ସାପ୍ତାହିକ ଆଲୋଚନା ପାଇଁ ଭାରତ-ଚୀନ ରାଜି


ପୂର୍ବ ଲଦାଖରେ ଚାଲିଥିବା ବିବାଦର ସମାଧାନ ନିମନ୍ତେ ‘ୱାର୍କିଙ୍ଗ୍ ମେକାନିଜିମ୍ ଫର୍ କନ୍‌ସଲ୍‌ଟେସନ୍ ଆଣ୍ଡ୍ କୋଅର୍ଡିନେସନ୍'(ଡବ୍ଲୁଏମ୍‌ସିସି) ଶୀର୍ଷକ ସାପ୍ତାହିକ ବୈଠକରେ ଆଲୋଚନା କରିବାକୁ ଭାରତ ଓ ଚୀନ ରାଜି ହୋଇଥିବା ଜଣାପଡ଼ିଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ ନେତୃତ୍ବରେ ଗତ ସପ୍ତାହରେ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ହୋଇଥିବା ବୈଠକ ଭଳି ‘ଡବ୍ଲୁଏମ୍‌ସିସି' ସାପ୍ତାହିକ ବୈଠକ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଚୀନ ସହ ଆଲୋଚନା ସୀମାନ୍ତରୁ ଆହୁରି ସୈନ୍ୟ ଅପସାରଣ ଏବଂ ଉତ୍ତେଜନା ହ୍ରାସ ପାଇଁ ସହାୟକ ହେବ ବୋଲି ଭାରତ ଆଶା କରୁଛି।

ସୂଚନା ଅନୁଯାୟୀ, ଗତ ସପ୍ତାହର ଆଲୋଚନା ସମୟରେ ଚୀନ  ପକ୍ଷରୁ ୧୯୫୯ ଏବଂ ୧୯୬୦ ମସିହାର ମାନଚିତ୍ର ପ୍ରଦର୍ଶିତ କରାଯାଇଥିଲା। ସେହି ମାନଚିତ୍ର ଆଧାରରେ ଦୁଇ ଦେଶ ମଧ୍ୟରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ଟଣାଯାଉ ବୋଲି ଚୀନ ପ୍ରସ୍ତାବ ଦେଇଥିଲା। ଏଥିସହ ଚୀନର ଅଧିକାରୀମାନେ କହିଥିଲେ ଯେ ଅନ୍ୟ ଚାରିଟି ଦେଶ ସହ ଥିବା ସୀମା ବିବାଦକୁ ଚୀନ ସମାଧାନ କରି ପାରିଛି। ଅପରପକ୍ଷେ ଭାରତ ପକ୍ଷରୁ ଚୀନର ଏଭଳି ପ୍ରସ୍ତାବ ଓ ଅଭିଯୋଗକୁ ଖଣ୍ଡନ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ