ଅହମଦ ପଟେଲଙ୍କୁ ୮ ଘଣ୍ଟାର ମାରାଥନ ଜେରା କଲା ଇଡି


ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ୮ ଘଣ୍ଟାର ମାରାଥନ ଜେରା କରାଯାଇଛି। ୨୦୧୭ରେ ଷ୍ଟର୍ଲିଂ ବାୟୋଟେକ ଗ୍ରୁପର ସନ୍ଦେସରା ଭ୍ରାତା ଲିଙ୍କରେ ତାଙ୍କୁ ଜେରା କରାଯାଇଛି। ସନ୍ଦେସରା ଭାତ୍ରାଙ୍କ ବିରୋଧରେ ଏକାଧିକ ମାମଲା ରହିଛି, ଯାହାର ବିଚାର ଜାରି ରହିଛି। ସିବିଆଇ ଓ ଆୟକର ସ୍କାନରେ ମଧ୍ୟ ସନ୍ଦେସରା ରହିଛି। ତେଣୁ ଏହି ଲିଙ୍କରେ ଇଡି ଅହମଦ ପେଟଲଙ୍କ ବାସଭବନରେ ପହଞ୍ଚି ମନି ଲଣ୍ଡରିଂ ନେଇ ଜେରା କରିଥିବା ସୂଚନା ମିଳିଛି।

ଜେରା ପରେ ଅହମଦ ପଟେଲ କହିଛନ୍ତି ଯେ ଯେତେବେଳେ ଦେଶ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି, ସେତେବେଳେ ମଧ୍ୟ ସରକାର ବିରୋଧୀଦଳର ନେତାମାନଙ୍କୁ ଟାର୍ଗେଟ କରିବାକୁ ମଧ୍ୟ ପଛାଉ ନାହାନ୍ତି। ଚୀନ ଆମ ଭୂଖଣ୍ଡ ଭିତରକୁ ପଶି ଆସି ଆମ ସାର୍ବଭୌମତ୍ବ ପ୍ରତି ବିପଦ ସଷ୍ଟି କରିଥିଲା ବେଳେ ସରକାର ଏହାକୁ ଫେରାଇ ଆଣିବା ପାଇଁ ଯୋଜନା କରିବା ପରିବର୍ତ୍ତେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। କେବଳ ଚୀନ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ସରକାର ଏପରି କାର୍ଯ୍ୟ କରୁଛନ୍ତି ବୋଲି ଅହମଦ ପଟେଲ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ