ହୁରିୟତ୍ କନଫରେନ୍ସରୁ ଇସ୍ତଫା ଦେଲେ ବିଚ୍ଛିନ୍ନତାବାଦୀ ନେତା ଗିଲାନୀ


ଶ୍ରୀନଗର: ଅଲ୍ ପାର୍ଟିଜ୍ ହୁରିୟତ୍ କନଫରେନ୍ସରୁ ଇସ୍ତଫା ଦେଇଛନ୍ତି ସୟଦ୍ ଅଲୀ ଶାହ ଗିଲାନୀ। ଏ ସଂକ୍ରାନ୍ତରେ ସୋମବାର ସେ ଏକ ଅଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି। ସାମ୍ପ୍ରତିକ ସମୟରେ ହୁରିୟତ୍ କନଫରେନ୍ସରୁ ଇସ୍ତଫା ଦେବା ଉପଯୁକ୍ତ ନିଷ୍ପତ୍ତି ବୋଲି ବିଚାର କରି ସେ ଏପରି ପଦକ୍ଷେପ ନେଇଥିବା ଗିଲାନୀ ଏହି ଅଡିଓ ବାର୍ତ୍ତାରେ କହିଛନ୍ତି। ଏଥିସହ ତାଙ୍କର ଏପରି ନିଷ୍ପତ୍ତି ସମ୍ପର୍କରେ ହୁରିୟତର ସମସ୍ତ ସଦସ୍ୟଙ୍କୁ ମଧ୍ୟ ଅବଗତ କରାଇଥିବା କହିଛନ୍ତି। ତେବେ ତାଙ୍କ ଇସ୍ତଫା ଦେବା ପଛରେ ଏକ ଠୋସ୍ କାରଣ ଗିଲାନୀ ଉଲ୍ଲେଖ କରିଛନ୍ତି। ତାଙ୍କ ନେତ୍‌ତ୍ବକୁ କନଫରେନ୍ସର କେତେକ ନେତା ଚ୍ୟାଲେଞ୍ଜ୍ ଦେଉଥିବାରୁ ସେ ଏହାକୁ ବିରୋଧ କରି ଇସ୍ତଫା ଦେଇଥିବା ମଧ୍ୟ ଗିଲାନୀ କହିଛନ୍ତି। ଗିଲାନୀ ଦୀର୍ଘଦିନ ହେଲା ଜମ୍ମୁ-କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଭାବେ ସକ୍ରିୟ ରହିଥିଲେ ହେଁ ଏବେ ନିଜ ପଦରୁ ଇସ୍ତଫା ଦେବା ଉପତ୍ୟକାର ସବୁଠାରୁ ବଡ଼ ଖବର ବୋଲି ବିବେଚନା କରାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ