ପ୍ରେରଣାଦାୟୀ ମା’ ଐଶ୍ବର୍ଯ୍ୟାଙ୍କ ଠାରୁ ଏସବୁ ଶିଖିପାରିବେ ମହିଳା


ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଫିଲ୍ମରେ ନିଜର ସମସ୍ତ ଚରିତ୍ରକୁ ଖୁବ୍ ନିଖୁଣ ଭାବେ ଫୁଟାଉଛନ୍ତି। ରିଅଲ ଲାଇଫରେ ମଧ୍ୟ ମା’ର ଭୂମିକା ସେ ଖୁବ୍ ସୁନ୍ଦର ଭାବେ ତୁଲାଉଥିବା ଦେଖିବାକୁ ମିଳୁଛି। ଐଶ୍ବର୍ଯ୍ୟା ଯୁଆଡ଼େ ବି ଯାଆନ୍ତି, ନିଜ ଝିଅ ଆରାଧ୍ୟାଙ୍କୁ ସାଥୀରେ ନେଇ ଯାଉଥିବା ଦେଖିବାକୁ ମିଳିଥାଏ। ବଲିଉଡର ଏହି ସୁନ୍ଦର ମା’ଙ୍କଠାରୁ ଆପଣ ପ୍ୟାରେଣ୍ଟିଂ ଟିପ୍ସ ନେଇପାରିବେ। ଚାଲନ୍ତୁ ଜାଣିବା ବଲିଉଡର ଏହି ହଟ୍ ମମ୍ ନିଜ ଝିଅ ସହିତ କ୍ୟାରିଅରକୁ କିପରି ଭାବେ ସମ୍ଭାଳୁଛନ୍ତି ଓ ତାଙ୍କ ଠାରୁ ଆପଣ କ’ଣ ଟିପ୍ସ ନେଇପାରିବେ।

ଫିଗର ଜରୁରୀ ନୁହେଁ

ଗର୍ଭବତୀ ଥିବା ସମୟରେ ଐଶଙ୍କ ଓଜନ ବଢ଼ି ଯାଇଥିଲା ଓ ମିଡିଆରେ ମଧ୍ୟ ତାଙ୍କ ଫିଗରକୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା। ଏହି ସମୟର ଐଶ୍ବର୍ଯା ନିଜ ଓଜନ ଓ କ୍ୟାରିଅରର ଚିନ୍ତା ନ କରି କହିଥିଲେ ଯେ ତାଙ୍କ ପିଲା ହେଉଛି ତାଙ୍କ ପାଇଁ ପ୍ରଥମ ପ୍ରାଥମିକତା। ତେଣୁ ଆପଣ ମଧ୍ୟ ଗର୍ଭଧାରଣ ସମୟରେ ଓଜନ ବୃଦ୍ଧିକୁ ନେଇ ଚିନ୍ତା କରନ୍ତୁ ନାହିଁ। ଏହାକୁ ଆପଣ ପ୍ରସବ ପରେ ମଧ୍ୟ ଆରାମରେ କମାଇ ପାରିବେ।

ସବୁ ସ୍ଥାନରେ ସାଙ୍ଗରେ ଥାଆନ୍ତି ଆରାଧ୍ୟା
ଏତେ ବଡ଼ ସେଲିବ୍ରିଟି ହେବା ସତ୍ତ୍ବେ ଐଶ୍ବର୍ଯ୍ୟା କେବେ ବି ଆରାଧ୍ୟାଙ୍କୁ ଏକୁଟିଆ ଛାଡ଼ନ୍ତି ନାହିଁ। ସେ ଯେଉଁଠିକୁ ଗଲେ ମଧ୍ୟ ସାଙ୍ଗରେ ଆରାଧ୍ୟାଙ୍କୁ ନେଇ ଯାଇଥାନ୍ତି। ସର୍ବସାଧାରଣ ସ୍ଥାନରେ ସବୁବେଳେ ସେ ଆରାଧ୍ୟାଙ୍କ ହାତ ଧରିଥିବା ଦେଖିବାକୁ ମିଳିଥାଏ। ଏଥିରୁ ଜଣାପଡ଼ିଥାଏ ସେ ତାଙ୍କ ଦାୟିତ୍ବକୁ କେତେ ଗୁରୁତ୍ବର ସହ ଗ୍ରହଣ କରନ୍ତି। ଏଥିସହିତ ସେ ତାଙ୍କ ପିଲାର ଲାଳନପାଳନ ଆଉ କାହା ହାତରେ ଛାଡ଼ିବାକୁ ଚାହାନ୍ତି ନାହିଁ।

କ୍ୟାରିଅର ମଧ୍ୟ ଜରୁରୀ
ପିଲାକୁ ସମୟ ଦେବାକୁ ଯାଇ ଅନେକ ମହିଳା ମା’ ହେବା ପରେ ନିଜ କ୍ୟାରିଅର ଉପରେ ବ୍ରେକ୍ ଲଗାଇ ଦେଇଥାନ୍ତି। କିନ୍ତୁ ଐଶ୍ବର୍ଯ୍ୟା ଏପରି କରି ନ ଥିଲେ। ଆରାଧ୍ୟାଙ୍କୁ ବର୍ଷେ ହେବା ପରେ ଐଶ୍ବର୍ଯ୍ୟା ଫିଲ୍ମର ସ୍କ୍ରିପ୍ଟ ପଢ଼ିବା ଆରମ୍ଭ କରି ଦେଇଥିଲେ। ଐଶ୍ବର୍ଯ୍ୟାଙ୍କଠାରୁ ଶିଖିବାକୁ ମିଳିଥାଏ ଯେ ମା’ର ସବୁ ଠାରୁ ବଡ଼ ପ୍ରାଥମିକତା ତାଙ୍କ ଛୁଆ। କିନ୍ତୁ ପିଲା ବଡ଼ ହେବା ସହିତ ଆପଣ ନିଜ କ୍ୟାରିଅର ପ୍ରତି ମଧ୍ୟ ଧ୍ୟାନ ଦେଇପାରିବେ। ଯଦି ଆପଣ ଫୁଲ୍ ଟାଇମ୍ ଚାକିରି କରିପାରୁ ନାହାନ୍ତି, ତେବେ ୱାର୍କ ଫ୍ରମ୍ ହୋମ୍ ବା ଫ୍ରିଲାନ୍ସିଂ କରିପାରିବେ। ଏହାଦ୍ବାରା ଆପଣଙ୍କ କ୍ୟାରିଅରରେ ବ୍ରେକ୍ ଲାଗିବ ନାହିଁ। ଆପଣ ପିଲାଙ୍କୁ ମଧ୍ୟ ସମୟ ଦେଇପାରିବେ। ଏକ ସାକ୍ଷାତକାରରେ ଐଶ୍ବର୍ଯ୍ୟା କହିଥିଲେ ଯେ ଆରାଧ୍ୟା ତାଙ୍କ ଜୀବନକୁ ପୂରା କରି ଦେଇଛନ୍ତି। ଏବେ ତାଙ୍କର ସମସ୍ତ ଧ୍ୟାନ ନିଜ ଝିଅର ଲାଳନପାଳନ ଉପରେ ରହିଛି। ସେ ତାଙ୍କ କ୍ୟାରିଅରକୁ ମଧ୍ୟ ସମୟ ଦେଉଛନ୍ତି। କିନ୍ତୁ ଏହାର ପ୍ରଭାବ କେବେ ବି ଆରାଧ୍ୟାଙ୍କ ଉପରେ ପଡ଼ିବାକୁ ଦେଉ ନାହାନ୍ତି। ଯଦି ଆପଣ ମଧ୍ୟ ନିଜ ୱାର୍କ ଲାଇଫ୍ ଓ ମା’ ହେବାର ଦାୟିତ୍ବ ସୁଚାରୁ ରୂପେ ତୁଲାଇବାକୁ ଚାହୁଛନ୍ତି, ତେବେ ଆପଣଙ୍କ ପାଇଁ ସବୁ ଜିନିଷରେ ତାଳମେଳ ରଖିବା ନିହାତି ଦରକାର। ମା’ ହେବା ପରେ ନିଜ କ୍ୟାରିଅର ଉପରେ ଲଗାମ ଲଗାଇବା ଉଚିତ ନୁହେଁ। ବରଂ ଆପଣଙ୍କୁ ଏହା ଦେଖିବା ଉଚିତ ଯେ ଆପଣ କେଉଁ ଭଳି ପିଲା, ଘର ଓ ଅଫିସ୍ ଭିତରେ କିପରି ତାଳମେଳ ରଖିପାରିବେ। ଫଳରେ କାହାରି କୌଣସି କ୍ଷତି ହେବ ନାହିଁ। ଏଥି ସହିତ ପରିବାର ମଧ୍ୟ ଖୁସିରେ ରହିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ