ସ୍କୁଲ୍‌ ପରିସରରୁ ଝୁଲନ୍ତା ମୃତଦେହ ଉଦ୍ଧାର


ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ସ୍ଥିତ ତୁଳସୀ ଚଉରା ପ୍ରାଥମିକ ବିଦ୍ୟାଳୟ ପରିସରରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବ୍ୟକ୍ତି ଜଣକ ସ୍କୁଲ୍‌ ପରିସରରେ ଥିବା ଏକ ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ି ନ ଥିବା ବେଳେ ପୋଲିସ୍‌ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ସୋମବାର ସକାଳେ ବାରିପଦା ପୌର ପରିଷଦରେ ଥିବା ତୁଳସୀଚଉରା ସରକାରୀ ପ୍ରାଥମିକ ବିଦ୍ୟାଳୟ ବିଦ୍ୟାଳୟ ପରିସରରେ ଥିବା ଆମ୍ବ ଗଛରେ ବେକରେ ଦଉଡ଼ି ଦେଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଥିଲା। ଏହାପରେ ଲୋକମାନେ ବାରିପଦା ଟାଉନ୍ ଥାନାକୁ ଖବର ଦେଇଥିଲେ। ତାପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ଲାଗି ପଠାଇଥିଲା। ତେବେ ମୃତକଙ୍କ ପରିଚୟ ଜଣାପଡ଼ିନାହିଁ। କିନ୍ତୁ ମୃତକଙ୍କର ପାଦ ତଳେ ଲାଗିଥିବା ହେତୁ ତାଙ୍କୁ ହତ୍ୟା କରାଯାଉଥିବାର ସନ୍ଦେହ କରାଯାଉଛି। ଏନେଇ ପୋଲିସ୍‌ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ଶବ ବ୍ୟବଚ୍ଛେଦ ରପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି ପୋଲିସ୍‌ କହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ