ଟ୍ରମ୍ପଙ୍କ ନାମରେ ଗିରଫ ପରଓ୍ଵାନା ଜାରି କଲା ଇରାନ


ଓ୍ଵାଶିଂଟନ: ଇରାନର ଶୀର୍ଷ କମାଣ୍ଡର ଜେନେରାଲ କାସିମ ସୁଲେମାନୀଙ୍କ ମ୍‌ତ୍ୟୁକୁ ଏ ଯାଏ ଭୁଲିପାରିନି ଦେଶ।  ସୁଲେମାନୀଙ୍କ ହତ୍ୟା ପଛରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ଅଭିଯୋଗ କରିଆସିଛି ଇରାନ। ଏବେ ଏଥିପାଇଁ  ଟ୍ରମ୍ପଙ୍କ ନାମରେ ଇରାନ ଗିରଫ ପରଓ୍ଵାନା ଜାରି କରିଛି। ଏଥିସହ ଟ୍ରମ୍ପଙ୍କୁ ଧରିବା ପାଇଁ ଇଣ୍ଟରପୋଲର ବି ସାହାଯ୍ୟ ଲୋଡିଛି ଇରାନ। ଜେନେରାଲ୍ କାସିମ୍ ସୁଲେମାନୀଙ୍କ ହତ୍ୟା ମାମଲାରେ ଟ୍ରମ୍ପଙ୍କ ବ୍ୟତୀତ ଅନ୍ୟ ୧୨ଜଣଙ୍କ ବିରୋଧରେ ମଧ୍ୟ ଇରାନ ଗିରଫ ପରଓ୍ଵାନା ଜାରି କରିଛି।

ପରମାଣୁ ରାଜିନାମାରୁ ଆମେରିକା ଓହରିବା ପରଠୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ଏହା ସାଙ୍ଗକୁ ଇରାନର ଏତାଦ୍‌ଶ ପଦକ୍ଷେପ ନିଆଁରେ ଘିଅ ଢାଳିବା ଭଳି ହୋଇଛି। ସୁଲେମାନୀଙ୍କ ହତ୍ୟା ଘଟଣାରେ ଡୋନାଲ୍ଡ ଟ୍ରମ୍ପ ଓ ଅନ୍ୟ ୧୨ଜଣ ସଂଶ୍ଲିଷ୍ଟ ଥିବା ସନ୍ଦେହ କରି ଏ ସମସ୍ତଙ୍କୁ ଧରିବା ଲାଗି ଇଣ୍ଟରପୋଲର ସହାୟତା ଲୋଡିଛି।

ଇରାନ ସରକାରଙ୍କ ପ୍ରବକ୍ତା ଅଲି ଅଲକାସିମହର କହିଛନ୍ତି ଯେ, ଇରାନ ଜାନୁଆରୀରେ ବାଗଦାଦରେ ହୋଇଥିବା ଆକ୍ରମଣରେ ଟ୍ରମ୍ପ ଓ ୩୦ ଅନ୍ୟଜଣଙ୍କ ବିରୋଧରେ ଆଭିଯୋଗ ଆଣିଛି। ଏହି ଡ୍ରୋନ ଆକ୍ରମଣରେ ଇରାନ୍‌ ସେନାର ମୁଖ୍ୟ ଜେନେରାଲ କାସିମ ସୋଲେମାନିଙ୍କ ମୃତ୍ୟୁ ଘଟିଥିଲା। ତେବେ ଫ୍ରାନ୍‌ସର ଲିଅନସ୍ଥିତ ଇଣ୍ଟରପୋଲ୍‌ ଏନେଇଇ କୌଣସି ପ୍ରତିକ୍ରିୟା ଦେଇ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ