ଚାକିରିରେ ଯୋଗଦେବାର ଦିନକ ପୂର୍ବରୁ ଆତ୍ମହତ୍ୟା


ଓଡ଼ିଶା ଫାଇନାନ୍ସ ସର୍ଭିସ୍ (ଓଏଫ୍‌ଏସ୍‌) ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ। ଚାକିରିରେ ଯୋଗଦେବାର ଦିନକ ପୂର୍ବରୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ଅଭିଳାଷ ସ୍ୱରୂପ ମହାପାତ୍ର। ଭୁବନେଶ୍ୱର ଖଣ୍ଡଗିରି ଡୁମଡୁମା ଫେଜ୍ ୪ ବାସଭବନରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଓଢ଼ଣୀରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଅଭିଳାଷ ୨୦୧୯ରେ ଓଏଫ୍‌ଏସ୍‌ ପାଇଥିଲେ। ପରେ ସେ ଟ୍ରେନିଙ୍ଗ କରିବା ସହ ଆଜି ରାଜ୍ୟ ସଚିବାଳୟରେ ନିଜ କାମ ଆରମ୍ଭ କରିଥାନ୍ତେ। ହେଲେ ତା’ ପୂର୍ବରୁ ସେ ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉ ଥିବାବେଳେ ପ୍ରକୃତରେ କେଉଁ କାରଣ ପାଇଁ ସେ ଏଭଳି ଚରମ ପଦକ୍ଷେପ ନେଲେ ସେ ସମ୍ପର୍କରେ ସ୍ପଷ୍ଟ ଭାବେ କିଛି ଜଣାପଡ଼ିନାହିଁ। ଖଣ୍ଡଗିରି ପୋଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଅଭିଳାଷଙ୍କୁ ହରାଇ ପୁରା ପରିବାର ଭାଙ୍ଗି ପଡ଼ିଛି ପରିବାରରେ ଶୋକର ଛାୟା ଖେଲିଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ