ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ


ଭୁବନେଶ୍ବର: ରାଜ୍ୟ ସରକାର ଶନିବାର ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୧୭ ବ୍ୟାଚ୍‌ର ୫ ଜଣ ଆଇଏଏସ୍‌ଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ଏହି ଅଧିକାରୀମାନେ ଗତ ବର୍ଷକ ପୂର୍ବରୁ ନିଜର ତାଲିମ୍‌ ସାରି ଫେରିବା ପରେ ରାଜ୍ୟ ସରକାର ସେମାନଙ୍କୁ ବିଭିନ୍ନ ସ୍ଥାନରେ ନିଯୁକ୍ତି ଦେଇଥିଲେ।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଓମଫେଡ୍‌ ସଜିଜିଏମ୍‌ ଥିବା ୨୦୧୭ ବ୍ୟାଚ୍‌ ଆଇଏଏସ୍‌ ସୋମେଶ କୁମାର ଉପାଧ୍ୟାୟଙ୍କୁ ଟିଟିଲାଗଡ଼ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ତାଙ୍କୁ ଟିଟିଟିଲାଗଡ଼ ମ୍ୟୁନିସିପାଲିଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ହକି ପ୍ରୋମୋସନ୍ କାଉନସିଲ୍‌ ସିଇଓ ଭାବେ କାର୍ଯ୍ୟ କରୁଥିଲେ ସୋମେଶ। ସେହିପରି ଓଡ଼ିଶା ଖଣି ନିଗମର କାର୍ଯ୍ୟନିର୍ବାହୀ ନିର୍ଦେଶକ ଓ ଓଏମ୍‌ଇସିଏଲର କାର୍ଯ୍ୟର୍ନିବାହୀ ନିର୍ଦେଶକ ପି ଅନ୍ବେଷା ରେଡ୍ଡୀଙ୍କୁ ବାରିପଦା ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ତାଙ୍କୁ ବାରିପଦା ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ସେହିପରି ରାଜ୍ୟ ସରକାର ୨୦୧୭ ବ୍ୟାଚ୍‌ ଆଇଏଏସ୍‌ ପାଟିଲ୍‌ ଆଶିଷ ଈଶ୍ୱରଙ୍କୁ ବାଲେଶ୍ୱର ଉପଜିଲ୍ଲାପାଳ ଭାବେ ବଦଳି କରିଛନ୍ତି। ସେ ବାଲେଶ୍ୱର ପୌରପାଳିବାର କାର୍ଯ୍ୟର୍ନିବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ବର୍ତ୍ତମାନ ଈଶ୍ୱର ଗ୍ରୀଡ୍‌କୋ କାର୍ଯ୍ୟନିର୍ବାହୀ ନିର୍ଦେଶକ ଅଛନ୍ତି। ଓକାକ୍‌ ଓଏସ୍‌ଡି ଥିବା ଦିବାକର ଟି.ଏସ୍‌ଙ୍କୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲାପାଳ ଭାବେ ନିଯୁକ୍ତି କରାଯାଇଥିବା ବେଳେ ଧର୍ମଗଡ଼ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ଓଟିଡିସିର ନିର୍ଦେଶକ ଥିବା ହେମନ୍ତ କାନ୍ତ ସାଏଙ୍କୁ ଜୟପୁର ଉପଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଜୟପୁର ମ୍ୟୁନିସିପାଲିଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ