ବିଶ୍ବରେ ୧.୨ କୋଟି ଛୁଇଁବ କୋରୋନା ଆକ୍ରାନ୍ତଙ୍କ ସଂଖା


ୱାଶିଂଟନ: ବିଶ୍ବରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କୋଟି ପାର କରିଛି।  ୱାର୍ଲ୍ଡୋମିଟର ତଥ୍ୟ ଅନୁସାରେ ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୬୯ ହଜାର ୭୭୭ରେ ପହଞ୍ଚିଛି। ସେହିପରି ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ବଢ଼ି ୫ ଲକ୍ଷ ୨ ହଜାର ୮୦୯ ହୋଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୫୫ ଲକ୍ଷ ୮ ହଜାର ୭୨୭ ଜଣ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି। ମାତ୍ର ୪୧ ଲକ୍ଷ ୫୮ ହଜାର ୨୪୧ ଜଣ ଏବେ ବି ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୪୧ ଲକ୍ଷ ୨୯୨ ଜଣଙ୍କ ଅବସ୍ଥା ଭଲ ରହିଥିଲା ବେଳେ ୫୭ ହଜାର ୯୪୯ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

ଯୁକ୍ତରାଷ୍ଟ୍ର ଆମେରିକାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬ ଲକ୍ଷ ୧୭ ହଜାର ୮୪୭ରେ ପହଞ୍ଚିଥିଲା ବେଳେ ୧ ଲକ୍ଷ ୨୮ ହଜାର ୨୪୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ବ୍ରାଜିଲରେ ୧୩ ଲକ୍ଷ ୧୯ ହଜାର ୨୭୪ ଜଣ ଆକ୍ରାନ୍ତ ହୋଇଥିଲା ବେଳେ ୫୭ ହଜାର ୧୪୯ ଜଣ ପ୍ରାଣ ହରାଇଛନ୍ତି। ସେହିପରି ରୁଷିଆରେ ୬ ଲକ୍ଷ ୩୪ ହଜାର ୪୩୭ ଜଣ ଆକ୍ରାନ୍ତ ହୋଇଥିଲା ବେଳେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୯ ହଜାର ୭୩କୁ ବଢ଼ିଛି।

ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୪୮ ହଜାର ୮୫୭କୁ ବଢ଼ିଥିଲା ବେଳେ  ୧୬ ହଜାର ୪୮୫ ଜଣ ପ୍ରାଣ ହରାଇଥିବା ୱାର୍ଲ୍ଡୋମିଟର ତଥ୍ୟରୁ ଜଣାପଡ଼ିଛି। ସେହିପରି ବ୍ରିଟେନରେ ୩ ଲକ୍ଷ ୧୧ ହଜାର ୧୫୧ ଜଣ ଆକ୍ରାନ୍ତ ହୋଇଥିଲା ବେଳେ ୪୩ ହଜାର ୫୫୦ ଜଣ ପ୍ରାଣ ହରାଇଛନ୍ତି। ସ୍ପେନରେ ୨ ଲକ୍ଷ ୯୫ ହଜାର ୫୪୯ ଜଣ ଆକ୍ରାନ୍ତ ହୋଇଥିଲା ବେଳେ ୨୮ ହଜାର ୩୪୧ ଜଣ ପ୍ରାଣ ହରାଇଛନ୍ତି। ପେରୁରେ ୨.୭୫ ଲକ୍ଷ, ଚିଲିରେ ୨.୭୧ ଲକ୍ଷ ଓ ଇଟାଲୀରେ ମଧ୍ୟ ୨.୪୦ ଲକ୍ଷ ଆକ୍ରାନ୍ତ ହୋଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ