ଭର୍ଚୁଆଲ୍‌ ହେବ କନ୍ଧମାଳ ସାହିତ୍ୟ ମହୋତ୍ସବ


ଭୁବନେଶ୍ବର: ପ୍ରତିବର୍ଷ କଳିଙ୍ଗ ସାହିତ୍ୟ ମହୋତ୍ସବ ଓ ଓଡ଼ିଶା ଡାଏରୀ ଫାଉଣ୍ଡେସନ୍ (ଓଡିଏଫ୍)ର ମିଳିତ ଆନୁକୂଲ୍ୟରେ କନ୍ଧମାଳ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହେଉଛି। ବର୍ତ୍ତମାନ କୋରୋନା ମହାମାରୀ ସମୟରେ ଭର୍ଚୁଆଲ୍‌ ସାହିତ୍ୟ ମହୋତ୍ସବର ଆୟୋଜନ କରାଯାଉଛି। ଯାହା ଓଡ଼ିଶାରେ ପ୍ରଥମ। ଏହା ଓଡ଼ିଶାର ଜନଜାତିର କଥା, ଭାଷା, ସାହିତ୍ୟ, ସଂସ୍କୃତି, ସ୍ୱଦେଶୀପଣ, ପ୍ରକୃତି ଆଦିକୁ ପ୍ରୋତ୍ସାହିତ କରିବ ଏବଂ ନୂତନ ପିଢ଼ିକୁ ଆମର ଐତିହ୍ୟ ଓ ବିଶାଳ ପରମ୍ପରା ସହ ପରିଚିତ କରାଇବାରେ ସହାୟକ ହେବ ବୋଲି କୁହାଯାଇଛି। ଏହି ଅଧିବେଶନ ୨୮ଜୁନ୍‌ରେ କଳିଙ୍ଗ ସାହିତ୍ୟ ମହୋତ୍ସବର ଫେସ୍‌ବୁକ୍, ଟ୍ୱିଟର୍‌, ୟୁଟ୍ୟୁବ୍  ପରି ସମସ୍ତ ଅଫିସିଆଲ୍ ଫୋରମ୍‌ରେ ସିଧା ପ୍ରସାରିତ ହେବ ବୋଲି କୁହାଯାଇଛି।

ଏହି ମହୋତ୍ସବକୁ ବିଶିଷ୍ଟ ଜନପ୍ରିୟ ଲେଖିକା ଜ୍ଞାନପୀଠ ପୁରସ୍କାର ବିଜୟିନୀ ପଦ୍ମଶ୍ରୀ ପ୍ରତିଭା ରାୟ ଉଦ୍‌ଘାଟନ  କରିବେ। ପରେ ପରେ ଆଉ ତିନୋଟି ଅଧିବେଶନ ଯଥାକ୍ରମେ ଅପରାହ୍ନ  ୩ରୁ ଟାରୁ ୩ ଟା ୪୫ ମିନିଟ୍‌, ୪ଟାରୁ ୪ ଟା୪୫ ମିନିଟ୍‌ ଏବଂ ୫ଟାରୁ ୫ ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ। ଏହି ମହୋତ୍ସବରେ ଉଲ୍ଲେଖନୀୟ ବକ୍ତାମାନଙ୍କ ମଧ୍ୟରେ ପୂର୍ବତନ ପ୍ରଶାସକ ଡକ୍ଟର ଅରବିନ୍ଦ ବେହେରା, ରାଜେଶ ପ୍ରଭାକର ପାଟିଲ୍‌, ସୁଜିତ କୁମାର, ବିଜୟ ପଟ୍ଟନାୟକ, କେଦାର ମିଶ୍ର, ଡକ୍ଟର କ୍ଷେତ୍ରବାସୀ ମାନସେଠ୍, ଡକ୍ଟର ନିରଦ କହଁର, ଅନୁଜ ପ୍ରଧାନ, ଜ୍ୟୋତିର୍ମୟୀ କହଁର, ପୃଥିବୀରାଜ ମଣ୍ଡଳ, ବିଦେଶୀ  ନାୟକ, ରବୀନ୍ଦ୍ର ନାଥ ମିଶ୍ର, ସୁଜିତ୍ କୁମାର ପଣ୍ଡା, ପ୍ରଣତି ତ୍ରିପାଠୀ, ହରପ୍ରିୟା ମିଶ୍ର, ଗିରିଜା ପ୍ରସାଦ ମିଶ୍ର, ପ୍ରଦୀପ କହଁର ଆଦି ସାରସ୍ବତ ସାଧକମାନେ ଯୋଗଦେବେ।

ଓଡ଼ିଶା ଡାଏରୀ ଫାଉଣ୍ଡେସନ୍‌ ଏବଂ କଳିଙ୍ଗ ସାହିତ୍ୟ ମହୋତ୍ସବର ଏପରି ଭିନ୍ନ ଓ ଜରୁରୀ ପଦକ୍ଷେପ ସ୍ବରୂପ କନ୍ଧମାଳ  ସାହିତ୍ୟ ମହୋତ୍ସବକୁ ଅନ୍‌ଲାଇନ୍ ପ୍ଲାଟଫର୍ମକୁ ଆଣିବା ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମଗ୍ର ବିଶ୍ବରେ ଆମର ସ୍ଥାନୀୟତାକୁ, ଆମର ବିଭବକୁ ପ୍ରଚାର କରିବା ଓ ସମଗ୍ର ରାଜ୍ୟ, ଦେଶ ଓ ବିଶ୍ବ ସହ ଯୋଡ଼ିବା। କନ୍ଧମାଳ ଏହାର ଅପରୂପ ସୌନ୍ଦର୍ଯ୍ୟ, ସ୍ୱଦେଶୀ ସଂସ୍କୃତି ଏବଂ ଅଧିବାସୀମାନଙ୍କର ସାମାଜିକ ଜୀବନ ଓ ନିରାଡ଼ାମ୍ବର ଚଳଣି ସହ  ଆଚରଣରେ ସରଳତା ପାଇଁ ପ୍ରସିଦ୍ଧ। ଚିନ୍ତକ, ଦାର୍ଶନିକ, ସମାଜବିତ୍, ଲେଖକ ଏବଂ କବିମାନଙ୍କୁ ଏହି ଭୂଖଣ୍ଡ ବାରମ୍ବାର ଆକୃଷ୍ଟ କରି ଆସିଛି। କନ୍ଧମାଳର ସାହିତ୍ୟ, କଳା, ଏବଂ ସଂସ୍କୃତି ସହିତ ସାରା ରାଜ୍ୟ ସହ ଜଡ଼ିତ ହେବାର ମାଧ୍ୟମ ଏହି କନ୍ଧମାଳ ସାହିତ୍ୟ ଭର୍ଚୁଆଲ୍ ମହୋତ୍ସବ ବୋଲି ଫାଉଣ୍ଡେସନ୍‌ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ