ଯାଇଥିଲେ ବାହାଘର ଲେହେଙ୍ଗା କିଣିବାକୁ, ଫେରିଲେ ସବ୍ୟସାଚୀଙ୍କ ମଡେଲ ହୋଇ


ଅନେକ ସମୟରେ ଆମ ସହିତ ଅଚାନକ ଏପରି କିଛି ହୋଇଯାଏ, ଯାହା ଆମେ କେବେ ବି ଆଶା କରି ନ ଥାଉ। ଯଦି ଏହା କିଛି ଭଲ ହେଲା, ତେବେ ଖୁସି କଥା କହିଲେ ନ ସରେ। ଏପରି କିଛି ହୋଇଛି ବ୍ରାଇଡ୍ ପ୍ରିୟଙ୍କା ପ୍ରକାଶଙ୍କ ସହିତ। ଯିଏ ଯାଇଥିଲେ ନିଜ ପାଇଁ ଲେହେଙ୍ଗା କିଣିବା ପାଇଁ। କିନ୍ତୁ ଷ୍ଟୋରରେ ପହଞ୍ଚିବା ପରେ ତାଙ୍କୁ ମଡେଲିଂ ଅଫର ମିଳିଥିଲା। ତାହା ମଧ୍ୟ ଲୋକପ୍ରିୟ ଫ୍ୟାଶନ୍ ଡିଜାଇନର ସାବ୍ୟସାଚୀ ମୁଖାର୍ଜୀଙ୍କର। ପ୍ରିୟଙ୍କା ନିଜେ ଏକ ବଡ଼ ପତ୍ରିକାରେ ଜୁଏଲାରୀ ଏଡିଡର ଭାବେ କାମ କରିଥାନ୍ତି। ସେ ସବ୍ୟସାଚୀ ମୁଖାର୍ଜୀଙ୍କର ବହୁତ ବଡ଼ ଫ୍ୟାନ୍। ତାଙ୍କ କାମକୁ ସେ ବହୁତ ପସନ୍ଦ କରିଥାନ୍ତି। ଏକ ସାକ୍ଷାତକାରରେ ପ୍ରିୟଙ୍କା କହିଥିଲେ କି ବାହାଘର ପ୍ରସ୍ତାବ ପୂର୍ବରୁ ସେ ନିଷ୍ପତ୍ତି ନେଇଥିଲେ ଯେ ଯେତେବେଳେ ବି ବିବାହ କରିବେ, ତାଙ୍କ ୱେଡିଂ ଲେହେଙ୍ଗା ସବ୍ୟସାଚୀଙ୍କ ଦ୍ବାରା ଡିଜାଇନ୍ କରାଯାଇଥିବ।

ସବ୍ୟସାଚୀଙ୍କୁ ଦେଇଥିଲେ ସରପ୍ରାଇଜ୍
ପ୍ରିୟଙ୍କା ସବ୍ୟସାଚୀଙ୍କ ଶୋ’ର ଅଂଶ ପାଲଟି ତାଙ୍କୁ ସରପ୍ରାଇଜ୍ ଦେଇଥିଲେ। ସେ ତାଙ୍କ ବ୍ରାଇଡାଲ ଲୁକର ପୂରା ଦାୟିତ୍ବ ଡିଜାଇନରଙ୍କୁ ଦେଇଥିଲେ। ସବ୍ୟସାଚୀ ପ୍ରିୟଙ୍କାଙ୍କୁ ଏତେ ସୁନ୍ଦର ଲୁକ୍ ଦେଇଥିଲେ, କେହି ବି ତାଙ୍କ ଉପରୁ ନଜର ହଟାଇପାରିବେ ନାହିଁ। ବାହାଘରର ଲେହେଙ୍ଗା ଓ ଜୁଏଲାରୀ ଫାଇନାଲ ହେବା ପରେ ସବ୍ୟସାଚୀ ପ୍ରିୟଙ୍କାଙ୍କୁ ନିଜ କ୍ୟାମ୍ପେନ ଲାଗି ମଡେଲ ହେବା ପାଇଁ ପ୍ରସ୍ତାବ ଦେଇଥିଲେ। ଏତେ ପ୍ରସିଦ୍ଧ ଡିଜାଇନରଙ୍କର ଅଫରକୁ ସ୍ବୀକାର କରିବାରେ ପ୍ରିୟଙ୍କା ତିଳେମାତ୍ର ବିଳମ୍ବ କରି ନ ଥିଲେ। ପ୍ରିୟଙ୍କା ପ୍ରକାଶ ଅନ୍ୟ ମଡେଲଙ୍କ ସହିତ ସବ୍ୟସାଚୀଙ୍କ ସମର କଲେକ୍ସନ ପାଇଁ ମଡେଲ ହୋଇଥିଲେ। ଏଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ। ପ୍ରିୟଙ୍କା କହିଛନ୍ତି ଯେ ସେ ଆଗରୁ କେବେ ଏତେ ନର୍ଭସ ହୋଇ ନ ଥିଲେ, ଯେତିକି ସବ୍ୟସାଚୀଙ୍କ ମଡେଲ ହୋଇ ହୋଇଥିଲେ। ଯଦିଓ ସେ ଅଫ୍ କ୍ୟାମେରା ନର୍ଭସ ଥିଲେ, କିନ୍ତୁ ଫଟୋରେ ଏକ ପ୍ରତିଶତ ବି ନର୍ଭସ ହେବାର ଝଲକ ଦେଖିବାକୁ ମିଳି ନ ଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ