କିମଙ୍କ ସରକାରୀ ବାସଭବନ ହୋଇଛି ଅବୈଧ ସ୍ମଗଲିଂ ନେଟୱାର୍କର ଅଫିସ


ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ କିମ ଜଙ୍ଗ ଉନଙ୍କ ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି। ଦେଶର ରାଜଧାନୀରେ ଥିବା ତାଙ୍କ ସରକାରୀ ବାସଭବନରେ ଉତ୍ତର କୋରିଆର ଅବୈଧ ସ୍ମଗଲିଂ ନେଟୱାର୍କ ‘ଅଫିସ୍ ୩୯'ର ଅଫିସ ଚାଲିଥିବା ଖବର ମିଳିଛି। ଏଠାରେ ନିଶା ଔଷଧ ତିଆରି ଓ ଚୋରାଚାଲାଣ, ଜାଲିଆତି, ସୁନା ଚୋରାଚାଲଣ, ଅସ୍ତ୍ରଶସ୍ତ୍ର ବ୍ୟବସାୟ ଏବଂ ଦାସ ଶ୍ରମିକ ପରିଚାଳନା ଓ ପ୍ରାୟୋଜନ ଭଳି କାର୍ଯ୍ୟକଳାପ କରାଯାଉଛି। ବିଶେଷକରି ଏହା ମାଧ୍ୟମରେ ଉପାର୍ଜିତ ଅର୍ଥ କିମଙ୍କ ବିଳାସବ୍ୟସନରେ ଖର୍ଚ୍ଚ ହେଉଛି ବୋଲି ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି।

ଏହି ପରିପ୍ରେକ୍ଷୀରେ ଯୁକ୍ତରାଷ୍ଟ୍ର ଆମେରିକାର ଆର୍ମି ସ୍ପେସାଲ୍ ଫୋର୍ସର ଅବସରପ୍ରାପ୍ତ କର୍ଣ୍ଣେଲ ତଥା ଉତ୍ତର କୋରିଆ ବିଶେଷଜ୍ଞ ଡେଭିଡ ମ୍ୟାକ୍ସୱେଲ କହିଛନ୍ତି ଯେ ସୌଖୀନ ସାମଗ୍ରୀ ଖରିଦ କରିବାରେ କିମ୍ ‌ବ୍ୟୟ କରୁଥିବା ସମସ୍ତ ଅର୍ଥ ‘ଅଫିସ୍ ୩୯'ରୁ ଆସୁଛି। ସେ ପ୍ରଶ୍ନ କରିଛନ୍ତି, କିମ୍ କେଉଁଠାରୁ ତାଙ୍କର ବ୍ରାଣ୍ଡି ‘କଗ୍‌ନାଗ୍‌ସ୍', ମର୍ସିଡିଜ୍ କାର୍ ଏବଂ ରୋଲେକ୍ସ୍ ଘଣ୍ଟା ପାଇଁ ଅର୍ଥ ପାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। କଟକଣା ଯୋଗୁ ଉତ୍ତର କୋରିଆକୁ ସଙ୍କୁଚିତ କରି ଦିଆଯାଇଥିବାରୁ ଏହି ଅନୁଷ୍ଠାନ ବିଶେଷଭାବେ ତାଙ୍କର ଉପକାରୀ ହୋଇପାରିଛି ବୋଲି ସେ କହିଛନ୍ତି।

ଆଉ କେତେକ ରିପୋର୍ଟ ଅନୁସାରେ, କିମ୍ ‌ଜଙ୍ଗ୍ ଉନ୍‌ଙ୍କ ଭଉଣୀ କିମ୍ ୟୋ ଜଙ୍ଗ୍‌ଙ୍କ ସ୍ବାମୀ ଚୋ ସଙ୍ଗ୍ ‘ଅଫିସ ୩୯‌'ର କର୍ମଚାରୀ ବା ତାଙ୍କ ଶାଳକଙ୍କୁ ପହରା ଦେଉଥିବା ସାମରିକ ୟୁନିଟ୍‌ ପାଇଁ କାମ କରୁଥାଇ ପାରନ୍ତି। ସୂଚନାଯୋଗ୍ୟ, ୧୯୭୪ରେ କିମ୍‌ଙ୍କ ଦିବଂଗତ ପିତା କି‌ମ୍‌ ‌ଜଙ୍ଗ୍-୧ଏଲ୍ ‘ଅଫିସ୍ ୩୯'ର ଶୁଭାରମ୍ଭ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ