ସୁଶାନ୍ତଙ୍କ ସ୍ମୃତିରେ ୫୫୦ ପରିବାରକୁ ଖାଇବାକୁ ଦେବେ ଭୂମି


ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ‘କେଦାରନାଥ’ ଫିଲ୍ମର ପ୍ରଯୋଜକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ୩୪୦୦ ପରିବାରକୁ ଖାଦ୍ୟ ଖୁଆଇବା ନିଷ୍ପତ୍ତି ନେଇଥିଲେ। ସେ ନିଜ ସଂସ୍ଥା ‘ଏକ୍ ସାଥ୍’ ଜରିଆରେ ଏହି କାମ ପୂରା କରିଥିଲେ। ଏବେ ଅଭିନେତ୍ରୀ ଭୂମି ପେଦେନେକର ମଧ୍ୟ ନିଜ ସହକଳାକାର ତଥା ବନ୍ଧୁ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ ‘ଏକ୍ ସାଥ୍’ ଫାଉଣ୍ଡେସନ ସହିତ ହାତ ମିଶାଇ ୫୫୦ ପରିବାରକୁ ଖାଦ୍ୟ ଖୁଆଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।

‘ଏକ୍ ସାଥ୍’ ସଂସ୍ଥା ଏହି ମେସେଜକୁ ଶେୟାର କରି ଏହାର ସୂଚନା ଦେଇଛି। ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ଏହି ମେସେଜରେ କୁହାଯାଇଛି ଯେ ଆମ କ୍ୟାମ୍ପେନ ଜରିଆରେ ୫୫୦ରୁ ଅଧିକ ପରିବାର ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଏହା ଏକ ସୁଯୋଗ। ଆମ ନିଷ୍ପତ୍ତିକୁ ସମର୍ଥନ କରିବା ପାଇଁ ଯେଉଁମାନଙ୍କର ସଦାଚାର ଓ ନୈତିକ ମୂଲ୍ୟ ରିଲ ଲାଇଫ ବାହାରେ ମଧ୍ୟ ନଜର ଆସିଥାଏ, ସେମାନଙ୍କ ନିକଟରେ କୃତଜ୍ଞ।

ଏଥି ସହିତ ଭୂମି ମଧ୍ୟ ଲେଖିଛନ୍ତି ଯେ ୫୫୦ ଗରିବ ପରିବାରକୁ ‘ଏକ ସାଥ୍’ ସଂସ୍ଥା ଜରିଆରେ ଖାଦ୍ୟ ଖୁଆଇବାକୁ ସଂକଳ୍ପ ନେଉଛି। ଅନ୍ୟ ଦିନମାନଙ୍କ ତୁଳନାରେ ଏବେ କୌଣସି ଦରକାରୀ ପରିବାର ପ୍ରତି ଅଧିକ ଦୟା ଓ ପ୍ରେମ ଭାବ ଦେଖାଇବା ବୋଲି ଭୂମି ଲେଖିଛନ୍ତି। ସୂଚନାଯୋଗ୍ୟ ଯେ ସୁଶାନ୍ତଙ୍କ ସହ ଭୂମି ନିର୍ଦେଶକ ଅଭିଷେକ ଚୌବେଙ୍କ ସିନେମା ‘ସୋନ ଚିଡିୟା’ରେ ଏକାଠି କାମ କରିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ଭୂମି ଏକ ଭାବପ୍ରବଣ ପୋଷ୍ଟ ଲେଖିବା ସହିତ ତାଙ୍କ ପାଇଁ ଏକ କବିତା ମଧ୍ୟ ଲେଖିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ