୫୯ ଚୀନୀ ଆପ୍‌ ତ ବ୍ୟାନ, କିଭଳି ଲାଗୁହେବ ଏ କଟକଣା?


ସୋମବାର ବିଳମ୍ବିତ ରାତିରେ ଭାରତ ସରକାର ଚୀନର ବହୁଳ ଲୋକପ୍ରିୟ ଟିକଟକ ସମେତ ୫୯ଟି ସ୍ମାର୍ଟଫୋନ ଆପ୍‌ସ ଉପରେ କଟକଣା ଜାରି କରିଛନ୍ତି। ପରିସଂଖ୍ୟାନରୁ ଜଣାଯାଇଛି ଯେ ଦେଶରେ ୩୦ କୋଟିରୁ ଅଧିକ ଲୋକ ଟିକଟକ ବ୍ୟବହାର କରନ୍ତି। ୧୮ କୋଟି ଭାରତୀୟ ଚାଇନିଜ ଆପ ‘ଲାଇକି’ର ବ୍ୟବହାର କରୁଥିବା ବେଳେ ୧୩ କୋଟି ବ୍ୟବହାରକାରୀ ଶେୟାରଇଟ, ୧୨ କୋଟି ୟୁସି ବ୍ରାଉଜର ବ୍ୟବହାର କରିଥାନ୍ତି। ଏ ହେଉଛି ୨୦୧୯ର ପରିସଂଖ୍ୟାନ। ଏବେ ଏ ସଂଖ୍ୟା ଆହୁରି ଅଧିକ। ଭାରତର ବୈଦେଶିକ ମନ୍ତ୍ରାଳୟର ପୂର୍ବତନ ପ୍ରବକ୍ତା ଏବଂ ଜାତିସଂଘ ସୁରକ୍ଷା ପରିଷଦର ପୂର୍ବତନ ଆମ୍ବାସାଡର ସୈୟଦ ଅକବରୁଦ୍ଦୀନ ଏଭଳି ନିଷ୍ପତ୍ତି ଦ୍ବାରା ଚୀନ ଉପରେ ପ୍ରକ୍‌ତ ଚାପ ସ୍‌ଷ୍ଟି ହେବ ବୋଲି ସୂଚିତ କରାଇଛନ୍ତି। ୩୦ କୋଟି ବ୍ୟବହାରକାରୀଙ୍କ ଟିକଟକ ଆପ ବ୍ୟାନ ହେବା ପରେ ସମ୍ପ୍‌କ୍ତ ସଂସ୍ଥା ଏହାର ରେଟିଂରୁ ତଳକୁ ଖସିବ ଏବଂ ବିଶ୍ବସନୀୟତା ଯେ ହରାଇବସିବ, ଏହା ସ୍ପଷ୍ଟ ହୋଇଯାଇଛି। ବ୍ୟାନ ହେବା ପରେ ଏହି ଆପ ଗୁଡ଼ିକ ଏବେ ଗୁଗଲ ପ୍ଲେଷ୍ଟୋର ଓ ଆପଲ ଷ୍ଟୋରରୁ ହଟାଇ ଦିଆଯାଇଛି। ଯଦି ଏହା କୌଣସି ବ୍ୟବହାରକାରୀଙ୍କ ଫୋନରେ ଡାଉନଲୋଡ ହୋଇ ରହିଯାଇଛି, ତେବେ ଏହା ଏବେ ବି କାମ କରୁଥିବା ଦେଖିବାକୁ ମିଳିଛି। ଭାରତ ସରକାରଙ୍କ ନିର୍ଦେଶ ପୂର୍ବରୁ ଡାଉନଲୋଡ ହୋଇଥିବା ଏହି ଚାଇନିଜ ଆପ ଗୁଡ଼ିକ ଏବେ ବି ଅନେକଙ୍କ ମୋବାଇଲରେ କାମ କରୁଛି। ଏହା ବ୍ୟବହାରକାରୀଙ୍କ ମୋବାଇଲରୁ ହଟିଲେ ବ୍ୟାନ୍‌ର ଉଦ୍ଦେଶ୍ୟ ପୂରଣ ହେବ।

ଏହି ବ୍ୟାନ କିପରି କାମ କରିବ?
ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଭାରତ ସରକାର ନିଜର ସୁରକ୍ଷା ଓ ସାର୍ବଭୌମତ୍ବ ପାଇଁ ୫୯ଟି ଆପକୁ ଦେଶରେ ବ୍ୟାନ କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଆଇଟି ଆକ୍ଟ ଏବଂ ସାଇବର ଆଇନର ବିଶେଷଜ୍ଞ ବିରାଗ ଗୁପ୍ତା କହନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଇଓଏସ ଏବଂ ଆଣ୍ଡ୍ରଏଡ ପ୍ଲାଟଫର୍ମକୁ ସେମାନଙ୍କର ଆପ ଷ୍ଟୋରରୁ ଏକ ନିଶ୍ଚିତ ସମୟସୀମା ଭିତରେ ଏସବୁକୁ ହଟାଇବାର ଆଦେଶ ଦିଆଯିବ। ଦ୍ବିତୀୟ ପଦକ୍ଷେପ ସ୍ବରୂପ ଯେଉଁ ବ୍ୟବହାରକାରୀଙ୍କ ଫୋନରେ ଏସବୁ କାମ କରୁଛି, ତାହାକୁ ସେଠି ବନ୍ଦ କରିଦିଆଯାଇ ପାରେ। ଏଥିପାଇଁ ସରକାରଙ୍କୁ ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡରଙ୍କୁ ଆଦେଶ ଜାରି କରିବାକୁ ପଡ଼ିବ। ଫଳରେ ଡାଉନଲୋଡ କରାଯାଇଥିବା ଆପର ସର୍ଭିସ ଅଚଳ ହେବ। ଯଦି ପରିସଂଖ୍ୟାନକୁ ଦ୍‌ଷ୍ଟିଦେବା, ତେବେ ଦେଖିବା ଯେ ଦେଶରେ ପାଖାପାଖି ୫୦ କୋଟି ସ୍ମାର୍ଟଫୋନ, ଯେଉଁଥିରୁ ପ୍ରାୟ ୩୦ କୋଟି ଲୋକଙ୍କ ବ୍ୟବହାର ସାମଗ୍ରୀକୁ ବ୍ୟାନ କରାଗଲା। ତ୍‌ତୀୟ ପଦକ୍ଷେପ ଏଭଳି ହୋଇପାରେ ଯେ ସରକାର ବ୍ୟବହାରକାରୀମାନଙ୍କୁ ଏହି ଆପ ଡାଉନଲୋଡ କରିବା ପାଇଁ ମନା କରିପାରନ୍ତି। କିନ୍ତୁ ସରକାରୀ ଆଦେଶରେ ବର୍ତ୍ତମାନ ସୁଦ୍ଧା ଏ କଥା ଉଲ୍ଲେଖ ନାହିଁ।

ସରକାରୀ ଆଦେଶରେ ଉପଭୋକ୍ତାମାନଙ୍କୁ ଏ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। ସରକାର ଗୁଗଲ, ଆପଲ ଏବଂ ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡର ଜରିଆରେ ଏହି ଆପ ଗୁଡ଼ିକୁ ବ୍ୟାନ କରିବା ପାଇଁ ଚାହିଁଛନ୍ତି। ଏହି ଆପ ଗୁଡ଼ିକୁ ବ୍ୟାନ କରିବାର ଚତୁର୍ଥ କୌଶଳ ମଧ୍ୟ ଥିଲା। ସରକାର ଅତୀତରେ ପର୍ଣ୍ଣୋଗ୍ରାଫ ଭିଡିଓ ଗୁଡ଼ିକୁ ହଟାଇବା ପାଇଁ ଯେଭଳି ପଦକ୍ଷେପ ନେଇଥିଲେ, ଠିକ ସେହିପରି ପଦକ୍ଷେପ ନେଇ ପାରିଥାନ୍ତେ। କିନ୍ତୁ ଏବେ ବି କେତେକ ଉପଭୋକ୍ତା ଏପରି ସାଇଟ ଗୁଡ଼ିକ ଛଦ୍ମ ଦରଜା ଦେଇ ଦେଖି ପାରୁଛନ୍ତି। ସରକାରଙ୍କ ପକ୍ଷରୁ ଏଭଳି କଟକଣା ଲାଗୁ ହେବା ପରେ ଏଭଳି ନ ହେଉ ଯେ ଏହି ଆପସ ବ୍ଲାକ ମାର୍କେଟରେ ଉପଲବ୍ଧ ହେଉ। ସରକାର ଏ ଦିଗ ଉପରେ କଡ଼ା ଦ୍‌ଷ୍ଟି ରଖିବା ଉଚିତ। ସେକେଣ୍ଡାରୀ ମାର୍କେଟରେ ଏହି ଆପ ଗୁଡ଼ିକ ଯେ ବ୍ୟବହାର ହେବ, ଏହା କୌଣସି ନୂଆ କଥା ନୁହେଁ। କିନ୍ତୁ ଏଭଳି ହେଲେ କମ୍ପାନୀ ଗୁଡ଼ିକ ଲାଭବାନ ହୋଇପାରିବେ ନାହିଁ।

୨୦୧୮ ଅକ୍ଟୋବର ମାସରେ ଭାରତ ଦୂର ସଞ୍ଚାର ବିଭାଗ ଦେଶର ସମସ୍ତ ଇଣ୍ଟରନେଟ ସେବା ଉପଲବ୍ଧ କରାଉଥିବା ତମାମ ସର୍ଭିସ ପ୍ରୋଭାଇଡରଙ୍କୁ ଆଦେଶ ଦେଇଥିଲେ କି ୮୨୭ ପର୍ଣ୍ଣୋଗ୍ରାଫ ୱେବସାଇଟକୁ ବ୍ଲକ କରିଦିଆଯାଉ। ଅନୁରୂପ ଆଦେଶ ମଧ୍ୟ କେନ୍ଦ୍ର ସରକାର ୨୦୧୫ରେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ନିଆଯାଇଥିଲା। ଯେଉଁଥିରେ ପ୍ରାୟ ୮୫୦ ୱେବସାଇଟକୁ ବ୍ଲକ କରି ଦିଆଯାଇଥିଲା। ୨୦୧୮ ଆଦେଶରେ ପର୍ଣ୍ଣ ୱେବସାଇଟକୁ ବ୍ୟାନ କରିବା ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ପର୍ଣ୍ଣହବ ନିଜର ଏକ ଦ୍ବିତୀୟ ୱେବସାଇଟ ଭାରତୀୟ ଦର୍ଶକଙ୍କ ପାଇଁ ପ୍ରସ୍ତୁତ କରିଦେଲା ଏବଂ ଏହାର ସୂଚନା ନିଜର ଟ୍ବିଟରରେ ଦେବାକୁ ଭୁଲି ନ ଥିଲା।

ଏବେ ଭାରତ ସରକାର ନିଜ କଥାକୁ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି। ୫୯ଟି ଚୀନୀ ଆପ୍‌ ଡାଟା ଆଇନ କାନୁନକୁ ଏବଂ ଗୋପନୀୟତା ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ଏ ସମ୍ପର୍କରେ ସରକାରଙ୍କ ନିକଟରେ ପୁଳାପୁଳା ଅଭିଯୋଗ ରହିଛି। ଏସବୁ ଆପ ଗୁଡ଼ିକୁ ହଟାଇବା ଲାଗି ସରକାରଙ୍କ ନିକଟରେ ଅନେକ ଗୁଡ଼ିଏ କୌଶଳ ଥିବା ବିଶେଷଜ୍ଞମାନେ ଦର୍ଶାନ୍ତି। ସାଇବର ବିଶେଷଜ୍ଞ ପବନ ଦୁଗ୍ଗଲଙ୍କ କହିବା କଥା ହେଉଛି ଏସବୁ ଆପ ଗୁଡ଼ିକ ଉପରେ ବ୍ୟାନ କରାଗଲେ, ଏହା ଆଉ ପ୍ଲେଷ୍ଟୋରରେ ଉପଲବ୍ଧ ହେବ ନାହିଁ ଏବଂ ଆଗରୁ ଯେଉଁମାନଙ୍କ ଫୋନରେ ଡାଉନଲୋଡ଼ ହୋଇଥିବ, ସେମାନଙ୍କର ଆପ ଅପଗ୍ରେଡ ହୋଇ ନ ପାରି ଭବିଷ୍ୟତରେ ସ୍ବତଃ ଅଚଳ ହୋଇପଡ଼ିବ। କିନ୍ତୁ ଏହି ଆପ ଗୁଡ଼ିକ କିଭଳି ବିପଜ୍ଜନକ କାମରେ ନିୟୋଜିତ କରାଯାଉଛି ତାହା ଦେଶବାସୀଙ୍କୁ ଦର୍ଶାଯାଉ। ଫଳରେ ସେମାନେ ଭର୍ଚୁଆଲ ପ୍ରାଇଭେଟ ନେଟୱାର୍କ ଜରିଆରେ ଏବହାର ବ୍ୟବହାର କରିବା ପାଇଁ ପ୍ରୟାସ କରିବେ ନାହିଁ। ଯଦି କମ୍ପାନୀ ଗୁଡ଼ିକ ଏ ଦିଗରେ ଦ୍‌ଷ୍ଟି ନ ଦିଅନ୍ତି, ତେବେ ଆଇଟି ଆକ୍ଟର ଧାରା ୬୬ ଏବଂ ଧାରା ୪୩ ଅନ୍ତର୍ଗତ ମାମଲା ରୁଜୁ ହେବ। ଏଥିରେ ୩ ବର୍ଷରୁ ୫ ବର୍ଷ ଜେଲ ଏବଂ ୫ ଲକ୍ଷ ଟଙ୍କା ଯାଏ ଜରିମାନା ଆଦାୟ କରାଯିବ। କିନ୍ତୁ ଏହି ଆପ ଯଦି ଜଣେ ଉପଭୋକ୍ତାର ଫୋନରେ ଥିବ, ତେବେ କୌଣସି ଦଣ୍ଡ ପ୍ରଦାନ କରାଯିବ ନାହିଁ। ବିନା ଦଣ୍ଡରେ ଏହି ପ୍ରାବଧାନ ସମ୍ପୂର୍ଣ୍ଣ ହଟିବ କି?

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ