କପଡ଼ାରୁ କଫି ଦାଗ ହଟାଇବାର ସହଜ ଉପାୟ


ଅନେକ ସମୟରେ ଜାଣତରେ ହେଉ ବା ଅଜାଣତରେ କପଡ଼ା ଉପରେ ଚା’ କିମ୍ବା କଫି ଢାଳି ହୋଇଯାଇଥାଏ। କପଡ଼ା ଉପରେ ପଡ଼ିଥିବା ଏହି ଦାଗ ସାବୁନ କିମ୍ବା ଡିଟରଜେଣ୍ଟରେ ଶୀଘ୍ର ସଫା ହୋଇପାରି ନ ଥାଏ। ଏପରିସ୍ଥଳେ ଅନେକ ଲୋକଙ୍କୁ ନିଜ ପସନ୍ଦର ପୋଷାକ ପିନ୍ଧିବା ଛାଡ଼ିବାକୁ ପଡ଼ିଥାଏ। ବାସ୍ତବରେ ଚା’ କିମ୍ବା କଫିର ଦାଗ ଗାଢ଼ ହୋଇଥାଏ, ଯାହା ଶୀଘ୍ର ଛାଡ଼ି ନ ଥାଏ। ଯଦି ଆପଣ ମଧ୍ୟ ଏହି ସମସ୍ୟାରେ ପଡ଼ିଛନ୍ତି, ଏଠାରେ ଏହାର ସମାଧାନ ଦିଆଯାଇଛି। ଘରର କିଚେନରେ ଏମିତି ଅନେକ ଜିନିଷ ରହିଛି, ଯାହା ଏହି ଦାଗ ଛଡ଼ାଇବାରେ ସାହାଯ୍ୟ କରିଥାଏ। ଚାଲନ୍ତୁ ଜାଣିବା ଏହି ଘରୋଇ ଉପାୟ ସମ୍ପର୍କରେ।

ଦହି
ଧଳା କପଡ଼ାରୁ କଫି ଦାଗ ଛଡ଼ାଇବା ଲାଗି ମିଠା କିମ୍ବା ଖଟା ଦହି ବ୍ୟବହାର କରିପାରିବେ। ଦହି ଏହି ଦାଗ ସହଜରେ ଛଡ଼ାଇ ଦିଏ। ପାଣିରେ କିଛି ଦହି ମିଶାନ୍ତୁ। ଏହି ପାଣିରେ କପଡ଼ାକୁ ଭିଜାଇ ରାତି ସାରା ଛାଡ଼ି ଦିଅନ୍ତୁ। ସକାଳେ ସାବୁନ ଲଗାଇ କପଡ଼ାକୁ ହାଲୁକା ଭାବେ ରଗଡ଼ନ୍ତୁ। କିଛି ସମୟ ରଗଡ଼ିବା ପରେ ଏହି ଦାଗ ଛାଡ଼ିଯିବ।

ଭିନେଗାର
ଭିନେଗାରରେ ଥିବା ପୋଷକତତ୍ତ୍ବ ମଧ୍ୟ କପଡ଼ାରେ ଲାଗିଥିବା ଦାଗକୁ ହଟାଇବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଏକ ବାଲ୍ଟିରେ ତିନି ଚତୁର୍ଥାଂଶ ଭିନେଗାର ଓ ଏକ ଚତୁର୍ଥାଂଶ ପାଣି ମିଶାଇ ଦାଗ ଲାଗିଥିବା କପଡ଼ା ଭିଜାନ୍ତୁ। ଯଦି ଦାଗ ସଙ୍ଗେ ସଙ୍ଗେ ଲାଗିଛି, ତେବେ କପଡ଼ାକୁ ପାଖାପାଖି ଘଣ୍ଟାଏ ଯାଏ ବାଲ୍ଟିରେ ଭିଜାଇ ରଖନ୍ତୁ। ଯଦି ଦାଗ ବହୁତ ପୁରୁଣା, ତେବେ ପୂରା ରାତି କପଡ଼ା ଭିଜାଇ ରଖନ୍ତୁ। ଏହାପରେ ସକାଳେ ଦାଗ ଲାଗିଥିବା ସ୍ଥାନକୁ ରଗଡ଼ି ଦାଗ ଛଡ଼ାନ୍ତୁ।

ଲୁଣ
କପଡ଼ାରେ ଲାଗିଥିବା ଦାଗକୁ ଲୁଣ ସାହାଯ୍ୟରେ ମଧ୍ୟ ସଫା କରିପାରିବେ। ଦାଗ ଲାଗିଥିବା ସ୍ଥାନକୁ ଲୁଣ ଓ ପାଣିରେ କିଛି ସମୟ ରଗଡ଼ନ୍ତୁ। ଏହାପରେ ଏହାକୁ ପାଖାପାଖି ୧ରୁ ୨ ଘଣ୍ଟା ଏପରି ଛାଡ଼ି ଦିଅନ୍ତୁ। କିଛି ସମୟ ପରେ ଏହାକୁ ପୁଣି ଥରେ ରଗଡ଼ନ୍ତୁ ଦାଗ ଛାଡ଼ିଯିବ।

ଅଣ୍ଡା
ଅଣ୍ଡାର କେସର ମଧ୍ୟ କପଡ଼ାରେ ଲାଗିଥିବା ଦାଗକୁ ହଟାଇବାରେ ସକ୍ଷମ ହୋଇଥାଏ। ଏଥିପାଇଁ ଅଣ୍ଡାର କେସରକୁ ଦାଗ ଲାଗିଥିବା ସ୍ଥାନରେ ଢାଳି ୧ରୁ ୨ ଘଣ୍ଟା ଯାଏ ଅଲଗା ରଖିଦିଅନ୍ତୁ। ଏହାପରେ କପଡ଼ାକୁ ବାଲ୍ଟିରୁ ବାହାର କରି ଦାଗ ଲାଗିଥିବା ସ୍ଥାନକୁ ହାଲୁକା ଭାବେ ରଗଡ଼ନ୍ତୁ। ପରେ କପଡ଼ାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାଫଳରେ କପଡ଼ାର ଲାଗିଥିବା ଦାଗ ଛାଡ଼ିଯିବା ସହିତ କପଡ଼ା ନରମ ହେବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ