ପୁଣି ୨୪୫ କୋରୋନା ପଜିଟିଭ୍ ଚିହ୍ନଟ


ଭୁବନେଶ୍ବର: ରବିବାର ରାଜ୍ୟରେ ୨୬୪ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ସୋମବାର ମଧ୍ୟ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୪୫ ନୂଆ ଆକ୍ରାନ୍ତ। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୧ ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ବେଳେ ୨୧୪ ଜଣ କ୍ବାରେଣ୍ଟାଇନ୍‌ ସେଣ୍ଟର୍‌ରୁ ବୋଲି ଜଣାପଡ଼ିଛି। ଏଥିସହ ଗତ ୩ ଦିନ ଧରି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅମ୍ପନ୍‌ ଉଦ୍ଧାର କାର୍ଯ୍ୟ କରିବାକୁ ପଶ୍ଚିମବଙ୍ଗ ଯାଇ ଫେରିଥିବା ଏନ୍‌ଡିଆର୍‌ଏଫ୍‌ ଓ ଓଡ୍ରାଫ୍‌ ଟିମ୍‌ର ୨ ଜଣ କର୍ମଚାରୀ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୮୫୯ ହୋଇଛି।

୧୯ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ୨ ଜଣ, ବରଗଡ଼ ଜିଲ୍ଲାରୁ ୧୦ ଜଣ, ଭଦ୍ରକ ଜିଲ୍ଲାରୁ ୨ ଜଣ, କଟକ ଜିଲ୍ଲାରୁ ୭ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩ ଜଣ, ଗଜପତି ଜିଲ୍ଲାରୁ ୭ ଜଣ, ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୯୬ ଜଣ, ଜଗତ୍‌ସିଂହପୁର ଜିଲ୍ଲାରୁ ୯ ଜଣ, ଯାଜପୁର ଜିଲ୍ଲାରୁ ୪୦ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ଜଣେ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ ଜଣ, କେନ୍ଦୁଝର ଜିଲ୍ଲାରୁ ୭ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୮ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫ ଜଣ, ନବରଙ୍ଗପୁର ଜିଲ୍ଲାରୁ ୭ ଜଣ, ନୟାଗଡ଼ ଜିଲ୍ଲାରୁ ୩ ଜଣ, ରାୟଗଡ଼ା ଜିଲ୍ଲାରୁ ଜଣେ, ସୋନପୁର ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୬ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିପରି ବାତ୍ୟା ଅମ୍ପନ୍‌ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ କରିବାକୁ ପଶ୍ଚିମବଙ୍ଗ ଯାଇଥିବା ଏନ୍‌ଡିଆର୍‌ଏଫ୍‌ ଏବଂ ଓଡ୍ରାଫ୍‌ ବାହିନୀର ୨ ଜଣ କର୍ମଚାରୀ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।

ସେହିପରି ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ୨ ଲକ୍ଷ ୬୦ ହଜାର, ୪୨୮ଟି ନମୁନା ପରୀକ୍ଷା କରାଯାଇଥିବା ସେଥିରୁ ୬ ହଜାର ୮୫୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ୍ ୪ ହଜାର ୭୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୮୬ ରହିଛି। ଅପରପକ୍ଷରେ ୨୧ ଜଣ ଲୋକଙ୍କ କୋରୋନା ଜୀବନ ନେଇଛି। ସେହିପରି କୋରୋନାରେ ଆକ୍ରାନ୍ତ ହୋଇଥିବା ଅନ୍ୟ ୭ ଜଣଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ସେମାନଙ୍କ ମୃତ୍ୟୁର କାରଣ କୋରୋନା ନୁହେଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି ମିଳିଥିବା ସୂଚନା ଅନୁଯାୟୀ ଗତ ୧୩ ଦିନ ଭିତରେ ୩୭୭ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୭ ତାରିଖରେ ୩୦ ଜଣ, ୧୮ ତାରିଖରେ ୨୮ ଜଣ, ୧୯ ତାରିଖରେ ୨୫ ଜଣ, ୨୦ ତାରିଖରେ ୨୯ ଜଣ, ୨୧ ତାରିଖରେ ୩୨ ଜଣ, ୨୨ ତାରିଖରେ ୬ ଜଣ, ୨୩ ତାରିଖରେ ୧୭ ଜଣ, ୨୪ ତାରିଖରେ ୨୬ ଜଣ, ୨୫ ତାରିଖରେ ୩୬ ଜଣ, ୨୬ ତାରିଖରେ ୨୦ ଜଣ, ୨୭ ତାରିଖରେ ୨୭ ଜଣ, ୨୮ ତାରିଖରେ ୩୦ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୩୧ ଜଣ ସ୍ଥାନୀୟ ସଂକ୍ରମିତ। ଯାହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ପ୍ରତିଦିନ ଏକାଧିକ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଅଙ୍ଗୁଳି ନିର୍ଦେଶ କରୁଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ