ଲକଡାଉନ୍ ନିୟମ ଭାଙ୍ଗି ରବିନ୍ ସିଂହ ଦଣ୍ଡିତ


ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର୍ ତଥା ନବେ ଦଶକରେ ଦଳର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବିବେଚିତ ହୋଇଥିବା ରବିନ୍ ସିଂହ ଗୁରୁବାର ଲକଡାଉନ୍ ନିୟମ ଭାଙ୍ଗି ଦଣ୍ଡିତ ହୋଇଛନ୍ତି। ୫୬ ବର୍ଷୀୟ ଏହି ପୂର୍ବତନ ତାମିଲନାଡ଼ୁ ଖେଳାଳି ଗୁରୁବାର ତାଙ୍କ କାର୍ ଯୋଗେ ପନିପରିବା କିଣିବାକୁ ଯାଇଥିବା ବେଳେ ପୋଲିସ୍ ତାଙ୍କ ଉପରେ ୫ ଶହ ଟଙ୍କା ଜରିମାନା କଷିବା ସହ ତାଙ୍କ କାର୍‌କୁ ଜବତ କରିଛି। ତାମିଲନାଡ଼ୁ ଭାରତର ସର୍ବାଧିକ କୋରୋନା ପ୍ରଭାବିତ ରାଜ୍ୟ ମଧ୍ୟରେ ଅନ୍ୟତମ ଥିବା ବେଳେ କୋରୋନା ଭୂତାଣୁ ସଂକ୍ରମଣ ରୋକିବା ସକାଶେ ଚେନ୍ନାଇ ଓ ଏହାର ଆଖପାଖର ୩ଟି ଜିଲ୍ଲାରେ ଜୁନ୍ ୧୯ରୁ ୩୦ ତାରିଖ ପର୍ଯ୍ୟନ୍ତ କଡ଼ା କଟକଣା ଜାରି ରହିଛି।

ଲୋକମାନଙ୍କୁ ଜରୁରୀ ସାମଗ୍ରୀ ଆଣିବା ସକାଶେ ଘରଠାରୁ ୨ କିମି ଭିତରେ ଯାତାୟାତ କରିବାକୁ ଅନୁମତି ଦିଆଯାଇଛି। କିନ୍ତୁ ସେମାନେ ଏଥିପାଇଁ ଗାଡ଼ି ବ୍ୟବହାର ନ କରିବାକୁ ତାଗିଦା କରାଯାଇଛି। ତେବେ ରବିନ୍ ଏହି ନିୟମ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ଗାଡ଼ିକୁ ଜବତ କରି ପୁଲିସ୍ ଶାସ୍ତ୍ରୀ ନଗର ଥାନାକୁ ନେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଭାରତ ପକ୍ଷରୁ ଗୋଟିଏ ଟେଷ୍ଟ୍ ସହ ୧୩୬ଟି ଦିନିକିଆ ଖେଳିଥିବା ରବିନ୍ ୧୯୯୯ ଆଇସିସି ବିଶ୍ୱକପ୍‌ରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ପରେ ସେ ଭାରତୀୟ ଦଳର ଫିଲ୍ଡିଂ କୋଚ୍ ଭାବେ କାର୍ଯ୍ୟ କରିବା ସହ ବର୍ତ୍ତମାନ ଆଇପିଏଲ୍‌ର ସବୁଠାରୁ ସଫଳ ଦଳ କୁହାଯାଉଥିବା ମୁମ୍ବାଇ ଇଣ୍ଡିଆନ୍ସରେ ମଧ୍ୟ ସମାନ ଦାୟିତ୍ୱ ତୁଲାଉଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ