କୋରେନା ପଜିଟିଭ୍ ହେଲେ ଏସବୁକୁ ଦିଅନ୍ତୁ ପ୍ରାଥମିକତା


କୋରୋନା ଭାଇରସ ସଂକ୍ରମଣ ମାମଲା ପୂରା ବିଶ୍ବରେ ବଢ଼ି ଚାଲିଛି। ଭାରତରେ ମଧ୍ୟ ଏହି ରୋଗୀଙ୍କ ସଂଖ୍ୟା ବଢ଼ି ୫ ଲକ୍ଷ ପାର ହୋଇଗଲାଣି। ପଜିଟିଭ୍ ରିପୋର୍ଟ ଆସିବା ମାତ୍ରେ ଲୋକଙ୍କୁ ଘରେ ଅଲଗା ହୋଇ ରହିବାକୁ ପଡ଼ିଥାଏ। କିମ୍ବା କ୍ବାରେଣ୍ଟାଇନ୍ ସେଣ୍ଟର ଯିବାକୁ ପରାମର୍ଶ ଦିଆଯାଇଥାଏ। ଏହି ରୋଗରେ ପୀଡ଼ିତ ହୋଇଥିବା ଆଜତକ୍ ଟିଭିର ବରିଷ୍ଠ ସାମ୍ବାଦିକ ସୀମା ଗୁପ୍ତା କହିଛନ୍ତି ଯେ କ୍ବାରେଣ୍ଟାଇନ୍ ସେଣ୍ଟର ଯିବା ପୂର୍ବରୁ କିଛି କଥା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ବୀମା
କୌଣସି ଘରୋଇ ହସ୍ପିଟାଲ କିମ୍ବା ଉତ୍ତମ ସୁବିଧାର ଲାଭ ଉଠାଇବା ଲାଗି ପ୍ରଥମେ ନିଜ ବୀମା ପଲିସିକୁ ଜରୁରୀ ଚେକ୍ କରନ୍ତୁ। ଅତିକମରେ ୭ ଦିନ ରହିବା ଲାଗି ଆପଣଙ୍କ ପାଖରେ ଟଙ୍କା ଥିବା ଦରକାର। ଏକ ଭଲ ଡାକ୍ତରଖାନାରେ ଚିକିତ୍ସା ଖର୍ଚ୍ଚ ୩.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଗିଥାଏ। ଫ୍ୟାମିଲି ଫ୍ଲୋଟର କିମ୍ବା ଅଫିସ୍ ପ୍ଲାନ୍ ଉପରେ ଭରସା କରୁଥିଲେ, ଜରୁରୀକାଳୀନ ପରିସ୍ଥିତିରେ ଆପଣଙ୍କ ପରିବାର ପାଇଁ କେତେ ଟଙ୍କା ବଞ୍ଚିଲା, ଏହାର ସୂଚନା ମଧ୍ୟ ଆପଣଙ୍କ ପାଖରେ ରହିବା ଉଚିତ।

ବେଡ୍
ସରକାରୀ ତୁଳନାରେ ଘରୋଇ ହସ୍ପିଟାଲର ସୁବିଧା ବହୁତ କମ୍ ରହିଛି। ତେଣୁ ଦୁଇଟିଯାକ ବିକଳ୍ପ ପାଇଁ ମସ୍ତିଷ୍କକୁ ପ୍ରସ୍ତୁତ ରଖନ୍ତୁ। ଯଦି ଆପଣଙ୍କ ପାଖରେ ଦୁଇଟିଯାକ ବିକଳ୍ପ ରହିଛି, ତେବେ କୋଭିଡ୍ ୱାର ରୁମ୍ ବା ସିଏମ୍ଓ ଅଫିସକୁ ସୁବିଧାର ବିବରଣୀ ଦେବାକୁ ଅନୁରୋଧ କରନ୍ତୁ। ପରେ ଆଡମିଶନ ନିଅନ୍ତୁ।

ଆଇଡି ଓ କୋଭିଡ୍ ରିପୋର୍ଟ

ହସ୍ପିଟାଲରେ ଆଡମିଶନ ହେବା ସମୟରେ ନିଜ ସହିତ ଆବଶ୍ୟକୀୟ କାଗଜପତ୍ର ଯଥା ଅଫିସ୍ ଆଇଡେଣ୍ଟିଟି କାର୍ଡ, ଆଧାର କାର୍ଡ ଓ କୋଭିଡ୍-୧୯ ରିପୋର୍ଟ ନେବାକୁ ଭୁଲନ୍ତୁ ନାହିଁ। ଅନେକ ସମୟରେ ଏସବୁ ଦରକାର ପଡ଼ିବ।

ସାଙ୍ଗରେ ରଖନ୍ତୁ ଏସବୁ ଜିନିଷ
ହସ୍ପିଟାଲ ଗଲାବେଳେ ପାଣି ଗରମ ରଖୁଥିବା ବୋତଲ, ଚବନପ୍ରାଶ୍, ବିସ୍କୁଟ୍, ଅତିକମରେ ୫ ହଳ ପୋଷାକ, ସାବୁନ, ଟୁଥପେଷ୍ଟ ଓ ସଫା ସୁତୁରା ରହିବାର ସମସ୍ତ ଜିନିଷ ବ୍ୟାଗରେ ରଖିବାକୁ ଭୁଲନ୍ତୁ ନାହିଁ। ଆପଣ ଚାହିଲେ ସେଓ ଓ ଆମ୍ବ ଭଳି ଫଳ ରଖିପାରିବେ। ଏଥିସହିତ ସାଙ୍ଗରେ ଏକ ଛୁରି, ଟିସୁ ପେପର, ଲୁଣ, ସୁଗାର ପ୍ୟାକେଟ୍, ଟି ବ୍ୟାଗ, ମଗ, ପେପର ପ୍ଲେଟ୍ ଓ ଡିସ୍ପୋଜେବଲ ସ୍ପୁନ ମଧ୍ୟ ସାଙ୍ଗରେ ରଖିବାକୁ ଭୁଲନ୍ତୁ ନାହିଁ। ଯଦି ସମ୍ଭବ ଏକ ଷ୍ଟିମର ମଧ୍ୟ କିଣନ୍ତୁ। ନିଃଶ୍ବାସ ନେବାରେ ସମସ୍ୟା ହେବା ସମୟରେ ଏହା ବହୁତ କାମରେ ଆସିବ।

ପରିବାରର ଧ୍ୟାନ ରଖନ୍ତୁ

ପରିବାର ଠାରୁ ଦୂରରେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିବା ବେଳେ ଆପଣ ନିଜ ପରିବାର ଲୋକଙ୍କ ସ୍ବାସ୍ଥ୍ୟର ଧ୍ୟାନ ରଖିବା ଉଚିତ। ଅକ୍ସିମିଟର, ବିପି ମେସିନ୍ ଓ ଥର୍ମୋମିଟର ଭଳି ଜିନିଷ ଘରେ ରଖନ୍ତୁ। ଘର ଲୋକଙ୍କୁ ଏହାକୁ କିପରି ବ୍ୟବହାର କରିବେ ଶିଖାନ୍ତୁ। ଯଦି ଘରଲୋକଙ୍କ କାହାରି ଲକ୍ଷଣ ଦେଖାଯାଉଛି, ତେବେ ଫୋନରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଘରକୁ କରନ୍ତୁ ଡିସ୍ଇନଫେକ୍ଟ
ସରକାରଙ୍କ ଡିସ୍ଇନଫେକ୍ସନ ସୁବିଧାକୁ ଅପେକ୍ଷା କରିବା ବଦଳରେ କୌଣସି ଘରୋଇ ଏଜେନ୍ସି ସହିତ ସମ୍ପର୍କ କରନ୍ତୁ, ଯିଏ ଦିନେ କିମ୍ବା ଦୁଇ ଦିନରେ ଆପଣଙ୍କ ଘରକୁ ଡିସ୍ଇନଫେକ୍ଟ କରିପାରିବେ। ଏହା ପରେ ଘର ଲୋକଙ୍କୁ ମଧ୍ୟ ୧୪ ଦିନ କ୍ବାରେଣ୍ଟାଇନରେ ରହିବାକୁ ପଡ଼ିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ