ହ୍ୟାରି-ମେଗନ ଭାଷଣ ଦେଇ ପାଇବେ ୯ କୋଟି


ଲଣ୍ଡନ: ବ୍ରିଟିଶ ରାଜକୁମାର ହ୍ୟାରି ଏବଂ ତାଙ୍କ ସ୍ତ୍ରୀ ମେଗନ ମାର୍କଲ ବ୍ରିଟିଶ ରାଜପରିବାର ଛାଡ଼ିବା ପରେ ସେମାନଙ୍କର ଆୟର ମାଧ୍ୟମ କ'ଣ ହେବ ସେ ନେଇ ଚର୍ଚ୍ଚା ହୋଇଥିଲା। ତେବେ ଏବେ ହ୍ୟାରି ଓ ମେଗନଙ୍କୁ ଏକ ବଡ଼ ଅଫର ମିଳିଛି। 'ଦି ହ୍ୟାରି ଓ୍ବାର୍କର' ଏଜେନ୍ସି ପକ୍ଷରୁ ଦୁହିଁଙ୍କ ପାଇଁ ନୂଆ ରୋଜଗାରର ମାଧ୍ୟମ ସୃଷ୍ଟି ହୋଇଛି। ଏହି ସଂସ୍ଥା ଭାଷଣ ଲାଗି ୯ କୋଟି ଟଙ୍କାର ପାରିଶ୍ରମିକ ଦେବାକୁ ହ୍ୟାରି-ମେଗନଙ୍କ ସହି ଚୁକ୍ତି କରିଛି।

ସଂସ୍ଥାର କ୍ଲାଏଣ୍ଟ୍‌ ତାଲିକାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ବିଲ୍‌ କ୍ଲିଣ୍ଟନ, ଟେନିସ୍‌ ଖେଳାଳି ସେରେନା ଓ୍ବିଲିୟମ୍‌ ଏବଂ ଆମେରିକା ଟକ୍‌ ଶୋ ହୋଷ୍ଟ ଓପରା ଓ୍ବିନ୍‌ଫ୍ରେ ପ୍ରମୁଖଙ୍କ ନାମ ରହିଛି। ଚୁକ୍ତି ଅନୁସାରେ ଏହି ସ୍ପିକିଙ୍ଗ୍‌ ଏଜେନ୍ସି ନିଜର କାର୍ଯ୍ୟକ୍ରମରେ ହ୍ୟାରି ଏବଂ ମେଗନଙ୍କ ଭାଷଣ ସାମିଲ୍‌ କରିପାରିବ। ଏଥି ପାଇଁ ଏଜେନ୍ସି ପକ୍ଷରୁ ଧାର୍ଯ୍ୟ ହୋଇଥିବା ଟଙ୍କା ପୈଠ କରାଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ