ଓଡ଼ିଆଙ୍କୁ ଉଦ୍ୟୋଗୀ କରାଇବ ଆତ୍ମନିର୍ଭର ଭାରତ: ଧର୍ମେନ୍ଦ୍ର

ହଜାରେରୁ ଊର୍ଦ୍ଧ୍ବ ଓଡ଼ିଆଙ୍କୁ ଯୋଡ଼ିଲା ଓଡ଼ିଆ ସମାଜର ‘ଓଡ଼ିଶାରେ ଏମଏସଏମଇ’ ସମ୍ପର୍କିତ ୱେବିନାର

ଓଡ଼ିଶାରେ ଯୋଜନାର ଅଭାବ ନାହିଁ। ଯୋଜନା ପାଇଁ ଅର୍ଥର ବି ସମସ୍ୟା ନାହିଁ। କଞ୍ଚାମାଲ, ଶ୍ରମଶକ୍ତି ସମ୍ବଳ ଓ ବଜାରର ଅଭାବ ନାହିଁ। ଦେଶର ରିଜର୍ଭ ବ୍ୟାଙ୍କ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଅର୍ଥ ମନ୍ତ୍ରାଳୟର ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ କୁଶଳୀ ଓ ଅନୁଭବୀ ଓଡ଼ିଆ ପଦାଧିକାରୀ ଅଛନ୍ତି। ଓଡ଼ିଶାର ଷ୍ଟ୍ରାଟେଜିକ ଲୋକେସନ ସହ ଭିତ୍ତିଭୂମି ସଂରଚନା ଅନେକ ରାଜ୍ୟ ଠାରୁ ଆଗରେ। ଏଭଳି ପ୍ରାକ୍‌ତିକ ଓ ମାନବସମ୍ବଳରେ ପ୍ରାଚୁର୍ଯ୍ୟ ଓଡ଼ିଶା ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକାଂକ୍ଷିତ ଆତ୍ମନିର୍ଭର ଭାରତ ଅଭିଯାନର ସହାୟତା ଆଧାରରେ ବିକାଶ ମାର୍ଗରେ ଆଗକୁ ଅଗ୍ରଗତି କରିବ। ଓଡ଼ିଆ ଯୁବାବର୍ଗ ଉଦ୍ୟୋଗୀ ହେବେ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ର ରାଜ୍ୟରେ ବିକଶିତ ହେବା ପାଇଁ ସବୁ ପ୍ରକାର ସହାୟତା ପାଇଲେ ଓଡ଼ିଶାର କ୍‌ଷିଜାତ, ବନଜାତ ଦ୍ରବ୍ୟର ମୂଲ୍ୟଯୋଗ ହେବ ବୋଲି କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକ୍‌ତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ୱେବିନାରକୁ ସମ୍ବୋଧିତ କରି କହିଛନ୍ତି।

ନୂଆଦିଲ୍ଲୀସ୍ଥିତ ଓଡ଼ିଆ ସମାଜ ପକ୍ଷରୁ ଶନିବାର ଆୟୋଜିତ  ‘ଓଡ଼ିଶାରେ ଏମଏସଏମଇ ପାଇଁ ଆର୍ଥିକ ପ୍ୟାକେଜ ଓ ସୁଯୋଗ’ ସମ୍ପର୍କିତ ୱେବିନାରରେ ନିଜ ମତ ଉପସ୍ଥାପିତ କରି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଲେ ଯେ ରାଜ୍ୟର ପ୍ରମୁଖ ୬ଟି ଫୋକସ କ୍ଷେତ୍ରରେ ପୁଞ୍ଜି ନିବେଶର ସମ୍ଭାବନା ଥିବା ବେଳେ ଆଉ ଏକ ନୂଆ କ୍ଷେତ୍ର ଭାବେ ଫାଇନାନସିଆଲ ଆନାଲିସିସ ମାର୍କେଟର କଥା ବିଚାରକୁ ନିଆଯାଇ ପାରେ। ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇ, ପ୍ରାଚୀନ ବାଣିଜ୍ୟସ୍ଥଳୀ କୋଲକାତାର ଆର୍ଥିକ ପରିଚାଳନା, ବଜାର ଗବେଷେଣା, ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଓଡ଼ିଆମାନେ ଅଛନ୍ତି। ଓଡ଼ିଶାରେ ଆଇଟି ପାର୍କ ସହ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଓ ବଜାର ଆନାଲିସିସ ତଥା ରିସର୍ଚ୍ଚ ଭଳି ବିଭାଗକୁ ନେଇ ମଧ୍ୟ ଉଦ୍ୟୋଗର ପରିକଳ୍ପନା କରାଯାଇ ପାରନ୍ତା। ଓଡ଼ିଶାରେ ଏମଏସଏମଇ ନିମନ୍ତେ ଆର୍ଥିକ ପ୍ୟାକେଜ ଏବଂ ସୁଯୋଗ ଶୀର୍ଷକ ୱେବିନାରରେ ଭାରତ ସରକାରଙ୍କ ଡିପାର୍ଟମେଣ୍ଟ ଅଫ ଫାଇନାନ୍ସିଆଲ ସର୍ଭିସେସର ସଚିବ ଆଇଏଏସ ଦେବାଶିଷ ପଣ୍ଡା, ପୂର୍ବତନ ଏମଏସଏମଇ ସଚିବ ତଥା ଅବସରପ୍ରାପ୍ତ ଆଇଏଏସ ଅରୁଣ କୁମାର ପଣ୍ଡା, ଓଡ଼ିଶା ସରକାରଙ୍କ ଏମଏସଏମଇ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଡକୋର ଅଧ୍ୟକ୍ଷ ସଞ୍ଜୟ ସିଂହ, ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆର ପ୍ରାକ୍ତନ ପରିଚାଳନା ନିର୍ଦେଶକ ତଥା ସିଇଓ ଅଶୋକ ପ୍ରଧାନ ଏହି ୱେବିନାରରେ ଯୋଗଦେଇ ଓଡ଼ିଶାର ଏମଏସଏମଇ କ୍ଷେତ୍ରର ସମ୍ଭାବନା ଓ ସୁଯୋଗ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ।

ସୁଯୋଗ ମିଳିଲେ ବିକାଶ ହେବ
ଓଡ଼ିଶା ଏକ ଯୁବଶକ୍ତି ବିଶିଷ୍ଟ ରାଜ୍ୟ। ଏଠାରେ ମୋଟ ଜନସଂଖ୍ୟାର ୫୫ ପ୍ରତିଶତ ହେଉଛନ୍ତି ଯୁବକ। ସେମାନଙ୍କ ମଧ୍ୟରୁ ୮୧.୫ ପ୍ରତିଶତ ଶ୍ରମଶକ୍ତି ଅଣଆନୁଷ୍ଠାନିକ କ୍ଷେତ୍ରରେ ନିୟୋଜିତ। ୩୫ ପ୍ରତିଶତ ଶ୍ରମଶକ୍ତିଙ୍କ ପାଇଁ ପ୍ରଶିକ୍ଷଣର ଆବଶ୍ୟକତା ରହିଛି। ଗ୍ରାମାଞ୍ଚଳରେ ୮୩.୩ ପ୍ରତିଶତ ଓ ନଗରାଞ୍ଚଳରେ ୧୬.୯ ପ୍ରତିଶତଙ୍କ ଦକ୍ଷତା ବିକାଶର ଆବଶ୍ୟକତା ରହିଛି। ରାଜ୍ୟରେ କ୍ଷୁଦ୍ର, ଅଣୁ ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକରେ ୨୦୧୯ ସୁଦ୍ଧା ୧୫ ଲକ୍ଷ ଲୋକ ନିଯୁକ୍ତି ପାଇଥିଲେ। ରାଜ୍ୟରେ ପ୍ରତିବର୍ଷ ୫୦ ହଜାର ଏମଏସଏମଇ ଗଢ଼ି ଉଠୁଥିବା ବେଳେ ଗୋଟିଏ ୟୁନିଟ ସ୍ଥାପନା ପାଇଁ ସର୍ବନିମ୍ନ ୫ ଲକ୍ଷ ଟଙ୍କା ପୁଞ୍ଜି ନିବେଶ ହେଉଛି। ୨୦୧୮-୧୯ ବର୍ଷରେ ଏଭଳି ଉଦ୍ୟୋଗ ଗୁଡ଼ିକୁ ୩୩.୬୬୧ କୋଟି ଟଙ୍କାର ଋଣ ମଞ୍ଜୁର ହୋଇଥିବା ଜଣାଯାଇଛି। ଓଡ଼ିଶାରେ କ୍‌ଷି, ଗୋପାଳନ, କ୍‌ଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ବିଦ୍ୟୁତକରଣ, ସମନ୍ବିତ ଟେକ୍ସଟାଇଲ ପାର୍କ, ପେଟ୍ରୋ କେମିକାଲସ ଆଣ୍ଡ ପ୍ଲାଷ୍ଟିକ, ବନ୍ଦର, ପାୱାର ଆଣ୍ଡ ଏନର୍ଜି, ରେଲୱେ, ଷ୍ଟିଲ ଆଣ୍ଡ ମାଇନିଂ, ପର୍ଯ୍ୟଟନ ଆଦି କ୍ଷେତ୍ର ଗୁଡ଼ିକରେ ଅଧିକ ନିବେଶର ଆବଶ୍ୟକତା ରହିଛି। ଏହି କ୍ଷେତ୍ର ଗୁଡ଼ିକ ପାଇଁ ଏବେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଘୋଷିତ ଆତ୍ମନିର୍ଭର ଭାରତ ଅଭିଯାନରେ ଆର୍ଥିକ ପ୍ୟାକେଜ ନିଶ୍ଚିତତା କରାଯାଇ ପାରିଲେ ଓଡ଼ିଶା ପୂର୍ବ ଭାରତର ଏକ ଶ୍ରେଷ୍ଠ ରାଜ୍ୟ ଭାବେ ଆଗକୁ ଆସିପାରନ୍ତା ବୋଲି ବକ୍ତାମାନେ ସ୍ପଷ୍ଟ ମତ ରଖିଥିଲେ।

କିଏ କ’ଣ କହିଲେ
ଏହି ୱେବିନାରରେ ଅଧ୍ୟକ୍ଷତା କରି ଭାରତ ସରକାରଙ୍କ ଆର୍ଥିକ ସେବା ବିଭାଗ ସଚିବ ଦେବାଶିଷ ପଣ୍ଡା ଓଡ଼ିଶାରେ ଏମଏସଏମଇ ପାଇଁ ଅପାର ସମ୍ଭାବନା ଥିବା କହିଥିଲେ। ବିଶେଷକରି କ୍‌ଷି, ପଶୁପାଳନ, ଖଣି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଏସବୁ ସୁଯୋଗ ରହିଥିବା ବେଳେ ବିନା କାଗଜପତ୍ରରେ ସରଳ ଭାବେ ସରକାରଙ୍କ ପକ୍ଷରୁ ଏଥିଲାଗି ଋଣ ପ୍ରଦାନ କରଯାଉଛି। କରୋନା କାଳରେ ଦୋହଲି ଯାଇଥିବା ଆର୍ଥିକ ମେରୁଦଣ୍ଡକୁ ସଳଖିବା ପାଇଁ କେନ୍ଦ୍ର ସରକାରଙ୍କ ଏହି ପ୍ୟାକେଜ ବେଶ ସହାୟକ ହେବ। ସେହିପରି ଏଥିରେ ବକ୍ତା ଭାବେ ଯୋଗଦେଇ ପୂର୍ବତନ ଏମଏସଏମଇ ସଚିବ ଡ. ଅରୁଣ ପଣ୍ଡା କହିଥିଲେ ଯେ ଏବେ ଅନେକ ଶିଳ୍ପକୁ ସରକାର ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ମାଧ୍ୟମରେ ଅନୁମୋଦନ ଦେଉଛନ୍ତି। ରିଜର୍ଭ ବ୍ୟାଙ୍କ ରେପୋ ରେଟ ମଧ୍ୟ କମାଇ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ପାଇଁ କ୍‌ଷି, ମତ୍ସ୍ୟ ଓ ପଶୁପାଳନ ଆଦି କ୍ଷେତ୍ରରେ ଋଣ ପ୍ରଦାନ କରୁଛନ୍ତି। ଏହାର ଫାଇଦା ନେବାକୁ ହେଲେ ଯୁବପିଢ଼ିଙ୍କୁ ଏମଏସଏମଇ ପାଇଁ ଉଦ୍ଦିଷ୍ଟ ପୋର୍ଟାଲକୁ ଅନୁସରଣ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଓଡ଼ିଶା ସରକାରଙ୍କ ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲସ, ପ୍ଲାଷ୍ଟିକ, ଟେକ୍ସଟାଇଲ, ଆଇଟି, ପର୍ଯ୍ୟଟନ ଓ ଆନୁଷଙ୍ଗିକ ଏବଂ ଡାଉନଷ୍ଟ୍ରିମ ଶିଳ୍ପ ଆଦି କ୍ଷେତ୍ରକୁ ପ୍ରାଥମିକତା ଦିଆଯାଉଥିବା କହିଛନ୍ତି। କେନ୍ଦ୍ର ସରକାରଙ୍କ ‘ପୂର୍ବୋଦୟ ଭାରତ’ କାର୍ଯ୍ୟକ୍ରମ ଯୋଗୁ ରାଜ୍ୟରେ ଭିତ୍ତିଭୂମି ସହ ଗମନାଗମନ କ୍ଷେତ୍ରରେ ଉନ୍ନତି ଆସିଥିବାରୁ ଏମଏସଏମଇ କ୍ଷେତ୍ରରେ ଯଥେଷ୍ଟ ନିଯୁକ୍ତି ସୁଯୋଗ ସ୍‌ଷ୍ଟି ପାଇଁ ବାଟ ଖୋଲି ଯାଇଛି। ଇଡକୋର ଅଧ୍ୟକ୍ଷ ସଞ୍ଜୟ ସିଂ କହିଥିଲେ ଯେ ଏବେ ରାଜ୍ୟରେ ୫ଟି ଏମଏସଏମଇ ପାର୍କର କାମ ଚାଲିଥିବା ବେଳେ ଆଗାମୀ ଦିନରେ ୩୦ଟି ଯାକ ଜିଲାରେ ଏଭଳି ୩୦ଟି ପାର୍କ ନିର୍ମାଣ କରାଯିବ। ଫଳରେ ରାଜ୍ୟର ଯୁବ ଉଦ୍ୟୋଗୀମାନଙ୍କୁ ସୁଯୋଗ ମିଳିପାରିବ। ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ପରିଚାଳନା ନିର୍ଦେଶକ ଅଶୋକ ପ୍ରଧାନ କହିଥିଲେ ଯେ ସଙ୍କଟ ସମୟରେ କେନ୍ଦ୍ର ସରକାରଙ୍କ ଏହି ପ୍ୟାକେଜ ନୂତନ ସୁଯୋଗ ଆଣିଦେଇଛି। ମୂଲ୍ୟଯୁକ୍ତ ଉତ୍ପାଦ ବିକଶିତ କରିବାକୁ ହେଲେ ସେ ଦିଗରେ ଉଦ୍ୟମ କରିବାକୁ ହେବ। ଅବଶ୍ୟ ଏଥିପାଇଁ ସଠିକ ସମୟରେ ବ୍ୟାଙ୍କ ଗୁଡ଼ିକ ଅଧିକରୁ ଅଧିକ ଋଣ ପ୍ରଦାନ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ପୂରା ହେବ ଉଦ୍ୟୋଗ ସ୍ବପ୍ନ
କୋଭିଡ-୧୯ ସଂକ୍ରମଣର ଆତଙ୍କ ଭିତରେ ଯୋଗାଣ ଶ୍‌ଙ୍ଖଳ (ସପ୍ଲାଇ ଚେନ) ଭାଙ୍ଗିଯାଇଛି। ବଜାର ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଏଭଳି ପରିପ୍ରେକ୍ଷୀରେ ଦେଶକୁ ଆଗକୁ ନେବା ପାଇଁ ଏମଏସଏମଇ ବଡ଼ ଭୂମିକା ନେବ। ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ, ଟେକ୍ସଟାଇଲ, ପେଟ୍ରୋକେମିକାଲ, ଆଇଟି ଏବଂ ଟୁରିଜମ ଆଦି ୬ଟି କ୍ଷେତ୍ରରେ ଏମଏସଏମଇ ସ୍ଥାପନା କରାଯାଇ ପାରିବ। ଶିଳ୍ପ ପାଇଁ ଆପାରେଲ ପଲିସି-୨୦୧୬, ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୧୬, ଏମଏସଏମଇ ବିକାଶ ନୀତି-୨୦୧୬, ପର୍ଯ୍ୟଟନ ନୀତି-୨୦୧୬ ଏବଂ ଷ୍ଟାର୍ଟଅପ ପଲିସି-୨୦୧୮ ପ୍ରଣୀତ ହୋଇଛି। ପାରାଦୀପ, ଗୋପାଳପୁର, ଧାମରା ଭଳି ବନ୍ଦର ସହିତ ରାଜ୍ୟରେ ୧୦ ହଜାର କିମି ଜାତୀୟ ରାଜପଥ ନିର୍ମିତ ହୋଇଛି। ଦେଶର ମୋଟ ଜନସମ୍ବଳ ମଧ୍ୟରୁ ୧୧ ପ୍ରତିଶତ ଓଡ଼ିଶାରେ ଅଛି। ବିଦ୍ୟୁତ ଶକ୍ତି ଦ୍‌ଷ୍ଟିରୁ ରାଜ୍ୟ ଏକ ବଳକା ରାଜ୍ୟ। ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଜରିଆରେ ଶିଳ୍ପ ପାଇଁ ଆବଶ୍ୟକୀୟ ଅନୁମତିକୁ ସରଳ କରାଯାଇଛି। ଏ ପ୍‌ଷ୍ଠଭୂମିରେ କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜ ଓଡ଼ିଶାର ଉଦ୍ୟୋଗ ସ୍ବପ୍ନକୁ ସାକାର କରାଇବ।

ଏହି ୱେବିନାରର ପ୍ରାରମ୍ଭରେ ଓଡ଼ିଆ ସମାଜର ଟ୍ରଷ୍ଟି ସନ୍ଦୀପ ମହାପାତ୍ର ସ୍ବାଗତ ଭାଷଣ ଦେବା ଅବସରରେ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନରେ ଏମଏସଏମଇ ବେଶ ଗୁରୁତ୍ବ ବହନ କରୁଥିବା କହିଥିଲେ। ଏମଏସଏମଇ ନିମନ୍ତେ ୩ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା ହୋଇଥିବା ବେଳେ ଦେଶର ୪୫ ଲକ୍ଷ ଏମଏସଏମଇ ଏହାଦ୍ବାରା ଉପକ୍‌ତ ହେବେ। ଏଣୁ ଏହି ସମୟରେ ଓଡ଼ିଶାରେ ଏମଏସଏମଇ ପାଇଁ ସୁଯୋଗ ସ୍‌ଷ୍ଟି କରିବା ବେଶ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି ବୋଲି ସେ କହିଥିଲେ। ସେହିପରି ରତ୍ନାକର ପାଣିଗ୍ରାହୀ ଓଡ଼ିଶାର ଏମଏସଏମଇ କ୍ଷେତ୍ରରେ ସମ୍ଭାବନା ଓ ସୁଯୋଗ ସମ୍ପର୍କରେ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ। ଓଡ଼ିଆ ସମାଜର ସଭାପତି ସିଦ୍ଧାର୍ଥ ପ୍ରଧାନ ଶେଷରେ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ୱେବିନାରରେ ହଜାରେରୁ ଅଧିକ ଓଡ଼ିଆଙ୍କ ସମେତ ଓଡ଼ିଆ ଉଦ୍ୟୋଗୀ, ପାରାଦୀପ ବନ୍ଦର, ଏନଟିପିସି, ନାଲକୋ ଭଳି ରାଷ୍ଟ୍ରାୟତ୍ତ କମ୍ପାନୀର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ