିପରି ଏହା ଫୁସ୍‌ଫୁସ୍‌କୁ ମଜବୁତ କରିଥାଏ। ତେଣୁ ବିଶେଷକରି ଆସ୍ଥମା ରୋଗୀଙ୍କୁ ପ୍ରତ୍ୟେକ ଦିନ ଏହା ସେବନ କରିବା ଉଚିତ।

ହର୍ବାଲ୍‌ ଟି
ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ହର୍ବାଲ୍‌ ଟି’ର ସେବନ କରିବା ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଥିବା ଆଣ୍ଟ୍‌ଇକ୍ସିଡାଣ୍ଟ୍‌ ତ୍ବ ଫୁସ୍‌ଫୁସ୍‌ ସହିତ ଜଡ଼ିତ ରୋଗ ହେବାରୁ ରକ୍ଷା କରିଥାଏ। ତେଣୁ ପ୍ରତ୍ୟେକ ଦିନ ଏକ କପ୍ ହର୍ବାଲ୍‌ ଟି’ ସେବନ କରିବା ଉଚିତ୍‌। ଆପଣଙ୍କୁ ବଜାରରେ ଅନେକ ପ୍ରକାରର ଗ୍ରୀନ୍ ଟି’ ମିଳିପାରିବ। ଏହାବାଦ୍ ଆପଣ ଘରେ ଅଦା, ଲେମ୍ବୁ, ତୁଳସୀ, ମହୁ, ଡାଳଚିନି ଆଦି ଜିନିଷ ମିଶାଇ ଏହି ହର୍ବାଲ ଟି’ ପ୍ରସ୍ତୁତ କରିପାରିବେ। ପ୍ରତ୍ୟେକ ଦିନ ଏହା ସେବନ କରିବା ଦ୍ୱାରା ଫୁସ୍‌ଫୁସ୍‌ର ଟିସୁ୍ ସୁସ୍ଥ ରହିବାରେ ସାହାଯ୍ୟ ମିଳିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ