ବାହାଘର ପରେ ପୁରୁଣା ପ୍ରେମ ସାମ୍ନାକୁ ଆସିଲେ ନିଜକୁ ଏମିତି ସମ୍ଭାଳନ୍ତୁ


ବାହାଘର ପରେ ସବୁକିଛି ଠିକ ଚାଲିଛି। ପତି ପତ୍ନୀ ଦୁହେଁ ଖୁସିରେ ଖୁସିରେ ବାହାରକୁ ବୁଲିବାକୁ ଯାଉଛନ୍ତି, ହଠାତ ଆପଣଙ୍କ ସମ୍ମୁଖରେ ଆପଣଙ୍କ ପୁରୁଣା ପ୍ରେମ ଆସିଗଲେ, ତେବେ ଆପଣ କ’ଣ କରିବେ? ଯଦିଓ ଏହି ପରିସ୍ଥିତି ଫିକ୍ସନାଲ ଲାଗିପାରେ। କିନ୍ତୁ ଅନେକ ଦମ୍ପତି ଏହି ପରିସ୍ଥିତି ଦେଇ ଗତି କରିଛନ୍ତି। ଯଦି ଏହି ପରିସ୍ଥିତିକୁ ଠିକ୍ ଭାବେ ନ ସମ୍ଭାଳିବେ, ତେବେ ପାର୍ଟନରଙ୍କ ସହିତ କିଛି ସମସ୍ୟା ଆସିପାରେ। ତେବେ ଚାଲନ୍ତୁ ଜାଣିବା ଏହି ସମୟରେ କ’ଣ କରିବେ, କ’ଣ ନ କରିବେ।

ହାଏ ହ୍ୟାଲୋ
ପୁରୁଣା ପ୍ରେମ ସାମ୍ନାକୁ ଆସିଗଲା ପରେ ଚମକି ପଡ଼ିବା ସାଧାରଣ କଥା। ଏପରିସ୍ଥଳେ ପୂରାପୂରି ଅଣଦେଖା କରିବା କିଛି ମାତ୍ରାରେ ଅସ୍ବାଭାବିକ ଲାଗିପାରେ। ଏହା ବଦଳରେ ତାଙ୍କୁ ଗ୍ରୀଟ୍ କରିବା ସହିତ ଆପଣ କେତେ ଅସହଜ ଅନୁଭବ କରୁଛନ୍ତି, ତାହା ଆଦୌ ଚେହେରାରେ ଆଣନ୍ତୁ ନାହିଁ। ଏହା ବଦଳରେ କୁଲ୍ ରହନ୍ତୁ। ଆପଣ ଚାହିଲେ ହ୍ୟାଣ୍ଡସେକ୍ କରିପାରିବେ। ଯଦି ଆପଣ ତାଙ୍କୁ ଦୂରରୁ ଦେଖିଛନ୍ତି, ତେବେ ସେଠାକୁ ନ ଯାଇ ଅଲଗା ରାସ୍ତାରେ ଯାଇପାରିବେ।

ସାଥୀଙ୍କ ସହ ପରିଚୟ କରାନ୍ତୁ
ଆପଣଙ୍କ ସାମ୍ନାକୁ ଯେତେବେଳେ ପୁରୁଣା ପ୍ରେମ ଆସି ଯାଆନ୍ତି ଓ ଆପଣ ସେତେବେଳେ ନିଜ ପାର୍ଟନରଙ୍କ ସହିତ ଅଛନ୍ତି। ତେବେ ହାଏ ହ୍ୟାଲୋ ପରେ ତାଙ୍କ ସହିତ ପରିଚିତ କରିବାକୁ ଭୁଲନ୍ତୁ ନାହିଁ। ଏହି ସମୟରେ ସ୍ଥିତିକୁ ସହଜ ରଖିବାକୁ ଚେଷ୍ଟା କରନ୍ତୁ। ନିଜ ବଡି ଲାଙ୍ଗୁଏଜରେ ନିଜ ସାଥୀଙ୍କ ପ୍ରତି କେତେ ବିଶ୍ବସ୍ତ ତାହା ଦେଖାନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ସାଥୀକୁ ଅଧିକ ଆତ୍ମବିଶ୍ବାସ ଅନୁଭବ ହେବ। ଏଥିସହିତ ପୁରୁଣା ପ୍ରେମିକ ପ୍ରେମିକାଙ୍କୁ ମଧ୍ୟ ଏକ କ୍ଲିଅର ମେସେଜ ମିଳିଯିବ। ଆପଣଙ୍କ ଏହି କୁଲ୍ ଟ୍ରିଟମେଣ୍ଟ ମଧ୍ୟ ଆପଣଙ୍କ ପାର୍ଟନରଙ୍କୁ ସବୁକିଛି କ୍ଲିଅର କରିଦେବ ଯେ ଆପଣଙ୍କ ପାଇଁ ପୁରୁଣା ପ୍ରେମ ଅତୀତ ବ୍ୟତୀତ ଆଉ କିଛି ନୁହେଁ।

ବ୍ୟକ୍ତିଗତ ଜୀବନକୁ ନେଇ ପ୍ରଶ୍ନ କରନ୍ତୁନି

ଆପଣ ଦୀର୍ଘ ବର୍ଷ ପରେ ପରସ୍ପରକୁ ସାକ୍ଷାତ କରୁଥିଲେ ମଧ୍ୟ କେହି କାହାରି ବ୍ୟକ୍ତିଗତ ଜୀବନକୁ ନେଇ ପ୍ରଶ୍ନ କରନ୍ତୁ ନାହିଁ। କିମ୍ବା ଅଧିକ ଜାଣିବା ପାଇଁ ଚେଷ୍ଟା କରନ୍ତୁ ନାହିଁ। ଏପରି କରିବା ଦ୍ବାରା ଏମିତି ଲାଗିଥାଏ ଯେ ଆପଣଙ୍କର ଏବେ ବି ତାଙ୍କ ଜୀବନ ବିଷୟରେ ଜାଣିବା ପାଇଁ ରୁଚି ରହିଛି। ଯଦି ତାଙ୍କ ମନରେ ଏବେ ବି ଆପଣଙ୍କ ପାଇଁ କିଛି ଫିଲିଙ୍ଗସ୍ ରହିଛି ବୋଲି ଜଣାପଡ଼େ, ତେବେ ମାମଲା ଅଧିକ ଜଟିଳ ହୋଇପାରେ। ସେହିପରି ଯଦି ସାଙ୍ଗରେ ପାର୍ଟନର ଅଛନ୍ତି, ତେବେ ସ୍ଥିତିକୁ ସମ୍ଭାଳିବା ଅଧିକ ଦରକାର।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ