୪୧୯ ଟଙ୍କାରୁ ଷ୍ଟାରଡମ: ଅନୁ ବଖାଣିଲେ ସଂଘର୍ଷର କାହାଣୀ


ଭିକ୍କି ଡୋନର, ଡ୍ରିମ୍ ଗାର୍ଲ, ଧର୍ମ ସଙ୍କଟ ମେଁ, ଜଲି ଏଲଏଲବି, ଶୌକୀନ ଭଳି ଫିଲ୍ମରେ ଦମଦାର ଅଭିନୟ କରିଥିବା ଅଭିନେତା ଅନୁ କପୁର ସୋସାଲ ମିଡିଆରେ ଏକ ପୋଷ୍ଟ ଲେଖିଛନ୍ତି। ଅନୁଙ୍କ ଦମଦାର ଅଭିନୟ ତାଙ୍କ ଚରିତ୍ରକୁ ଜୀବନ୍ତ କରିଥାଏ। ଏଭଳି କଳାକାରଙ୍କ ଜୀବନଯାତ୍ରା ମଧ୍ୟ ବେଶ୍ ରୋଚକ ରହିଛି।

ସୂଚନଯୋଗ୍ୟ ଯେ ଅନ୍ତାକ୍ଷରୀ, ଜଲସା ଭଳି ସଙ୍ଗୀତଭିତ୍ତିକ ଟେଲିଭିଜନ ଶୋ’ ମାଧ୍ୟମରେ ନବେ ଦଶକରେ ନିଜ ପ୍ରଶଂସକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଦେଇଥିବା ଅନୁ କପୁର ନିଜ ସୋସାଲ ମିଡିଆ ପୋଷ୍ଟରେ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀରେ ତାଙ୍କ ୩୮ ବର୍ଷର ସଂଘର୍ଷର କାହାଣୀ ବଖାଣିଛନ୍ତି। ଅନୁ କପୁର ନିଜ ଅଭିଜ୍ଞତା ସମ୍ପର୍କରେ ପ୍ରଶଂସକଙ୍କୁ ଜଣାଇ ସେମାନଙ୍କ ହୃଦୟ ଜିତିଛନ୍ତି। ଫେସବୁକରେ ସେ ଏ ସମ୍ପର୍କିତ ଫଟୋ ମଧ୍ୟ ଶେୟାର କରିଛନ୍ତି। ୨୯ ଜୁନ୍ ୧୯୮୨ରେ ସେ ମୁମ୍ବାଇ ଆସିଥିଲେ। ଯେଉଁ ସମୟରେ ତାଙ୍କ ପାଖରେ ମାତ୍ର ୪୧୯ଟଙ୍କା ୨୫ ପଇସା ଥିଲା। ଏବେ ସେ ଇଣ୍ଡଷ୍ଟ୍ରୀରେ ନିଜ ପରିଚୟ ସୃଷ୍ଟି କରିପାରିଛନ୍ତି। କିଛି ଦିନ ପୂର୍ବରୁ ଫିଲ୍ମ  ‘ଡ୍ରିମ୍ ଗାର୍ଲ’ ସିନେମାରେ ଅନୁ ନଜର ଆସିଥିଲେ। ଯେଉଁଥିରେ ତାଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ